ପ୍ରଭାବିତ ହେବେ ୨୦ ହଜାରରୁ ଊର୍ଦ୍ଧ୍ୱ ପରିବାର

ଭୁବନେଶ୍ୱର, ୧।୬(ବ୍ୟୁରୋ):  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ସହସ୍ରାଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟ ବେକାର ହୋଇଯାଇଛନ୍ତି। ଅଦ୍ୟାବଧି ସରକାରଙ୍କ ପକ୍ଷରୁ ସେମାନଙ୍କ ଜୀବିକା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅପରପକ୍ଷେ ନୂଆ ପରିବହନ ନୀତି ବ୍ୟବହାର ଫଳରେ କିଛି ପୁରୁଣା ଗାଡ଼ିର ନମ୍ବର ପ୍ଲେଟ ଲେଖି ଚଳୁଥିବା ଏହି ଶ୍ରମିକମାନଙ୍କ ହାତରୁ ରୋଜଗାର ଛଡ଼ାଇ ନିଆଯାଇଛି ବୋଲି ଓଡ଼ିଶା ନମ୍ବରପ୍ଲେଟ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏଶନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ରାଜ୍ୟର ୨୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଜୀବିକା ହରାଇ ବସିଛନ୍ତି। ଆସୋସିଏଶନ୍‌ ପକ୍ଷରୁ ମଙ୍ଗଳବାର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସରକାରଙ୍କ ଏତାଦୃଶ ନିଷ୍ପତ୍ତିର ଦୃଢ ନିନ୍ଦା କରାଯାଇଛି। ଗାଡ଼ିରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର କୌଣସି ସ୍ବଚ୍ଛତା ନାହିଁ। ନମ୍ବର ପ୍ଲେଟରେ ଦିଆଯାଇଥିବା ବାର୍‌କୋଡ୍‌ ଏବଂ ଚିପ୍‌କୁ ଲିଭେଇଲେ ଲିଭିଯାଉଛି। ଏହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇ ଲୁଟ୍‌ କରାଯାଉଛି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏଥିସହ ପ୍ରକୃତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କାର୍ଯ୍ୟକାରୀ କରାଯାଇ ନମ୍ବର ପ୍ଲେଟ ପ୍ରଚଳନ ପାଇଁ ଆସୋସିଏଶନ ଦାବି କରିଛି। ନମ୍ବର ପ୍ଲେଟକୁ ଠିକାକାରଙ୍କ ପରିବର୍ତ୍ତେ ରାଜ୍ୟର ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ଏହି କାମ କିପରି ପାଇବେ ତାହାର ବନ୍ଦୋବସ୍ତ କରିବା ପାଇଁ ସରକାର ଓ ପରିବହନ ବିଭାଗ ନିକଟରେ ଦାବି କରାଯାଇଛି। ଏହି ଦାବି ପୂରଣ ଲାଗି ପଦକ୍ଷେପ ନିଆ ନ ଗଲେ ୨୦ ହଜାରରୁ ଊର୍ଦ୍ଧ୍ୱ ନମ୍ବର ପ୍ଲେଟ ଆର୍ଟିଷ୍ଟ ରାସ୍ତାକୁ ଓହ୍ଲାଇବେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି। ସମ୍ମିଳନୀରେ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଓଝା, ରଞ୍ଜନ ମିଶ୍ର, ସଭାପତି ରଣଜିତ ସିଂହ, ଉପସଭାପତି ଗଙ୍ଗାଧର ଡ଼ାକୁଆ, ସମ୍ପାଦକ ଶିବଶଙ୍କର ଡାକୁଆ, ଯୁଗ୍ମସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri