୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସ ଆକ୍ରାନ୍ତ: ଗାଁରେ ପହଞ୍ଚଲା ଡାକ୍ତରୀ ଟିମ୍‌

ମୋରଡ଼ା,୭ା୧(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଏହି ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ଖୁରୁଣ୍ଟିଆ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ୭ଜଣ ଛାତ୍ରୀଛାତ୍ର ଆକ୍ରାନ୍ତ ହୋଇଥିବା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପାଲ କହିଛନ୍ତି। ପାଇପ୍‌ ପାଣି ବ୍ୟବହାର ହିଁ ଏହି ରୋଗର କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ପାଇପ୍‌ ସଂଯୋଗ ହୋଇ ପାନୀୟ ଜଳ ଯୋଗାଣ ହେଉଛି। ଏହି ପାଇପ୍‌କୁ ସଂଯୋଗ କରୁଥିବା ଚାମ୍ବର ସ୍ଲାବଗୁଡ଼ିକୁ ଫାଙ୍କା ଛଡ଼ା ହୋଇଛି। ଫଳରେ ପାଣିରେ ରାସ୍ତା ଧୂଳି ମିଶିବା ସହିତ ଅଳିଆ, ଆବର୍ଜନା ପଡ଼ି ଦୂଷିତ ହେଉଛି। ସେହିପରି ପାଇପ୍‌ ସଂଯୋଗ ସ୍ଥାନରେ ପାଣି ଝରୁଛି। ମୋରଡ଼ା ବିଡିିଓ ଅଣାକର ନାଏକଙ୍କ ନିର୍ଦ୍ଦେଶ କ୍ରମେ ବିଇଓ ବିଜୟ କୁମାର ପାଣିଗ୍ରାହୀ, ବ୍ଲକ ମଙ୍ଗଳ ଅଧିକାରିଣୀ ପାର୍ବତୀ ହଁାସଦା ସୋମବାର ପୂର୍ବାହ୍ନ ୧୧ଟାରେ ଖୁରୁଣ୍ଟିଆ ବିଦ୍ୟାଳୟକୁ ଯାଇ ସ୍ଥିତି ପରଖିଥିଲେ। ଏବାବଦରେ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ହାମ୍ବିରା ମୁର୍ମୁଙ୍କୁ ପଚାରିବାରୁ କେତେଜଣ ପିଲା ସୁସ୍ଥ ହୋଇଛନ୍ତି ଏବଂ ବର୍ତ୍ତମାନ ଆକ୍ରାନ୍ତଥିବା ପିଲାମାନେ ଘରେ ଔଷଧ ଖାଇ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଡା. ଆଲଫା ମିଶ୍ରଙ୍କ ସହିତ ଫାର୍ମାସିଷ୍ଟ ଗଁାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ସତର୍କ କରାଇଥିବା କହିଛନ୍ତି। ସେହିପରି ଗ୍ରାମ୍ୟ ପରିମଳ ଓ଼ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସସ୍ମିତା ପତି ମଧ୍ୟ ମଙ୍ଗଳବାର ଏକ ଟିମ୍‌ ପଠାଇ ଟାଙ୍କିରେ ବ୍ଲିଚିଙ୍ଗ ପାଉଡ଼ର ପକାଇବା ସହିତ ପାଇପ୍‌ ମରାମତି କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା: ଅସୁସ୍ଥ ହେଲେ ଏହି ଖେଳାଳି, ଦଳରୁ ପଡିବେ ବାଦ୍‌!

ନୂଆଦିଲ୍ଲୀ,୮।୧: ଭାରତୀୟ କ୍ରିକେଟ ଦଳ ପାଇଁ ଆନନ୍ଦର ଉତ୍ସବ ମଧ୍ୟରେ, ଚିନ୍ତାଜନକ ଖବର ଆସିଛି। ଟିମ ଇଣ୍ଡିଆର ଉଦୀୟମାନ ତାରକା ଏବଂ ଆକ୍ରମଣାତ୍ମକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ...

ଦ୍ୱିତୀୟ ଦିନରେ ବରଫର ଧଳା ଚାଦର ତଳେ କୋଇଡ଼ା: ପଡିଲା ତୁଷାରପାତ

ବଣାଇଁ, ୮।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ଗତକାଲି ଠାରୁ ପ୍ରଥମଥର ପାଇଁ ସମଗ୍ର ଅଞ୍ଚଳ ୫ ଡିଗ୍ରୀ ତଳେ ରହିଛି...

ସବୁ ସୀମା ପାର୍‌ କଲେ ଟ୍ରମ୍ପ: ଭାରତ ଉପରେ ୫୦୦% ଟାରିଫ୍‌ ଲାଗୁ କରିବାକୁ…

ଓ୍ବାଶିଂଟନ୍‌,୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା...

ଭାରତକୁ ବଡ଼ ଝଟକା ଦେଲା ବାଂଲାଦେଶ: ଭାରତୀୟଙ୍କ ପାଇଁ ବନ୍ଦ କଲା…

ନୂଆଦିଲ୍ଲୀ,୮।୧: ଆଇପିଏଲରୁ ଖେଳାଳିମାନଙ୍କୁ ବାଦ୍‌ ଦେବାର ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିଜା...

ଜି ଉଦୟଗିରିରେ ହାଡ଼ଭଙ୍ଗା ଶୀତ: ସର୍ବନିମ୍ନ ତାପମାତ୍ରା ରହିଛି…

ଜି ଉଦୟଗିରି ୮।୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ) : ଜି ଉଦୟଗିରି ସହରରେ କ୍ରମାଗତ ୪ ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ...

ମା’ ବଞ୍ଚିଥିବା ଭାବି ମୃତଦେହକୁ ଘରେ ଆଣି ରାତିସାରା ଜଗିରହିଲେ ୪ ପିଲା, ହେଲେ…

ପାଲଲହଡ଼ା,୮ା୧(ଦିବ୍ୟଜ୍ୟୋତି ଦାଶ): ୪ ବର୍ଷ ତଳେ ପରପାରିକୁ ଚାଲିଯାଇଥିଲେ ସ୍ବାମୀ ଗୁରୁ ମୁଣ୍ଡା। ସେବେଠାରୁ ୩ ଝିଅ ଓ ଗୋଟିଏ ପୁଅର ବୋଝ ନିଜେ ଉଠାଉଥିଲେ...

ବିମାନବନ୍ଦରରେ ପହଞ୍ଚିବା ପରେ କୋହଲିଙ୍କୁ ଘେରିଗଲେ ପ୍ରଶଂସକ, ଆଉ ତା’ପରେ…Video Viral

ନୂଆଦିଲ୍ଲୀ,୮।୧: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୧୧ ତାରିଖରେ ଭଦୋଦରାରେ ଖେଳାଯିବ। ବିରାଟ କୋହଲି ଏହି ମ୍ୟାଚ ପାଇଁ ଭଦୋଦରାରେ ପହଞ୍ଚିଛନ୍ତି, ଯେଉଁଠାରେ...

ସଡ଼କ ଯାତ୍ରା ଓ ମାନସିକ ବିକୃତି

ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ବାର୍ତ୍ତା ଦେବା ପାଇଁ ପ୍ରତିବର୍ଷ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri