ଚାଟିଂ ବେଶି, ପାଠପଢ଼ା କମ୍‌

ନୂଆଦିଲ୍ଲୀ, ୨୭ା୭: କରୋନା ମହାମାରୀ ଅଫ୍‌ଲାଇନ ପାଠପଢ଼ାରେ ଡୋରି ପକାଇଥିବାରୁ ଡିଜିଟାଲ ଶିକ୍ଷା ମୁହଁା ହୋଇଛନ୍ତି ଛାତ୍ରୀଛାତ୍ର। ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ହେବା ଉଦ୍ୟମରେ ଅଭିଭାବକ ସେମାନଙ୍କୁ ସ୍ମାର୍ଟ ଫୋନ୍‌ ଯୋଗାଇଦେଉଛନ୍ତି। ହେଲେ ପାଖରେ ମୋବାଇଲ ଥାଇ ବି ତାହାକୁ ପ୍ରକୃତ ଲକ୍ଷ୍ୟ ସାଧନରେ ପିଲାମାନେ ବ୍ୟବହାର କରୁନାହାନ୍ତି। ମାତ୍ର ୧୦ ପ୍ରତିଶତ ଫୋନ୍‌କୁ ପାଠପଢ଼ା ଉଦ୍ଦେଶ୍ୟରେ ଲଗାଉଥିବାବେଳେ ୫୯ ପ୍ରତିଶତ ମାତିଛନ୍ତି ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଭଳି ସୋସିଆଲ ସାଇଟ୍‌ ତଥା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ରେ। ଅନ୍‌ଲାଇନ୍‌ ଶିକ୍ଷା ଜାରି ରହିଲେ ତାହା ଆଗାମୀ ପିଢ଼ିକୁ କେଉଁ ଦିଗକୁ ନେବ ଏବଂ ସେମାନଙ୍କୁ ଦକ୍ଷ କରିବାରେ କେତେ ସହାୟକ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଓ ବହୁଳ ମାତ୍ରାରେ ଫୋନ୍‌ ବ୍ୟବହାର ଦ୍ୱାରା ପିଲାଙ୍କ ଭବିଷ୍ୟତ ଗଠନ ଉପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ସିପିସିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ହୋଇଥିବା ଏକ ଅଧ୍ୟୟନରେ ଚିନ୍ତାଜନକ ଫଳାଫଳ ସାମ୍‌ନାକୁ ଆସିଛି। ମୋବାଇଲ ଏବଂ ଇଣ୍ଟରନେଟ୍‌ ସଂଯୋଗ ହୋଇପାରୁଥିବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ପିଲାଙ୍କୁ କିପରି ଶାରୀରିକ, ଆଚରଣଗତ ଏବଂ ମାନସିକ-ସାମାଜିକ ଭାବେ ପ୍ରଭାବିତ କରିଥାଏ ତାହା ଉପରେ ଏହି ଗବେଷଣା କରାଯାଇଥିଲା। ରିପୋର୍ଟ ଅନୁସାରେ, ପାଖରେ ସ୍ମାର୍ଟଫୋନ ଥିବା ପିଲାଙ୍କ ମଧ୍ୟରୁ ୫୯.୨ ପ୍ରତିଶତ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌, ଫେସ୍‌ବୁକ୍‌ ଆଦିରେ ସମୟ କାଟୁଛନ୍ତି। ମାତ୍ର ୧୦.୧ ପ୍ରତିଶତ ଅନ୍‌ଲାଇନ ପାଠପଢ଼ା ତଥା ଶିକ୍ଷା ଗ୍ରହଣ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ୮ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ମଧ୍ୟରୁ ୩୦.୨ ପ୍ରତିଶତଙ୍କଠାରେ ବ୍ୟକ୍ତିଗତ ମୋବାଇଲ ଉପଲବ୍ଧ ବୋଲି ଏଥିରେ କୁହାଯାଇଛି।
କଥା ହେଉଛି, ମାତ୍ର ୧୦ ବର୍ଷ ବୟସର ପିଲାଙ୍କ ନିଜର ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ରହିଛି। ଫେସ୍‌ବୁକ୍‌ରେ ଏହି ବୟସର ପିଲାଙ୍କ ସଂଖ୍ୟା ୩୭.୮ ପ୍ରତିଶତ ଏବଂ ଇନ୍‌ଷ୍ଟାରେ ୨୪.୩ ପ୍ରତିଶତ ରହିଛି। ୧୩ ବର୍ଷ ବୟସ ପରଠାରୁ ପିଲାଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଟ୍ରେଣ୍ଡ୍‌ଲାଇନ ଉପରମୁହାଁ ରହିଛି। ତେବେ ସବୁ ବୟସ ବର୍ଗର ଛାତ୍ରୀଛାତ୍ର ଲାପ୍‌ଟପ୍‌/ଟାବ୍‌ଲେଟ୍‌ ବ୍ୟବହାର ସମାନ୍ତରାଳ ଭାବେ କରୁଥିବା ଜଣାଯାଇଛି। ୧୨/୧୩ ବର୍ଷ ବୟସରୁ ପିଲାଙ୍କୁ ସେମାନଙ୍କ ମାତାପିତା ଲାପ୍‌ଟପ୍‌ କିମ୍ବା ଟାବଲେଟ୍‌ ତୁଳନାରେ ଫୋନ୍‌ ଯୋଗାଇବାକୁ ଅଧିକ ଇଚ୍ଛୁକ ଥିବା ରିପୋର୍ଟରେ ଦର୍ଶାଯାଇଛି। ଅଧିକାଂଶ ପିଲା ଶୋଇବାବେଳେ ଫୋନ୍‌ ବ୍ୟବହାର କରୁଥିବାରୁ ସେମାନେ ନିଦ୍ରାହୀନତା, ଥକ୍କାପଣ, ଦୁଶ୍ଚିନ୍ତା, ମାନସିକ ଚାପ ଆଦିର ଶିକାର ହେଉଛନ୍ତି। ତେଣୁ ପିଲାଙ୍କୁ ଆବଶ୍ୟକଠାରୁ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର ତଥା ଇଣ୍ଟରନେଟ୍‌ ନିଶାରୁ ଦୂରରେ ରଖି ମାତାପିତାମାନେ ସେମାନଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷ କରିବା ଦିଗରେ ଚେଷ୍ଟା କରିବା ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧ୍ୟୟନରୁ ଆହୁରି ଜଣାଯାଇଛି ଯେ, ୭୨.୭୦ ପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଦିଗରେ କୌଣସି ପୂର୍ବ ଅଭିଜ୍ଞତା ନାହିଁ। ସେହିପରି କ୍ଲାସ୍‌ରୁମ୍‌ରେ ମୋବାଇଲ ବ୍ୟବହାର ଦ୍ୱାରା ଧ୍ୟାନ ହଟିଥାଏ ବୋଲି ୫୪.୧ ପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିଶ୍ୱାସ।
ଏହି ଅଧ୍ୟୟନରେ ୬ଟି ରାଜ୍ୟର ୬୦ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିଥିଲା। ମୋଟ ୫,୮୧୧ ଜଣଙ୍କ ମତାମତ ଏଥିରେ ସାମିଲ କରାଯାଇଥିଲା। ସ୍କୁଲ ଯାଉଥିବା ୩,୪୯୧ ଛାତ୍ରୀଛାତ୍ର, ୧,୫୩୪ ଅଭିଭାବକ, ୭୮୬ ଶିକ୍ଷକଙ୍କ ମତକୁ ନେଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri