Posted inଜାତୀୟ

ଅଗ୍ନିପଥ ଆନ୍ଦୋଳନରେ ରେଲଓ୍ବେର ଜଳିଲା ୨୫୯ କୋଟିରୁ ଅଧିକ ସମ୍ପତ୍ତି, ଭରଣା କରିବ କିଏ ?…

ନୂଆଦିଲ୍ଲୀ,୨୧।୭ : କେନ୍ଦ୍ରୀୟ ରେଳ ମନ୍ତ୍ରଣାଳୟ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଚଳିତ ବର୍ଷ ଭାରତୀୟ ରେଲଓ୍ବେର ୨୫୯.୪୪ କୋଟି ଟଙ୍କାର ସମ୍ପତ୍ତି ଜଳିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅନ୍ୟାନ୍ୟ ଆନ୍ଦୋଳନ ଯୋଗୁଁ ରେଲଓ୍ବେ ୨୦୧୯ ରୁ ୨୦୨୧ ମଧ୍ୟରେ ୧,୧୧୭ କୋଟି ଟଙ୍କାର କ୍ଷତି ସହିଛି। ଲୋକ ସଭାର ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ୨୦୨୨ରେ ଅଗ୍ନିପଥ ଯୋଜନା ଯୋଗୁଁ ଆନ୍ଦୋଳନ ଯୋଗୁ ଟ୍ରେନ ବାତିଲ କାରଣରୁ ଜୁନ ୧୪ ରୁ ୩୦ ମଧ୍ୟରେ ଯାତ୍ରୀମାନଙ୍କୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରାଯାଇଛି।

ରେଲଓ୍ବେର ୨୦୧୯ରେ ୧୫୧ କୋଟି ଟଙ୍କାର କ୍ଷତି ସହିଥିବାବେଳେ, ୨୦୨୦ରେ ୯୦୪ କୋଟି ଏବଂ ୨୦୨୧ରେ ୬୨ କୋଟି କ୍ଷତି ସହିଛି। ତଥ୍ୟ ଅନୁଯାୟୀ, ରେଳ ସମ୍ପତ୍ତିର କ୍ଷତି ବିରୁଦ୍ଧରେ ୨୦୧୯ରେ ମୋଟ ୯୫ ମାମଲା, ୨୦୨୦ରେ ୩୦ ଏବଂ ୨୦୨୧ ରେ ୩୪ ଟି ମାମଲା ରୁଜୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମସ୍ତ କ୍ଷୟକ୍ଷତି ଘଟଣାରେ ମାମଲା ରୁଜୁ ହୋଇଛି ଏବଂ ଦୋଷୀମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଗିରଫ କରାଯିବ। ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ମାମଲାଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସେ କହିଛନ୍ତି ଯେ ରେଳବାଇ ପୋଲିସ ଫୋର୍ସ (ଆରପିଏଫ), ରାଜ୍ୟ ପୋଲିସ ଏବଂ ରେଳବାଇ ପୋଲିସ ଅପରାଧକୁ ରୋକିବା, ମାମଲା ପଞ୍ଜିକରଣ କରିବା, ରେଳ ପରିସର ତଥା ଚଳନ୍ତା ଟ୍ରେନରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟମିତ ସମନ୍ବୟ ରକ୍ଷା କରୁଛନ୍ତି।

ବିହାର-ତେଲେଙ୍ଗାନାରେ ସବୁଠାରୁ ଅଧିକ କ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ପାଇଁ ଏପର୍ଯ୍ୟନ୍ତ କୌଣସି ପୁନରୁଦ୍ଧାର କରାଯାଇ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ବିହାର ଏବଂ ତେଲେଙ୍ଗାନା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri