Posted inଫୁରସତ

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର ଗଣିତ ଜ୍ଞାନର ପରିଚୟ ମିଳେ। ସେମାନେ ବ୍ୟବହାର କରୁଥିବା ଇଟାର ମାପ, ବିଭିନ୍ନ ସ୍କେଲ୍‌ ଓ ବଟକରାରୁ ସ୍ପଷ୍ଟ ଜଣାପଡ଼େ ଯେ ସେମାନେ ଗଣିତ ବ୍ୟବହାର କରୁଥିଲେ। ଅନ୍ୟପକ୍ଷରେ ବୈଦିକ ଯୁଗରେ ଯଜ୍ଞବେଦି ନିର୍ମାଣ କରିବା ଲାଗି ଜ୍ୟାମିତିର ବିକାଶ ହୋଇଥିଲା। ଭାରତରେ ପିଥାଗୋରାସ୍‌ ଉପପାଦ୍ୟ ବ୍ୟବହାର ହେବାର ୩୦୦ ବର୍ଷ ପରେ ଗ୍ରୀକ୍‌ ଗଣିତଜ୍ଞ ପିଥାଗୋରାସ୍‌ ଏହାକୁ ଗ୍ରୀସ୍‌ରେ ଆବିଷ୍କାର କରି ଏହାର ଗୌରବ ନେଇଛନ୍ତି।
ପଞ୍ଚମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ହେଉଛି ଭାରତୀୟ ଗଣିତର ସୁବର୍ଣ୍ଣ ଯୁଗ। ଏହି ସମୟରେ ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ମହାବୀର ଓ ଭାସ୍କରାଚାର୍ଯ୍ୟ ଆଦି ଗଣିତର ଅନେକ ସୂତ୍ର ଓ ଉପପାଦ୍ୟ ଆବିଷ୍କାର କରିଥିଲେ। ଭାରତରେ ଆବିଷ୍କୃତ ସ୍ଥାନାଙ୍କ, ଦଶମିକ ସଂଖ୍ୟା ପଦ୍ଧତି ଓ ଶୂନ ସଂଖ୍ୟା ଜଗତକୁ ସରଳ କରିପାରିଛି। ତା’ ସହ ଏଗୁଡିକ ଆଜି ମଧ୍ୟ ପୃଥିବୀରେ ବ୍ୟବହୃତ ହେଉଛି। ଏହା ଭାରତରୁ ଆରବକୁ ଏବଂ ସେଠାରୁ ୟୁରୋପକୁ ପ୍ରସାରଲାଭ କରିଥିଲା। ୟୁରୋପୀୟମାନେ ଏହାର ସୃଷ୍ଟିର ପ୍ରକୃତ ଉତ୍ସ ଜାଣି ନ ପାରି ଏହାର ନାମ ‘ଆରବୀୟ ସଂଖ୍ୟା ପଦ୍ଧତି’ ରଖିଥିଲେ। ମାତ୍ର ପରେ ଏହାର ପ୍ରକୃତ ଆବିଷ୍କାରକ ଦେଶର ନାମ ଜଣାପଡିବା ପରେ ଏହା ବର୍ତ୍ତମାନ ‘ହିନ୍ଦୁ-ଆରବୀୟ ସଂଖ୍ୟା ପଦ୍ଧତି’ ଭାବେ ଜଣାଯାଇଛି। ବିଶିଷ୍ଟ ଗଣିତଜ୍ଞ ଲାପ୍ଲାସ ଓ ଆଇନଷ୍ଟାଇନ୍‌ କହିଛନ୍ତି ଯେ, ସଂଖ୍ୟା ପଦ୍ଧତିର ବିକାଶ ପାଇଁ ଗଣିତ ଭାରତ ପାଖରେ ଚିର ଋଣୀ। ତାମିଲନାଡୁର କୁମ୍ବକୋଣମ୍‌ଠାରେ ୧୮୮୭ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀନିବାସ ରାମାନୁଜନ ହେଉଛନ୍ତି ଆଧୁନିକ ଯୁଗର ଜଣେ ଶ୍ରେଷ୍ଠ ଗଣିତଜ୍ଞ। ସେ ମାତ୍ର ୩୩ ବର୍ଷର ସ୍ବଳ୍ପ ଜୀବନ କାଳରେ ପ୍ରମାଣ ବିନା ଯେତିକି ଗଣିତ ସୂତ୍ର ପ୍ରକାଶ କରିଥିଲେ ସେଗୁଡିକୁ ପ୍ରମାଣ କରିବା ପାଇଁ ଗଣିତଜ୍ଞମାନଙ୍କୁ ପ୍ରାୟ ଶହେ ବର୍ଷ ଲାଗିଗଲା। ଭାରତ ସରକାର ରାମାନୁଜନଙ୍କ ସମ୍ମାନାର୍ଥେ ତାଙ୍କର ଜନ୍ମ ଦିବସ (ଡିସେମ୍ବର ୨୨)କୁ ‘ଜାତୀୟ ଗଣିତ ଦିବସ’ ଭାବରେ ଘୋଷଣା କରିଥିଲେ, ଯାହା ଏ ପର୍ଯ୍ୟନ୍ତ ପାଳିତ ହୋଇଆସୁଅଛି। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ରାମାନୁଜନ ନିଜେ ପଢ଼ି ଉଚ୍ଚତର ଗଣିତକୁ ଆୟତ୍ତ କରିପାରିଥିଲେ। ଗଣିତ କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବା ଲାଗି ସେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଜି.ଏଚ୍‌. ହାର୍ଡିଙ୍କ ସହାୟତାରେ ୧୯୧୪ ମସିହାରେ ଇଂଲଣ୍ଡ ଯାଇଥିଲେ। ସେ କେମ୍ବ୍ରିଜଠାରେ ହାର୍ଡିଙ୍କ ସହ ମିଶି ଗଣିତ ଉପରେ ଅନେକ ଗବେଷଣା କରିଥିଲେ। କିନ୍ତୁ ଏହି ସମୟରେ ସେ ହଠାତ୍‌ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ୧୯୧୯ରେ ଭାରତ ଫେରି ଆସିଲେ। ଠିକ୍‌ ତା’ ପରବର୍ଷ ଏପ୍ରିଲ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆମ ଦେଶରେ ଗଣିତରେ ଗବେଷଣା ପ୍ରତି ଛାତ୍ରୀଛାତ୍ରମାନଙ୍କ ମନରେ ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ହେଉଛି ଜାତୀୟ ଗଣିତ ଦିବସ ପାଳନର ଲକ୍ଷ୍ୟ। ବାସ୍ତବରେ ନବୋଦ୍ଭାବନ, ପ୍ରଯୁକ୍ତିବିଦ୍ୟା ଓ ସମସ୍ୟା ସମାଧାନରେ ଗଣିତର ଭୂମିକା ଅନସ୍ବୀକାର୍ଯ୍ୟ।
-ଇଂ. ମାୟାଧର ସ୍ବାଇଁ, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri