Posted inUncategorized

ଘୋଷଣା ଅଧିକ, ଖର୍ଚ୍ଚ କମ୍‌

ବଲାଙ୍ଗୀର ଅଫିସ, ୮ା୯: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଚରମ ଅବହେଳାର ପ୍ରକଳ୍ପ ହୋଇଯାଇଛି। ଏହି ପ୍ରକଳ୍ପ ପାଇଁ ଯେତିକି ଟଙ୍କା ବଜେଟରେ ଘୋଷଣା କରାଯାଉଛି, ସେତିକି ଟଙ୍କା ଖର୍ଚ୍ଚ ହେଉନାହିଁ। ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଇଞ୍ଚେ ଆଗକୁ ଗଡ଼ି ନାହିଁ। ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସୂଚନା ଅଧିକାର ଆଇନ ଜରିଆରେ ପାଇଥିବା ତଥ୍ୟକୁ ଏକ ଖବରଦାତା ସମ୍ମିଳନୀ କରି ସାର୍ବଜନୀନ କରିଛନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ୧୦୫୦ କୋଟି ଓ ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। କିନ୍ତୁ ସୂଚନା ଅଧିକାର ଆଇନ ଯୋଗେ ରେଳ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୨୧-୨୨ ବର୍ଷରେ ମାତ୍ର ୨୯୫ କୋଟି ୪୨ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଚଳିତ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୪୯ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା। ୨୦୨୧-୨୨ ଓ ୨୦୨୨-୨୩ ବଜେଟରେ ଘୋଷଣା କରାଯାଇଥିବା ସମୁଦାୟ ୧୯୪୧ କୋଟିର ଲୋଭନୀୟ ଅର୍ଥରାଶି ବିଗତ ୨୦ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ନାହିଁ। ଅର୍ଥାତ୍‌ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୦୨୨-୨୩ ଜୁଲାଇ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ମାତ୍ର ୧୬୭୩ କୋଟି ୯୭ ଲକ୍ଷ ଟଙ୍କା। ଏହି ତଥ୍ୟକୁ ଅନୁଶୀଳନ କଲେ ଲୋଭନୀୟ ବଜେଟ ବ୍ୟୟ ଅଟକଳ ଘୋଷଣାଗୁଡିକ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ କରାଯାଉଛି। ସେହିପରି ରାଜ୍ୟ ସରକାର ୨୦୧୬-୧୭ରୁ ଏପର୍ଯ୍ୟନ୍ତ ୭ ବର୍ଷରେ ଏହି ରେଳପଥ ପାଇଁ ମାତ୍ର ୩୦୩ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ଜମି ଅଧିଗ୍ରହଣକୁ ନେଇ ମଧ୍ୟ ସମଦଶା ହୋଇଛି। ଏହି ରେଳପଥ ପାଇଁ ତିନି କିସମର ଜମି ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଉଛି। ରେଳପଥ ମଞ୍ଜୁରୀ ପାଇବା ଇତିମଧ୍ୟରେ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ତିନି କିସମ ଜମିକୁ ଏପର୍ଯ୍ୟନ୍ତ ଶହେ ପ୍ରତିଶତ ଅଧିଗ୍ରହଣ କରାଯାଇ ନାହିଁ। ୧୮୪୪.୪୦ ଏକର ଜଙ୍ଗଲ ଜମିରୁ ୧୬୭୪.୩୭ ଏକର ଜମିକୁ ଷ୍ଟେଜ ୨ ଅନୁମତି ମିଳିନାହିଁ। ମାତ୍ର ୧୭୦.୦୩ ଏକର ଜଙ୍ଗଲ ଜମିକୁ ଷ୍ଟେଜ୍‌ ୨ ଅନୁମତି ମିଳିଥିବା ବେଳେ ୨୦୫.୦୪ ଏକର ଜମିକୁ ଷ୍ଟେଜ ୧ ଅନୁମତି ମିଳିଛି। ବିଛୁପାଲିରୁ ପରବର୍ତ୍ତୀ ଷ୍ଟପେଜ ଝାରତରଭାକୁ ଆସନ୍ତା ଅକ୍ଟୋବରରେ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ କରିବ ବୋଲି ତଥ୍ୟରେ କୁହାଯାଇଛି। ବିଛୁପାଲିରୁ ଝାରତରଭାର ଦୂରତା ମାତ୍ର ୧୦ କିମି। ଏହା ୨୦୨୧ରେ କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳକୁ ୨୦୧୯ ଜାନୁୟାରୀ ୧୫ ଦିନ ଲୋକାର୍ପଣ କରି ରେଳପଥର ନିର୍ମାଣ କାମ ତ୍ୱରାନ୍ବିତ କରାଯିବ ବୋଲି କହିଥିଲେ। ହେଲେ ମାତ୍ର ୧୦ କିମି ଦୂରତା ମଧ୍ୟ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେଲାନାହିଁ। ପ୍ରକଳ୍ପ ସମୁଦାୟ ଖର୍ଚ୍ଚ ଅଟକଳ ୩୭୯୧ କୋଟି ୬୬ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେଳପଥରେ ୧୬୭୩ କୋଟି ୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା କର୍ମୀ ପଣ୍ଡା କହିଥିଲେ। କଳାହାଣ୍ଡି ଜିଲାର ନର୍ଲାଠାରେ ପ୍ରସ୍ତାବିତ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନା ପାଇଁ ଗତ ବଜେଟରେ ୨ କୋଟି ଟଙ୍କା ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ପଶ୍ଚିମ ଓଡ଼ିଶା ପ୍ରତି ରେଳ ବିଭାଗର ଚରମ ଉଦାସୀନତା ବଳବତ୍ତର ରହିଛି ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri