ନିୟା ଶର୍ମାଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ ଖତରୋଁ କା ଖିଲାଡିର ଓ୍ବିନର ତଥା ଟେଲିଭିଜନ ଦୁନିଆର ଅଭିନେତ୍ରୀ ନିୟା ଶର୍ମା ଏବେ ଖୁବ୍‌ ଚର୍ଚ୍ଚାରେ। ଟେଲିଭିଜନ ଧାରାବାହିକରେ ଜଣେ ସଂସ୍କାରି ବୋହୂର ଚରିତ୍ରରେ ନଜର ଆସିଥିବା ନିୟାଙ୍କର ଏବେ କିଛି ବୋଲ୍ଡ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକ ଏହି ଫଟୋ ଗୁଡିକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି।

ନିୟା ଦିଲ୍ଲୀରେ ଜନ୍ମ ହୋଇଥିବା ବେଳେ ପରିବାରର ସବୁଠାରୁ ସାନ ଝିଅ। ମାସ୍‌ କୁମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଥିବା ନିୟା ୨୦୧୦ରେ ଛୋଟ ପରଦାରେ ତାଙ୍କ ଅଭିନର ଯାଦୁ ଦେଖାଇଥିଲେ। ପ୍ରଥମେ ଘରୋଇ ଚ୍ୟାନେଲ ଷ୍ଟାର ପ୍ଲସରେ ଧାରାବାହିକ ‘କାଲି-ଏକ ଅଗ୍ନିପରୀକ୍ଷା’ଥିଲା ନିୟାଙ୍କ ପ୍ରଥମ ଅଭିନୀତ ଧାରାବାହିକ। ୨୦୧୬ରେ ଏସିଆର ସେକ୍ସିଏଷ୍ଟ ମହିଳା ତାଲିକାର ୩ ନମ୍ବରରେ ଥିଲେ ନିୟା। ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିୟା ଏବେ ଅପେକ୍ଷା ରଖିଛନ୍ତି ବଲିଉଡ୍‌ ଏଣ୍ଟ୍ରି ପାଇଁ।

Share