Posted inଜାତୀୟ

୪୬ ଲକ୍ଷରୁ ଅଧିକ ଚାଷୀ ‘ପିଏମ୍‌ କିଷାନ ଯୋଜନା’ରୁ ବଞ୍ଚିତ

ନୂଆଦିଲ୍ଲୀ, ୮।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ‘ପିଏମ୍‌ କିଷାନ ଯୋଜନା’ ପ୍ରଣୟନ କରାଯାଇଛି। ଇତିମଧ୍ୟରେ ଏହି ଯୋଜନାକୁ ୨୦ ମାସ ପୂରଣ ହୋଇଛି। ତେବେ ଆବଶ୍ୟକ କାଗଜ ପତ୍ର ଦାଖଲ କରି ନ ଥିବାରୁ ୪୬ ଲକ୍ଷ ୧୩ ହଜାର ୭୯୭ ଜଣ ଚାଷୀଙ୍କ ସଞ୍ଚୟ ଖାତାକୁ ୬ ହଜାର ଟଙ୍କା ଯାଇପାରି ନାହିଁ। ଇତିମଧ୍ୟରେ ଚାଷୀଙ୍କୁ ଏହି ଯୋଜନା ଅନ୍ତର୍ଗତ ୬ଷ୍ଠ କିସ୍ତିର ଟଙ୍କା ପଠାଯାଇଛି। କେତେକ କ୍ଷେତ୍ରରେ ଭୁଲ ଆବେଦନ କରାଯାଇଥିବା ତଥା ଆଧାର କାର୍ଡ ସମ୍ପର୍କିତ ସୂଚନା, ଚାଷୀଙ୍କ ନାମ, ବ୍ୟାଙ୍କ ସଞ୍ଚୟ ଖାତା ନମ୍ବର ଆଦି ନ ଥିବାରୁ ଏହି ଯୋଜନାର ଲାଭ ପାଇବାରୁ ବହୁ ଚାଷୀ ବଞ୍ଚିତ ହେଉଥିବା କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏଭଳି ଚାଷୀଙ୍କ ସଂଖ୍ୟା ଅଧିକ ଥିବା କୁହାଯାଉଛି। ବର୍ଷରେ ୩ କିସ୍ତିରେ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ଏହି ଯୋଜନାରେ ଆସିଥାଏ। ଏହି ପେମେଣ୍ଟ ସିଷ୍ଟମ୍‌ ସମ୍ପୂର୍ଣ୍ଣ ଅଟୋମେଟିକ୍‌। ତେଣୁ ସାଧାରଣ ଭୁଲରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଥାଏ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ କିସ୍ତିରେ ସର୍ବାଧିକ ୧୩ ଲକ୍ଷ ୬୮ ହଜାର ୫୦୯ ଜଣ ଚାଷୀଙ୍କ ଖାତାକୁ ଟଙ୍କା ଯାଇ ନ ଥିଲା। ଦ୍ୱିତୀୟ କିସ୍ତିରେ ୧୧ ଲକ୍ଷ ୪୦ ହଜାର ୮୫ ଜଣ ଚାଷୀ ଏହି ଲାଭ ପାଇ ପାରି ନ ଥିଲେ। ତୃତୀୟ କିସ୍ତିରେ ୮ ଲକ୍ଷ, ୫୩ ହଜାର ୭୨୧, ଚତୁର୍ଥ କିସ୍ତିରେ ୧୦ ଲକ୍ଷ ୫୧ ହଜାର ୫୨୫, ପଞ୍ଚମ କିସ୍ତିରେ ୩୧ ହଜାର ୭୭୪ ଏବଂ ୬ଷ୍ଠ କିସ୍ତିରେ ବର୍ତ୍ତମାନ ସୁଦ୍ଧା ଲକ୍ଷେ ୬୮ ହଜାର ୧୮୩ ଜଣ ଚାଷୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ପିଏମ୍‌ କିଷାନ ଯୋଜନାର ଓ୍ବେବସାଇଟ୍‌ରେ ଭୁଲ ତଥ୍ୟର ସଠିକ ସୂଚନା ଦେବାଦ୍ୱାରା ଏହି ଲାଭ ମିଳିପାରିବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri