ଚାଟିଂ ବେଶି, ପାଠପଢ଼ା କମ୍‌

ନୂଆଦିଲ୍ଲୀ, ୨୭ା୭: କରୋନା ମହାମାରୀ ଅଫ୍‌ଲାଇନ ପାଠପଢ଼ାରେ ଡୋରି ପକାଇଥିବାରୁ ଡିଜିଟାଲ ଶିକ୍ଷା ମୁହଁା ହୋଇଛନ୍ତି ଛାତ୍ରୀଛାତ୍ର। ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ହେବା ଉଦ୍ୟମରେ ଅଭିଭାବକ ସେମାନଙ୍କୁ ସ୍ମାର୍ଟ ଫୋନ୍‌ ଯୋଗାଇଦେଉଛନ୍ତି। ହେଲେ ପାଖରେ ମୋବାଇଲ ଥାଇ ବି ତାହାକୁ ପ୍ରକୃତ ଲକ୍ଷ୍ୟ ସାଧନରେ ପିଲାମାନେ ବ୍ୟବହାର କରୁନାହାନ୍ତି। ମାତ୍ର ୧୦ ପ୍ରତିଶତ ଫୋନ୍‌କୁ ପାଠପଢ଼ା ଉଦ୍ଦେଶ୍ୟରେ ଲଗାଉଥିବାବେଳେ ୫୯ ପ୍ରତିଶତ ମାତିଛନ୍ତି ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଭଳି ସୋସିଆଲ ସାଇଟ୍‌ ତଥା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ରେ। ଅନ୍‌ଲାଇନ୍‌ ଶିକ୍ଷା ଜାରି ରହିଲେ ତାହା ଆଗାମୀ ପିଢ଼ିକୁ କେଉଁ ଦିଗକୁ ନେବ ଏବଂ ସେମାନଙ୍କୁ ଦକ୍ଷ କରିବାରେ କେତେ ସହାୟକ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଓ ବହୁଳ ମାତ୍ରାରେ ଫୋନ୍‌ ବ୍ୟବହାର ଦ୍ୱାରା ପିଲାଙ୍କ ଭବିଷ୍ୟତ ଗଠନ ଉପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ସିପିସିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ହୋଇଥିବା ଏକ ଅଧ୍ୟୟନରେ ଚିନ୍ତାଜନକ ଫଳାଫଳ ସାମ୍‌ନାକୁ ଆସିଛି। ମୋବାଇଲ ଏବଂ ଇଣ୍ଟରନେଟ୍‌ ସଂଯୋଗ ହୋଇପାରୁଥିବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ପିଲାଙ୍କୁ କିପରି ଶାରୀରିକ, ଆଚରଣଗତ ଏବଂ ମାନସିକ-ସାମାଜିକ ଭାବେ ପ୍ରଭାବିତ କରିଥାଏ ତାହା ଉପରେ ଏହି ଗବେଷଣା କରାଯାଇଥିଲା। ରିପୋର୍ଟ ଅନୁସାରେ, ପାଖରେ ସ୍ମାର୍ଟଫୋନ ଥିବା ପିଲାଙ୍କ ମଧ୍ୟରୁ ୫୯.୨ ପ୍ରତିଶତ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌, ଫେସ୍‌ବୁକ୍‌ ଆଦିରେ ସମୟ କାଟୁଛନ୍ତି। ମାତ୍ର ୧୦.୧ ପ୍ରତିଶତ ଅନ୍‌ଲାଇନ ପାଠପଢ଼ା ତଥା ଶିକ୍ଷା ଗ୍ରହଣ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ୮ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ମଧ୍ୟରୁ ୩୦.୨ ପ୍ରତିଶତଙ୍କଠାରେ ବ୍ୟକ୍ତିଗତ ମୋବାଇଲ ଉପଲବ୍ଧ ବୋଲି ଏଥିରେ କୁହାଯାଇଛି।
କଥା ହେଉଛି, ମାତ୍ର ୧୦ ବର୍ଷ ବୟସର ପିଲାଙ୍କ ନିଜର ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ରହିଛି। ଫେସ୍‌ବୁକ୍‌ରେ ଏହି ବୟସର ପିଲାଙ୍କ ସଂଖ୍ୟା ୩୭.୮ ପ୍ରତିଶତ ଏବଂ ଇନ୍‌ଷ୍ଟାରେ ୨୪.୩ ପ୍ରତିଶତ ରହିଛି। ୧୩ ବର୍ଷ ବୟସ ପରଠାରୁ ପିଲାଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଟ୍ରେଣ୍ଡ୍‌ଲାଇନ ଉପରମୁହାଁ ରହିଛି। ତେବେ ସବୁ ବୟସ ବର୍ଗର ଛାତ୍ରୀଛାତ୍ର ଲାପ୍‌ଟପ୍‌/ଟାବ୍‌ଲେଟ୍‌ ବ୍ୟବହାର ସମାନ୍ତରାଳ ଭାବେ କରୁଥିବା ଜଣାଯାଇଛି। ୧୨/୧୩ ବର୍ଷ ବୟସରୁ ପିଲାଙ୍କୁ ସେମାନଙ୍କ ମାତାପିତା ଲାପ୍‌ଟପ୍‌ କିମ୍ବା ଟାବଲେଟ୍‌ ତୁଳନାରେ ଫୋନ୍‌ ଯୋଗାଇବାକୁ ଅଧିକ ଇଚ୍ଛୁକ ଥିବା ରିପୋର୍ଟରେ ଦର୍ଶାଯାଇଛି। ଅଧିକାଂଶ ପିଲା ଶୋଇବାବେଳେ ଫୋନ୍‌ ବ୍ୟବହାର କରୁଥିବାରୁ ସେମାନେ ନିଦ୍ରାହୀନତା, ଥକ୍କାପଣ, ଦୁଶ୍ଚିନ୍ତା, ମାନସିକ ଚାପ ଆଦିର ଶିକାର ହେଉଛନ୍ତି। ତେଣୁ ପିଲାଙ୍କୁ ଆବଶ୍ୟକଠାରୁ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର ତଥା ଇଣ୍ଟରନେଟ୍‌ ନିଶାରୁ ଦୂରରେ ରଖି ମାତାପିତାମାନେ ସେମାନଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷ କରିବା ଦିଗରେ ଚେଷ୍ଟା କରିବା ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧ୍ୟୟନରୁ ଆହୁରି ଜଣାଯାଇଛି ଯେ, ୭୨.୭୦ ପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ଦିଗରେ କୌଣସି ପୂର୍ବ ଅଭିଜ୍ଞତା ନାହିଁ। ସେହିପରି କ୍ଲାସ୍‌ରୁମ୍‌ରେ ମୋବାଇଲ ବ୍ୟବହାର ଦ୍ୱାରା ଧ୍ୟାନ ହଟିଥାଏ ବୋଲି ୫୪.୧ ପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିଶ୍ୱାସ।
ଏହି ଅଧ୍ୟୟନରେ ୬ଟି ରାଜ୍ୟର ୬୦ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିଥିଲା। ମୋଟ ୫,୮୧୧ ଜଣଙ୍କ ମତାମତ ଏଥିରେ ସାମିଲ କରାଯାଇଥିଲା। ସ୍କୁଲ ଯାଉଥିବା ୩,୪୯୧ ଛାତ୍ରୀଛାତ୍ର, ୧,୫୩୪ ଅଭିଭାବକ, ୭୮୬ ଶିକ୍ଷକଙ୍କ ମତକୁ ନେଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri