Categories: ବାଣିଜ୍ୟ

୨୦୨୧-୨୨ରେ ୩ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଇଟିଆର୍‌ରେ ସାମିଲ

ଦେଶର ବିକାଶ ପାଇଁ ଦେଶବାସୀ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ପ୍ରତିବର୍ଷ କରଦାତାଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଏକ ବିକାଶଶୀଳ ଦେଶର ଲକ୍ଷଣ ବୋଲି କୁହାଯାଏ। ଫଳରେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ୩ ସୁଦ୍ଧା ୩କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଇନ୍‌କମ ଟ୍ୟାକ୍ସ ରିଟର୍ନ (ଆଇଟିଆର୍‌) ଫାଇଲ କରିଛନ୍ତି। ଚଳିତ ମାସରେ ପ୍ରତିଦିନ ୪ଲକ୍ଷରୁ ଊର୍ଦ୍ଧ୍ୱ କରଦାତା ବିଭାଗର ଅନଲାଇନ ପୋର୍ଟାଲ ଜରିଆରେ ସଂଯୋଗ ହେଉଛନ୍ତି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

Share