Posted inଜାତୀୟ

ଆଗକୁ ଅଧିକ ଦୁଷ୍ପରିଣାମ

ଦୁବାଇ/ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):୨୦୨୩କୁ ଅଦ୍ୟାବଧି ସବୁଠୁ ଉତ୍ତପ୍ତ ବର୍ଷ ରୂପେ ରେକର୍ଡ କରାଯାଇଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାକୁ ଦେଖିଲେ ଆଗକୁ ବନ୍ୟା, ବନାଗ୍ନି, ହିମବାହ ତରଳିବା ଓ ଅହେତୁକ ଉଷ୍ମତା ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନର ଅଧିକ ଦୁଷ୍ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଗୁରୁବାର ଜାତିସଂଘ ଓ୍ବେଦର ଏଜେନ୍ସି ସତର୍କ କରାଇଛି।
ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ମତରେ ପ୍ରାକ୍‌-ଶିଳ୍ପାୟନ ସମୟ ତୁଳନାରେ ଚଳିତବର୍ଷର ହାରାହାରି ତାପମାତ୍ରା ୧.୪ ଡିଗ୍ରୀ ସେଲ୍‌ସିୟସ୍‌ (୨.୫ ଡିଗ୍ରୀ ଫାରେନ୍‌ହିଟ୍‌) ବଢ଼ିଛି। ସଙ୍ଗଠନର ମହାସଚିବ ପେଟ୍ଟେରି ତାଲସ୍‌ କହିଛନ୍ତି, ଚଳିତବର୍ଷ ପ୍ରାରମ୍ଭରେ ଏଲ୍‌ ନିନୋ ଯୋଗୁ ପ୍ରଶାନ୍ତ ମହାସାଗର ଉପରେ ଜଳବାୟୁ ପରିବର୍ତ୍ତନର ଅତ୍ୟଧିକ ନକାରାମତ୍କ ପ୍ରଭାବ ପଡ଼ିଥିଲା। ଏଥିଯୋଗୁ ଆସନ୍ତା ବର୍ଷ ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀରୁ ଅଧିକ ରହିପାରେ। ତୈଳ ପ୍ରାଚୁର୍ଯ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇସ୍ଥିତ ଏକ୍ସପୋ ସିଟିରେ ଗୁରୁବାର ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ କପ୍‌୨୮ ଆରମ୍ଭ ହେବା ଅବସରରେ ଡବ୍ଲ୍ୟୁଏମ୍‌ଓର ଚେତାବନୀକୁ ହାଲୁକା ଭାବେ ନେବା ଅନୁଚିତ ବୋଲି କୁହାଯାଉଛି।

ଦୁବାଇରେ କପ୍‌୨୮ ଆରମ୍ଭ

୨୦୨୩ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା କନ୍‌ଫରେନ୍ସ ଅଫ୍‌ ଦି ପାର୍ଟିଜ୍‌ ଅଫ୍‌ ଦି ୟୁଏନ୍‌ଏଫ୍‌ସିସିସି (କପ୍‌୨୮) ହେଉଛି ଏହି ଧରଣର ୨୮ତମ ସମ୍ମିଳନୀ, ଯାହାକି ଦୁବାଇର ଏକ୍ସପୋ ସିଟିରେ ନଭେମ୍ବର ୩୦ରୁ ଡିସେମ୍ବର ୧୨ ଯାଏ ଚାଲିବ। ୧୯୯୨ରେ ଜାତିସଂଘ ଜଳବାୟୁ ଚୁକ୍ତି ସମ୍ପାଦିତ ହେବା ପରେ ୧୯୯୫ରୁ ପ୍ରତିବର୍ଷ ଏହି ସମ୍ମିଳନୀ ଆୟୋଜିତ ହୋଇଆସୁଛି। ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ସୀମିତ ରଖି ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ପ୍ରଭାବ ସହ ଖାପ ଖୁଆଇ ଚଳିବା ପାଇଁ ନୀତିଗୁଡ଼ିକ ଉପରେ ସରକାରମାନଙ୍କୁ ସହମତ କରିବା କପ୍‌ କନ୍‌ଫରେନ୍ସର ଉଦ୍ଦେଶ୍ୟ। ଚଳିତ ବର୍ଷ ୟୁଏଇ ହେଉଛି କପ୍‌୨୮ର ଆୟୋଜକ ରାଷ୍ଟ୍ର। କପ୍‌୨୮ର ପ୍ରେସିଡେଣ୍ଟ ହେଉଛନ୍ତି ସୁଲତାନ୍‌ ଅଲ୍‌ ଜାବେର, ଯିଏକି ଏଡିଏନ୍‌ଓସି ମୁଖ୍ୟ ଭାବେ ବାଷ୍ପ ଓ ତୈଳ ଉତ୍ପାଦନର ବିସ୍ତାର କରିଛନ୍ତି। ତାହା ପୁଣି ଜଳବାୟୁ ପରିବର୍ତ୍ତନ ମୁକାବିଲା ସକାଶେ ନିଆଯାଉଥିବା ପଦକ୍ଷେପ ଯୋଗୁ ଜୀବାଶ୍ମ ଇନ୍ଧନ ଶିଳ୍ପଗୁଡ଼ିକ ଚାପରେ ରହିଥିବା ସମୟରେ। ବିଦେଶୀ ସରକାରମାନଙ୍କ ସହ ଅଏଲ୍‌ ଏବଂ ଗ୍ୟାସ୍‌ ଡିଲ୍‌ ପାଇଁ ବୁଝାଇବା ଲାଗି କପ୍‌୨୮କୁ ୟୁଏଇ ବ୍ୟବହାର କରିବାକୁ ଯୋଜନା କରିଥିବା ବିଷୟ କେତେକ ଦସ୍ତାବିଜରୁ ପ୍ରଘଟ ହୋଇଛି। ଉପରୋକ୍ତ ପୃଷ୍ଠଭୂମିରେ ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ମୁଖ୍ୟ ଓ ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ସେମାନେ ବିଶ୍ୱତାପନ ହ୍ରାସ ପାଇଁ ନିଜ ନିଜ ସରକାରମାନେ ନେଇଥିବା ପଦକ୍ଷେପ ଉପରେ ୨ ସପ୍ତାହ ଧରି ସମୀକ୍ଷା କରିବେ। ପ୍ୟାରିସ୍‌ ଚୁକ୍ତିର ଲକ୍ଷ୍ୟ ହାସଲ ଦିଗରେ ବିଶ୍ୱର ଗତି ସମ୍ପର୍କିତ ଏହି ପୁନଃ ମୂଲ୍ୟାଙ୍କନକୁ ‘ଗ୍ଲୋବାଲ୍‌ ଷ୍ଟକ୍‌ଟେକ୍‌’ କୁହାଯାଏ। ଷ୍ଟକ୍‌ଟେକ୍‌ ପରେ ସମ୍ମିଳନୀ ଶେଷରେ ଏକ ମିଳିତ ଯୋଜନାକୁ ନେଇ ସହମତ ହେବା କପ୍‌୨୮ର ସବୁଠୁ ବଡ଼ କାର୍ଯ୍ୟସୂଚୀ। ବିଶ୍ୱତାପନ ଉତ୍ସର୍ଜନକୁ ହ୍ରାସ କରିବା ଲାଗି ଆଗାମୀ କିଛି ବର୍ଷ ପାଇଁ ପ୍ରସ୍ତୁତ ଏହି ମଞ୍ଚରେ ଆସେସ୍‌ମେଣ୍ଟ ବେଳେ ରାଜନୈତିକ ମତଭେଦ ମଧ୍ୟ ଦେଖାଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri