Posted inଜାତୀୟ

ସିଭିସିଙ୍କୁ ସଂସଦୀୟ କମିଟିଙ୍କ ପ୍ରଶ୍ନ କାହିଁକି ବିଚାର ନହୋଇ ପଡ଼ି ରହିଛି ୧୨ ହଜାରରୁ ଅଧିକ ମାମଲା…

ନୂଆଦିଲ୍ଲୀ, ୨୯।୩ : ତିନି ବର୍ଷରୁ ଅଧିକ ସମୟ ଧରି ୧୨ ହଜାରରୁ ଅଧିକ ମାମଲା କାହିଁକି ବିଚାରାଧୀନ ଅଛି ତାହା ସ୍ପଷ୍ଟ କରିବାକୁ  ସଂସଦୀୟ କମିଟି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିବିସି)ଙ୍କୁ କହିଛି। ସଂସଦରେ ଦାଖଲ ହୋଇଥିବା ଏହାର ସଦ୍ୟତମ ରିପୋର୍ଟରେ, ପ୍ୟାନେଲ ପ୍ରମୁଖ ଯୋଜନାଗୁଡିକ ପାଇଁ ବ୍ୟବହୃତ ପାଣ୍ଠିର ଅଣ-ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛି ଏବଂ ତଦାରଖକୁ ସୁଦୃଢ଼ କରିବାକୁ ସିଭିସିକୁ ଏହାର ସମ୍ବଳର ଏକ ପ୍ରମୁଖ ଅଂଶ ଖର୍ଚ୍ଚ କରିବାକୁ କହିଛି। କମିଟି ଏହାର ରିପୋର୍ଟରେ କହିଛି ଯେ ଗୁରୁତର ଅଭିଯୋଗ ସହ ଜଡିତ ୭୨ ଟି ମାମଲା ତିନିମାସରୁ ଅଧିକ ଧରି କାହିଁକି ଶୁଣାଣି ପାଇଁ ବିଚାରାଧୀନ ରହିଛି ବୋଲି ସଂସଦୀୟ କମିଟି ପ୍ରଶ୍ନ କରିଛନ୍ତି।

କମିଟି କହିଛନ୍ତି ଯେ, ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦୋଷୀ ସାବ୍ୟସ୍ତ ନକରିବା ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ବ୍ୟବସ୍ଥାକୁ ସଂଶୋଧନ କରିବା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଭିସିକୁ ସଶକ୍ତିକରଣ କରିବା ଅବାଶ୍ୟବକ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ବୈଧ କାରଣ ବିନା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫିଇସଲା ଦେବାରେ ବିଫଳ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି।

ସିଭିସିର ବାର୍ଷିକ ରିପୋର୍ଟ ଅନୁଯାୟୀ, ଜାନୁଆରୀରୁ ଡିସେମ୍ବର ୨୦୨୦ ମଧ୍ୟରେ, ସିଭିସି ମାଧ୍ୟମରେ ସିଭିଓ ଦ୍ୱାରା ଗ୍ରହଣ କରାଯାଇଥିବା ୫୬୯ ଟି ଅଭିଯୋଗ ଏବଂ ସିଧାସଳଖ ଗ୍ରହଣ କରାଯାଇଥିବା ୧୧,୬୯୩ ଅଭିଯୋଗ ତିନିମାସରୁ ଅଧିକ ସମୟ ଧରି ବିଚାରାଧୀନ ଅଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ କିଛି ଅଭିଯୋଗ ତିନି ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର ମୋଦିଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ କୁହାଯାଇଛି ଯେ ସିଭିସିରେ ଏତେ ସଂଖ୍ୟକ ଅଭିଯୋଗ କାହିଁକି ବିଚାରାଧୀନ ଅଛି ଏବଂ ନିର୍ଦ୍ଦିଷ୍ଟ ସମୟସୀମା କାହିଁକି ପାଳନ କରାଯାଉନାହିଁ ତାହା କମିଟିି ଜାଣିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri