ଗତ ୨୪ଘଣ୍ଟାରେ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପିଜିଟିଭ୍‌ ଚିହ୍ନଟ: ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ,୨୭।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ନେଉନି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ଟପିଲାଣି। ସେହିପରି ଗତ ୨୪ଘଣ୍ଟାରେ ଭାରତରେ ସର୍ବାଧିକ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ବର୍ତ୍ତମାନର ସବୁଠାରୁ ବଡ଼ ରେକର୍ଡ। ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଏବେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସୂଚନାଯୋଗ୍ୟ, ଶନିବାର ୧୮୫୫୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩୮୪ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫,୦୮,୯୫୩ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୯୭,୩୮୭ ଜଣ ଚିକିତ୍ସାଧିନ ଥିବା ବେଳେ ୨,୯୫,୮୮୧ଜଣ ସୁସ୍ଥ ଓ ୧୫,୬୮୫ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

 

Share