ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର ସୂଚନା ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷାଧିକ ପୁଣ୍ୟାର୍ଥୀ ସମୁଦ୍ରରେ ମକର ବୁଡ଼ ଦେଇ ପ୍ରସିଦ୍ଧ କପିଳ ମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘର ବାହୁଡା଼ ହୋଇଛନ୍ତି। ଜଳ, ସ୍ଥଳ ଓ ଆକାଶବାହିନୀକୁ ସଜାଗ ରଖାଯାଇଥିବା ବେଳେ ଆଗତ ଲକ୍ଷାଧିକ ତୀର୍ଥଯାତ୍ରୀ ଲଟ୍‌ ନଂ ୮, କାକଦୀପ, ନାମଖାନା ସ୍ଥାନରେ ଭିଡ଼ ଜମାଇଛନ୍ତି। କଚୁବେଡିଆ-ଗଙ୍ଗାସାଗର ୨୯ କି. ମି. ରାସ୍ତାରେ ୨୪ ଘଣ୍ଟିଆ ଯାତ୍ରୀବାହୀ ବସ୍‌ ସେବା ଯୋଗାଇ ଦିଆଯାଇଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟୁତ ଆଲୋକ ସଂଯୋଗ କରାଯାଇଛି।

ଲଟ ନଂ ୮, କଚୁ ବେଡିଆ, ନାମଖାନା-ଚେମାଗଡି ମୁଡିଗଙ୍ଗା ନଦୀରେ ଭୂତଳ ପରିବହନ ଭେସେଲ ଯାତ୍ରୀ ପରିବହନ ସେବା ଚାଲୁରହିଛି। କପିଳମୁନି ମନ୍ଦିର, ଶଙ୍କରାଚାର୍ଯ୍ୟ ଆଶ୍ରମ, ଭାରତ ସେବାଶ୍ରମ ସଂଘ ସହ ବହୁ ମନ୍ଦିର ଓ ଆଶ୍ରମଗୁଡିକ ବିଦ୍ୟୁତ୍‌ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ହଜାର ହଜାର ସ୍ବେଚ୍ଛାସେବୀ କର୍ମୀ ମେଳାରେ ସ୍ବଚ୍ଛତା ରଖିବା ନିମନ୍ତେ ପରିଷ୍କାର ପରିଚ୍ଛନ୍ନତା ଓ ଅସୁସ୍ଥ ହୋଇପଡୁଥିବା ରୋଗୀଙ୍କୁ ଅସ୍ଥାୟୀ ହାସପାତାଳକୁ ଚିକତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ପଠାଉଛନ୍ତି।

ରବିବାର ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ସହିତ ଆଦିତ୍ୟ ବାହିନୀ ଗଙ୍ଗାସାଗରରେ ପହଞ୍ଚିଛନ୍ତି। ସୋମବାର ଶଙ୍କରାଚାର୍ଯ୍ୟ ସମସ୍ତ ଖବରଦାତାଙ୍କୁ ନେଇ ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି। ୧୪ରୁ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଓଡିଶାରୁ ଲକ୍ଷାଧିକ ପୁଣ୍ୟାର୍ଥୀ ଆସୁଥିବାର ସୂଚନା ମିଳିଛି। କପିଳମୁନି ମନ୍ଦିର ଉତ୍ତର ଓ ପୂର୍ବ ପାର୍ଶ୍ୱରେ ଶତାଧିକ ନାଗା ସନ୍ନ୍ୟାସୀ ଆସ୍ଥାନ ଜମାଇଥିବାବେଳେ ମେଳା ଜମିଉଠିଛି। ମେଳାରେ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ନିମନ୍ତେ ସାଗରବନ୍ଧୁ ନାମିତ ସାମାଜିକ ଅନୁଷ୍ଠାନର ସହସ୍ରାଧିକ କର୍ମୀ କାର୍ଯ୍ୟ କରୁଛନ୍ତି। ପ୍ରସିଦ୍ଧ ମେଳାରେ ୧୨ ଜଣ ବଙ୍ଗ ମନ୍ତ୍ରୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହି ମେଳା ପରିଚାଳନା କରୁଥିବାବେଳେ ତୀର୍ଥଯାତ୍ରୀଙ୍କ ସକାଶେ ଓଡ଼ିଆ ସମେତ ୮ଟି ଆଞ୍ଚଳିକ ଭାଷାରେ ପୁଣ୍ୟାର୍ଥୀମାନଙ୍କୁ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଉଛି। ଅଦ୍ୟାବଧି ମେଳାରେ ୟୁପିର ଅଭେସ ତିଓ୍ବାରୀ( ୫ ୯) ନାମକ ଶ୍ରଦ୍ଧାଳୁ ମୃତ୍ୟୁ ହୋଇଥିବାର ଖବରଦାତା ସମ୍ମିଳନୀରେ ଜିଲାପାଳ ସୁମିତ ଗୁପ୍ତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri