ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ କଇଁଛଙ୍କ ସାମୁହିକ ଅଣ୍ଡାଦାନ ହୋଇଥିବା ଜଣାପଡିଛି l ଚତୁର୍ଥ ରାତିରେ ୫୨,୯୦୦ କଇଁଚ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ବେଳାଭୂମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ସୂଚନା ମିଳିଛି l ପ୍ରଥମ ରାତିରେ ୧୦,୨୦୦,ଦ୍ୱିତୀୟ ରାତିରେ ୬୯,୯୦୦ ତୃତୀୟ ରାତିରେ ୭୨,୩୦୦ ଓ ଚତୁର୍ଥ ରାତିରେ ୫୨,୯୦୦ ଗୋଟି କଇଁଛ ସାମୂହିକ ଅଣ୍ଡାଦାନ କରିଥିବା ବେଳେ ଚତୁର୍ଥ ରାତି ସୁଦ୍ଧା ସମୁଦାୟ ୨,୦୫,୩୨୦ କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଛି l ଚତୁର୍ଥ ରାତ୍ରରେ ମଧ୍ୟ ଆୟର୍ଲ୍ୟାଣ୍ଡ ର ବିର୍ସ୍ତିଣ୍ଣ ବେଳାଭୂମିରେ ସାମୁଦ୍ରିକ କଇଁଚ ମାନେ ବିପୁଳ ପରିମାଣରେ ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି l ସେହିପରି ପୋ ଠାରୁ ପ୍ରାୟଗି ବେଳାଭୂମିରେ ମଧ୍ୟ କଇଁଛମାନେ ଅଣ୍ଡାଦାନ କରୁଥିବା ଲକ୍ଷ୍ୟ କରାଯାଇଛି l ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ପକ୍ଷରୁ କଡାକଡି କରାଯାଇଛି l
ଚଳିତ ବର୍ଷ ଏକ ମାସ ବିଳମ୍ବରେ ସାମୁଦ୍ରିକ କଇଁଚଙ୍କ ଗଣ ଅଣ୍ଡାଦାନ ହୋଇଥିବା ଯୋଗୁ ଗତ ବର୍ଷ ଅପେକ୍ଷା ସାମୂହିକ ଅଣ୍ଡାଦାନ କମିବା ସମ୍ଭାବନା ରହିଛି ବୋଲି ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି l
Dharitri – Odisha’s No.1 Odia Daily

