Posted inଫୁରସତ

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର ଗଣିତ ଜ୍ଞାନର ପରିଚୟ ମିଳେ। ସେମାନେ ବ୍ୟବହାର କରୁଥିବା ଇଟାର ମାପ, ବିଭିନ୍ନ ସ୍କେଲ୍‌ ଓ ବଟକରାରୁ ସ୍ପଷ୍ଟ ଜଣାପଡ଼େ ଯେ ସେମାନେ ଗଣିତ ବ୍ୟବହାର କରୁଥିଲେ। ଅନ୍ୟପକ୍ଷରେ ବୈଦିକ ଯୁଗରେ ଯଜ୍ଞବେଦି ନିର୍ମାଣ କରିବା ଲାଗି ଜ୍ୟାମିତିର ବିକାଶ ହୋଇଥିଲା। ଭାରତରେ ପିଥାଗୋରାସ୍‌ ଉପପାଦ୍ୟ ବ୍ୟବହାର ହେବାର ୩୦୦ ବର୍ଷ ପରେ ଗ୍ରୀକ୍‌ ଗଣିତଜ୍ଞ ପିଥାଗୋରାସ୍‌ ଏହାକୁ ଗ୍ରୀସ୍‌ରେ ଆବିଷ୍କାର କରି ଏହାର ଗୌରବ ନେଇଛନ୍ତି।
ପଞ୍ଚମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ହେଉଛି ଭାରତୀୟ ଗଣିତର ସୁବର୍ଣ୍ଣ ଯୁଗ। ଏହି ସମୟରେ ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ମହାବୀର ଓ ଭାସ୍କରାଚାର୍ଯ୍ୟ ଆଦି ଗଣିତର ଅନେକ ସୂତ୍ର ଓ ଉପପାଦ୍ୟ ଆବିଷ୍କାର କରିଥିଲେ। ଭାରତରେ ଆବିଷ୍କୃତ ସ୍ଥାନାଙ୍କ, ଦଶମିକ ସଂଖ୍ୟା ପଦ୍ଧତି ଓ ଶୂନ ସଂଖ୍ୟା ଜଗତକୁ ସରଳ କରିପାରିଛି। ତା’ ସହ ଏଗୁଡିକ ଆଜି ମଧ୍ୟ ପୃଥିବୀରେ ବ୍ୟବହୃତ ହେଉଛି। ଏହା ଭାରତରୁ ଆରବକୁ ଏବଂ ସେଠାରୁ ୟୁରୋପକୁ ପ୍ରସାରଲାଭ କରିଥିଲା। ୟୁରୋପୀୟମାନେ ଏହାର ସୃଷ୍ଟିର ପ୍ରକୃତ ଉତ୍ସ ଜାଣି ନ ପାରି ଏହାର ନାମ ‘ଆରବୀୟ ସଂଖ୍ୟା ପଦ୍ଧତି’ ରଖିଥିଲେ। ମାତ୍ର ପରେ ଏହାର ପ୍ରକୃତ ଆବିଷ୍କାରକ ଦେଶର ନାମ ଜଣାପଡିବା ପରେ ଏହା ବର୍ତ୍ତମାନ ‘ହିନ୍ଦୁ-ଆରବୀୟ ସଂଖ୍ୟା ପଦ୍ଧତି’ ଭାବେ ଜଣାଯାଇଛି। ବିଶିଷ୍ଟ ଗଣିତଜ୍ଞ ଲାପ୍ଲାସ ଓ ଆଇନଷ୍ଟାଇନ୍‌ କହିଛନ୍ତି ଯେ, ସଂଖ୍ୟା ପଦ୍ଧତିର ବିକାଶ ପାଇଁ ଗଣିତ ଭାରତ ପାଖରେ ଚିର ଋଣୀ। ତାମିଲନାଡୁର କୁମ୍ବକୋଣମ୍‌ଠାରେ ୧୮୮୭ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀନିବାସ ରାମାନୁଜନ ହେଉଛନ୍ତି ଆଧୁନିକ ଯୁଗର ଜଣେ ଶ୍ରେଷ୍ଠ ଗଣିତଜ୍ଞ। ସେ ମାତ୍ର ୩୩ ବର୍ଷର ସ୍ବଳ୍ପ ଜୀବନ କାଳରେ ପ୍ରମାଣ ବିନା ଯେତିକି ଗଣିତ ସୂତ୍ର ପ୍ରକାଶ କରିଥିଲେ ସେଗୁଡିକୁ ପ୍ରମାଣ କରିବା ପାଇଁ ଗଣିତଜ୍ଞମାନଙ୍କୁ ପ୍ରାୟ ଶହେ ବର୍ଷ ଲାଗିଗଲା। ଭାରତ ସରକାର ରାମାନୁଜନଙ୍କ ସମ୍ମାନାର୍ଥେ ତାଙ୍କର ଜନ୍ମ ଦିବସ (ଡିସେମ୍ବର ୨୨)କୁ ‘ଜାତୀୟ ଗଣିତ ଦିବସ’ ଭାବରେ ଘୋଷଣା କରିଥିଲେ, ଯାହା ଏ ପର୍ଯ୍ୟନ୍ତ ପାଳିତ ହୋଇଆସୁଅଛି। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ରାମାନୁଜନ ନିଜେ ପଢ଼ି ଉଚ୍ଚତର ଗଣିତକୁ ଆୟତ୍ତ କରିପାରିଥିଲେ। ଗଣିତ କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବା ଲାଗି ସେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଜି.ଏଚ୍‌. ହାର୍ଡିଙ୍କ ସହାୟତାରେ ୧୯୧୪ ମସିହାରେ ଇଂଲଣ୍ଡ ଯାଇଥିଲେ। ସେ କେମ୍ବ୍ରିଜଠାରେ ହାର୍ଡିଙ୍କ ସହ ମିଶି ଗଣିତ ଉପରେ ଅନେକ ଗବେଷଣା କରିଥିଲେ। କିନ୍ତୁ ଏହି ସମୟରେ ସେ ହଠାତ୍‌ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ୧୯୧୯ରେ ଭାରତ ଫେରି ଆସିଲେ। ଠିକ୍‌ ତା’ ପରବର୍ଷ ଏପ୍ରିଲ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆମ ଦେଶରେ ଗଣିତରେ ଗବେଷଣା ପ୍ରତି ଛାତ୍ରୀଛାତ୍ରମାନଙ୍କ ମନରେ ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ହେଉଛି ଜାତୀୟ ଗଣିତ ଦିବସ ପାଳନର ଲକ୍ଷ୍ୟ। ବାସ୍ତବରେ ନବୋଦ୍ଭାବନ, ପ୍ରଯୁକ୍ତିବିଦ୍ୟା ଓ ସମସ୍ୟା ସମାଧାନରେ ଗଣିତର ଭୂମିକା ଅନସ୍ବୀକାର୍ଯ୍ୟ।
-ଇଂ. ମାୟାଧର ସ୍ବାଇଁ, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?