ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ବୋକୋ ହରାମ ଆତଙ୍କବାଦୀ ମୃତ…

ନାଇଜର,୧୫।୬ : ଆଫ୍ରିକୀୟ ଦେଶ ନାଇଜେରିଆ ଗତ କିଛି ବର୍ଷ ଧରି ଆତଙ୍କବାଦୀ ସଂଗଠନ ବୋକୋ ହରାମର ଘୃଣ୍ୟ କାର୍ଯ୍ୟକଳାପ ବିରୋଧରେ ସଂଘର୍ଷ କରିଆସୁଛି। ଏହି ଆତଙ୍କବାଦୀ ସଂଗଠନ ସେଠାରେ ଥିବା ସ୍କୁଲରୁ ଝିଅମାନଙ୍କୁ ଅପହରଣ କରି ନେଇଥାଏ ଏବଂ ବେଳେବେଳେ ଏକ ଗାଁରେ ପ୍ରବେଶ କରି ନିରୀହ ଲୋକଙ୍କୁ ଗୁଳିକରି ହତ୍ୟା କରିଥାଏ। ବର୍ତ୍ତମାନ ନାଇଜେରିଆର ବାୟୁସେନା ଏକ ବଡ ପଦକ୍ଷେପ ନେଇଛି। ବୋକୋ ହରାମର ଅନେକ ବେସରେ ହଠାତ ହୋଇଥିବା ଏୟାର ଷ୍ଟ୍ରାଇକରେ ନାଇଜେରିଆ ବାୟୁସେନା ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହା ସହିତ ଅନେକ ଆତଙ୍କବାଦୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ବାୟୁସେନା ଏହାର ଏକ ଭିଡିଓ ଫୁଟେଜ ମଧ୍ୟ ଜାରି କରିଛି ଯେଉଁଥିରେ ଅନେକ ଆତଙ୍କବାଦୀ ଜୀବନ ବିକଳରେ ଦୌଡୁଥିବାର ନଜର ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ବୋକୋ ହରାମରେ ବ୍ୟାପକ କ୍ଷତି ଘଟାଇଛି। ଗତ କିଛି ଦିନ ହେବ ବାୟୁସେନା ଏହି ଆତଙ୍କବାଦୀମାନଙ୍କୁ ଖୋଜୁଥିଲା ଏବଂ ନିକଟରେ ଏକ ଗୁପ୍ତଚର ସଂସ୍ଥା ବାୟୁସେନାକୁ ସେମାନଙ୍କ ସ୍ଥାନ ସମ୍ପର୍କରେ ସୂଚନା ଦେଇଥିଲା। ଏହା ପରେ ଏହି ଏୟାର ଷ୍ଟ୍ରାଇକ କରାଯାଇଥିଲା। କୁହାଯାଉଛି ଏହି ସମସ୍ତ ଆତଙ୍କବାଦୀ ବୋକୋ ହରାମର ଏକ ୟୁନିଟ ଜେଏଏସର ସଦସ୍ୟ ଥିଲେ। ଭୋଜା ଅଞ୍ଚଳରେ ବାୟୁସେନା ଏହି ଏୟାର ଷ୍ଟ୍ରାଇକ କରିଥିଲା। ଏହାକୁ ବୋକୋ ହରାମର ଗଡ଼ ବୋଲି ବିବେଚନା କରାଯାଏ।।

ରିପୋର୍ଟ ଅନୁଯାୟୀ, ବାୟୁସେନା ୯ ରୁ ୧୧ ଜୁନ ମଧ୍ୟରେ ଅନେକ ଥର ଏୟାର ଷ୍ଟ୍ରାଇକ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ ବାୟୁସେନା କହିଛି ତେବେ କିଛି ଖସି ପଳାଇବାରେ ସଫଳ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ନାଇଜେରିଆ ବାୟୁସେନା ଏହି କାର୍ଯ୍ୟ ପରେ ଆହୁରି ଅନେକ ଏୟାର ଷ୍ଟ୍ରାଇକ କରିବାକୁ ଯୋଜନା କରୁଛି, ଯାହା ଦ୍ୱାରା ଏହି ଆତଙ୍କବାଦୀ ସଂଗଠନର ଶେଷ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri