ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଯାଜପୁର ରୋଡ୍‌,୨୧।୮ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି ଦେବା ଓ ପରେ ବାତିଲ କରିବା ଘଟଣାକୁ ନେଇ ଜଙ୍ଗଲ ଓ ରାଜସ୍ବ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ହରଡ଼ଘଣାରେ ପଡିଛନ୍ତି। ଏହି ମର୍ମରେ ଅଭିଯୋଗକାରୀ ଏକନ ପାତ୍ରଙ୍କ ଅବେଦନକୁ ଭିତ୍ତିକରି, ହାଇକୋର୍ଟରେ ଡବ୍ଲ୍ୟୁପି(ସି) ୧୮୦୩୫/୨୦୨୦ରେ ଏକ ମାମଲା ରୁଜୁ ହେବା ସହିତ ରାଜସ୍ବ ବିଭାଗ ସଚିବ, ଯାଜପୁର ଜିଲାପାଳ, କଟକ ଜଙ୍ଗଲ ଡିଭିଜନ ଡିଏଫ୍‌ଓ, ବ୍ୟାସନଗର ତହସିଲଦାର ଓ ପଛିକୋଟ ରାଜସ୍ବ ନିରୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆସନ୍ତା ୪।୯।୨୦୨୦ ତାରିଖ ସୁଦ୍ଧା ଉପରୋକ୍ତ ମାମଲା ଉପରେ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ଅତିରିକ୍ତ ସରକାରୀ ଓକିଲ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜା ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୫୧ ସାରଦ-୩ କିସମ ୧ ଏକର ପରିମିତ ଜମିରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୩୫୦/୯।୭।୨୦୨୦ରେ ଏକନ ପାତ୍ରଙ୍କୁ ଅଙ୍କିତା କନଷ୍ଟ୍ରକ୍ସନ ଦ୍ୱାରା ମୋରମ ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ସେହି ଜମିରେ ପୋଖରୀ ଖନନ କରି ମାଛଚାଷ କରିବା ଉଦ୍ଦେଶ୍ୟରେ ଏହି ଅନୁମତି ମିଳିଥିଲା। ଧାମରା ବନ୍ଦର ଓ ଯାଜପୁର କୋୟାଁଗୋଲାର ସରକାରୀ କାର୍ଯ୍ୟରେ ଉକ୍ତ ଖନନରୁ ବାହାରିଥିବା ମୋରମ ବ୍ୟବହୃତ କରିବାକୁ ଅନୁମତି ପତ୍ରରେ ଦର୍ଶାଯାଇଥିଲା। ହେଲେ ବ୍ୟାସନଗର ତହସିଲଦାର, ଯାଜପୁର ରୋଡ୍‌ ରେଞ୍ଜରଙ୍କ ସହଯୋଗରେ ଜଙ୍ଗଲ ଜମିରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ନେଇ ଗତ ୧୩ ତାରିଖରେ ପଛିକୋଟ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି କ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁ ସଚିବ ତ୍ରିଲୋଚନ କିଶାନ ତାଙ୍କ ପତ୍ର ସଂଖ୍ୟା ୧୧୧୧୩/୧୫।୭।୨୦୨୦ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗ ପ୍ରିନ୍ସିପାଲ କନଜରଭେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ତାଙ୍କ ପତ୍ରସଂଖ୍ୟା ୭୧୦୧/୧୭।୭।୨୦୨୦ରେ ଯାଜପୁର ରୋଡ୍‌ ରେଞ୍ଜରଙ୍କୁ ଅଭିଯୋଗ ହୋଇଥିବା ଜମି ସଂକ୍ରାନ୍ତରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଜମି ଜଙ୍ଗଲ କିସମ ହୋଇଥିବାରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୪୬୫୩/୨୨।୭।୨୦୨୦ରେ ପୋଖରୀ ଖନନ ନିର୍ଦ୍ଦେଶକୁ ବାତିଲ କରିଥିଲେ। ଏହାସହ ମୋରମ ଉତ୍ତୋଳନ ବାବଦକୁ ଏକନ ପାତ୍ରଙ୍କୁ ୨୮।୭।୨୦୨୦ ତାରିଖରେ ତହସିଲଦାର ପତ୍ର ସଂଖ୍ୟା ୮୦/୨୦୨୦-୨୧ରେ ୨,୭୯,୮୬୦ ଟଙ୍କାର ଡିମାଣ୍ଡ ନୋଟିସ୍‌ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏକନ ଆଇନର ଆଶ୍ରୟ ନେଇଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ବ୍ୟାସନଗର ତହସିଲଦାରଙ୍କ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri