ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ୧୦ରୁ ଅଧିକ ମହିଳା, ବୁଲାଣି ରାସ୍ତାରେ ଘଟିଲା…

ବାଲିଗୁଡ଼ା,୨ା୩(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡ଼ମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮ ମହିଳା ଆହତ ହୋଇଛନ୍ତି।

ସୂଚନାନୁଯାୟୀ ଦଡ଼କଙ୍ଗିଆ ଗ୍ରାମରୁ ୧୦ ରୁ ୧୨ ଜଣ ମହିଳା ଡାକା ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ସୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ। ଢାକା ଗ୍ରାମ ପୂର୍ବରୁ କୁଡ଼କେଲକିଆ ଗାଁ ନିକଟସ୍ଥ ଗଡ଼ମୁଣ୍ଡା ଘାଟିରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଡାକା ଗ୍ରାମରେ ଅବସ୍ଥାପିତ ବିଏସ୍‌ଏଫ୍‌ କ୍ୟାମ୍ପରର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ନିଜ ଆମ୍ବୁଲାନ୍ସରେ ଆହତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ମହିଳା ବାଲିଗୁଡ଼ା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ…

ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ  ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ…

ମନ୍ଦିର ନିର୍ମାଣ ସରିବା ପରେ ବି ମିଳୁନି ବକେୟା ଅର୍ଥରାଶି, ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ବାରିଆକଟା ଗ୍ରାମ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ଗତ ୨୦୨୩-୨୪ ଆର୍ଥିକବର୍ଷରେ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

ଦୋଳ ବିମାନରେ ପୂଜା ପାଉଛନ୍ତି ରାଧାମାଧବ

କାକଟପୁର/ଅସ୍ତରଙ୍ଗ,୨ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ରିଶୋଲ ଅଞ୍ଚଳରେ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀନଦୀ ପାର…

କଳାହାଣ୍ଡିରେ ପୁଣି ହାତୀ ଆତଙ୍କ: ନର୍ଲାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ୨ ମାସରେ ଗଲାଣି ୨ ଜୀବନ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି…

ଶୌଚ ପାଇଁ ଯାଇଥିବା ବେଳେ ଅରଖପୁରରେ ଯୁବକଙ୍କୁ ଗୁଳିମାଡ, ଗ୍ରାମବାସୀଙ୍କ ନିକଟରେ ନାହିଁ…

ପୁରୁଷୋତ୍ତମପୁର,୨।୩(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁଳିମାଡ଼ । ସୋମବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ…

ବିଜେଡି ଯାହା କରିଛି ଠିକ୍‌ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…

ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍‌ଠୋକ୍‌ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍‌ କରିଛି। ଡାକ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri