ପୃଥିବୀର ୨୭ କୋଟିରୁ ଅଧିକ ଲୋକ ଭୋକିଲା ରହିବା ଆଶଙ୍କା, ଚିନ୍ତା ବ୍ୟକ୍ତ କଲେ ଜାତିସଂଘ ମହାସଚିବ…

ନ୍ୟୁୟର୍କ, ୧୯।୫ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୁଧା ସ୍ତର ଏକ ନୂତନ ସ୍ଥାନରେ ପହଞ୍ଚିଛି। ଏହା ବିରୋଧରେ ଲଢ଼ିିବାକୁ ସେ ବିଶ୍ୱବାସୀକୁ ଆହ୍ବାନ ଦେଇଛନ୍ତି। ନ୍ୟୁୟର୍କରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ’ଗ୍ଲୋବାଲ ଫୁଡ ସିକ୍ୟୁରିଟି-କଲ ଟୁ ଆକ୍ସନ’ରେ ସେ ଏଭଳି ଅନୁରୋଧ କରିଛନ୍ତି। ଜାତିସଂଘର ମୁଖ୍ୟ କହିଛନ୍ତି ଯେ ଖାଦ୍ୟ ଅଭାବରୁ ଗୁରୁତର ଲୋକଙ୍କ ସଂଖ୍ୟା ମାତ୍ର ଦୁଇ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି।

ପୂର୍ବରୁ ଏହି ସଂଖ୍ୟା ୧୩.୫ କୋଟି ଥିଲା ବର୍ତ୍ତମାନ ଦୁଇ ଗୁଣା ବୃଦ୍ଧି ପାଇ ୨୭.୬ କୋଟି ଛୁଇଁଛି। ସେ କହିଛନ୍ତି ଯେ ୨୦୧୬ ପରଠାରୁ ଭୋକିଲାଙ୍କ ସଂଖ୍ୟାରେ ୫୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଏହା ବ୍ୟତୀତ କରୋନା ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ଧକ୍କା ଲୋକଙ୍କ ଆୟକୁ ହ୍ରାସ କରିଛି ବୋଲି ସେ କହିଛନ୍ତି। ସେହିପରି ଯୋଗାଣ ଶୃଙ୍ଖଳାରେ ବାଧା ଯୋଗୁ ଖାଦ୍ୟ ନିରାପତ୍ତା ଉପରେ ସଙ୍କଟ ବୃଦ୍ଧି ପାଇଛି।

ଏହି କାରଣଗୁଡ଼ିକ ବିଶ୍ୱରେ ଅସମାନ ଅର୍ଥନୈତିକ ସ୍ଥିତି ସୃଷ୍ଟି କରୁଛି। କେତେକ ବିକାଶଶୀଳ ବେଶ ବର୍ତ୍ତମାନ ଋଣ ଖିଲାପକାରୀ ତାଲିକାରେ ରହିଛନ୍ତି ବୋଲି ସେ କହିଛନ୍ତି। ୟୁକ୍ରେନ ଏବଂ ରୁଷିଆ ପୃଥିବୀର ପ୍ରାୟ ଏକ ତୃତୀୟାଂଶ ଗହମ ଏବଂ ବାଜରା ଉତ୍ପାଦନ କରନ୍ତି । ଏହାର ଅଧା ସୂର୍ଯ୍ୟମୁଖୀ ତେଲ ଉତ୍ପାଦନ ମଧ୍ୟ ଏହି ଦୁଇ ଦେଶ କରନ୍ତି। ତେବେ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ନିରାପତ୍ତା, ପୁଷ୍ଟିହୀନତା, ଜନ କ୍ଷୁଧା ଏବଂ ଦୁର୍ଭିକ୍ଷର ସଙ୍କଟରେ ପକାଇବାକୁ ଯାଉଛି। ଜାତିସଂଘର ମୁଖ୍ୟ କହିଛନ୍ତି ଯେ, ଭୋକ ବ୍ୟକ୍ତିବିଶେଷ, ପରିବାର ଏବଂ ସମାଜ ଉପରେ ଭୟଙ୍କର ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri