ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି – ଚରିତ୍ର। ଯାହା ବ୍ୟକ୍ତିତ୍ୱକୁ ସୁଦୃଢ଼, ସୁସଂଯତ ଓ ସୁସଙ୍ଗଠିତ କରିଥାଏ। ଏହା ସମାଜ ପାଇଁ ସାଜିଥାଏ ଆଲୋକବର୍ତ୍ତିକା, ଅନ୍ୟମାନଙ୍କ ପାଇଁ ପାଲଟି ଯାଇଥାଏ ଉଚ୍ଚ ଆଦର୍ଶ ଓ ପ୍ରେରଣାର ଉତ୍ସ। ନୈତିକତା ହେଉଛି ମାନବ ଜୀବନର ଭିତ୍ତିଭୂମି। ସତ୍ୟ ଓ ନ୍ୟାୟ ହେଉଛି ଏହାର ଦୁଇଟି ଚକ୍ଷୁ। ନୈତିକତା ବିହୀନ ଶିକ୍ଷା ହେଉଛି ଆଲୋକ ବିହୀନ ଦୀପ ସଦୃଶ। ଏହା ହେଉଛି ଶାନ୍ତି ଓ ସମ୍ମାନର ଆଧାର। ଯେଉଁଠି ନୈତିକତା ରହେ, ସେଇଠି ବିଶ୍ୱାସ ଓ ସମ୍ମାନ ଜନ୍ମ ନିଏ। ଏହା ହିଁ ମଣିଷକୁ ମହାନ କରେ।
ଏକ ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ ପରିପ୍ରେକ୍ଷୀରେ ଆମ ଜୀବନ ପାଇଁ ଯେଉଁ ଉପାଦାନ ଏକାନ୍ତ ଅପରିହାର୍ଯ୍ୟ, ତାହା ହେଉଛି ନୈତିକ ମୂଲ୍ୟବୋଧ। ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ଦିଗରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୈତିକ ମୂଲ୍ୟବୋଧ ଜଣେ ବ୍ୟକ୍ତିକୁ ଉଚିତ ଓ ଅନୁଚିତ ଜାଣିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଏ। ଆମ କାର୍ଯ୍ୟକଳାପକୁ ଶୃଙ୍ଖଳିତ ଓ ପରିମାର୍ଜିତ କରାଇଥାଏ। ନୈତିକ ମୂଲ୍ୟବୋଧ ଆଧାରିତ ଜୀବନ ସଫଳତା ଆଡକୁ ବାଟ କଢ଼ାଏ। ଜୀବନର ଚଲାପଥକୁ କରିଥାଏ କୁସୁମିତ।
ନୈତିକ ମୂଲ୍ୟବୋଧ କେତୋଟି ଆଦର୍ଶର ସ୍ତୂପ ଉପରେ ସଂସ୍ଥାପିତ। ଯାହାର ସମ୍ମିଳିତ ଉଦ୍ୟମ ହିଁ ବ୍ୟକ୍ତିତ୍ୱର ଊର୍ଜାକୁ ଉଦ୍ଭାସିତ କରିଥାଏ। ତନ୍ମଧ୍ୟରୁ ସତ୍ୟବାଦିତା ଓ ସାଧୁତା ଉଲ୍ଲେଖନୀୟ। ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତିତୀକ୍ଷା ନେପଥ୍ୟରେ ଥିବା ସତ୍ୟବାଦିତା ପ୍ରଣିଧାନଯୋଗ୍ୟ, ଯାହା ଆମ ସ୍ବାଧୀନତାର ସ୍ବପ୍ନକୁ ସାକାର କରିପାରିଥିଲା। ସେହିପରି ସତ୍ୟ ରକ୍ଷା କରିବାକୁ ଯାଇ ରାଜା ଦଶରଥ ପୁତ୍ର ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ପାଇଁ ବନକୁ ନିର୍ବାସିତ କରିଥିଲେ। ସତ୍ୟବାଦୀ ପାଖରେ ହିଁ ସାଧୁତାର ସ୍ବରୂପ ପ୍ରକଟିତ ହୋଇଥାଏ। ଧର୍ମରାଜ ଯୁଧିଷ୍ଠିର ସତ୍ୟ ଓ ନ୍ୟାୟର ଅବତାର ହୋଇ ସୁଦ୍ଧା ତାଙ୍କର ସେହି ପଦିଏ କଥା ‘ନରେ ବା ଗୁଞ୍ଜରେ ଅଶ୍ୱତ୍ଥମା ହତ’ ହିଁ ତାଙ୍କୁ କଳଙ୍କିତ କରିଦେଇଥିଲା।
ଦୟା ଓ କ୍ଷମା ମଣିଷପଣିଆର ପରିଚାୟକ। ପରକୁ ଆପଣାର କରିବାର, ଶତ୍ରୁକୁ ମିତ୍ରରେ ପରିବର୍ତ୍ତନ କରିବାର, ଅପରିଚିତକୁ ପରିଚିତ କରାଇବାର ଏହା ଏକ ମହୌଷଧି। ହିଂସାକୁ ଦମନ କରିବାରେ ମଧ୍ୟ ଏହା ସାମର୍ଥ୍ୟ ରଖିଥାଏ। ‘ବୁଦ୍ଧଂ ଶରଣଂ ଗଚ୍ଛାମି’ର ସେହି ମହାମନ୍ତ୍ର ଦିନେ ମଗଧ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ କରାଇପାରିଥିଲା। ସେ ହିଂସା ପରିହାର କରି ଅହିଂସା ନୀତିକୁ ଆପଣାଇ ନେଇଥିଲେ। ମନରେ ଦୟାଭାବ ଉଦ୍ରେକ ହୋଇପାରିଥିଲା ବୋଲି ତ ଦସ୍ୟୁ ରତ୍ନାକର ପାଲଟି ଯାଇଥିଲେ ବାଲ୍ମୀକି। ସେହିପରି ଋ଼ଷି ବିଶ୍ୱାମିତ୍ର ବ୍ରହ୍ମର୍ଷି ବଶିଷ୍ଠଙ୍କ ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିଲେ ମଧ୍ୟ ବଶିଷ୍ଠ ତାଙ୍କୁ ଉଦାର ହୃଦୟରେ କ୍ଷମା ପ୍ରଦାନ କରି ମହାନତାର ପରିଚୟ ଦେଇଥିଲେ।
ନୈତିକ ମୂଲ୍ୟବୋଧର ଅନ୍ୟ ଏକ ସ୍ତମ୍ଭ ହେଉଛି – ସହନଶୀଳତା। ଜୀବନରେ କେତେ ଯେ ଝଡ଼ଝଞ୍ଜା ଆସେ ତାହା କହିହେବନି। ଏସବୁ ଭିତରେ ସବୁ ସମୟରେ, ସବୁ ପରିସ୍ଥିତିରେ ନିଜର ଅସାମାନ୍ୟ ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ଦେଇ ଆଗକୁ ବଢ଼ୁଥିବା ମଣିଷଟି ଜୀବନରେ ସଫଳ ହୁଏ। ପାହାଚ ତଳର ଘାସପରି ପ୍ରତି ମୁହୂର୍ତ୍ତରେ ଦଳିଚକଟି ହେଉଥିଲେ ବି ତା’ ଭିତରେ ଥାଏ ବଞ୍ଚିବାର ସ୍ବପ୍ନଟିଏ। ଫଳଭାରରେ ନଇଁ ପଡ଼ିଥିବା ଗଛକୁ ଦେଖିଲେ ତା’ ଭିତରେ ଉପଲବ୍ଧି କରିହୁଏ ସହନଶୀଳତାର ପରାକାଷ୍ଠା। ଧୈର୍ଯ୍ୟଧରି ସମୟ ସହିତ ଚାଲିପାରିଲେ ଜୀବନ ସାର୍ଥକ ହୁଏ। ଭାଙ୍ଗିପଡ଼ିଲେ କିଛି ସମାଧାନ ହୁଏନାହିଁ, ସେଥିପାଇଁ ପରିସ୍ଥିତି ସହିତ ମୁକାବିଲା କରିବାକୁ ପଡ଼ିଥାଏ। ଆଉ ଏଥିପାଇଁ ଆବଶ୍ୟକ ହୋଇଥାଏ ଧୈର୍ଯ୍ୟ ଓ ସାହସ।
ଅନୁଶାସନ ଆମ ଜୀବନଧାରଣ ଶୈଳୀକୁ ପ୍ରଭାବିତ କରିଥାଏ। ନିର୍ଦ୍ଦିଷ୍ଟ ନୀତି ନିୟମର ପରିବେଷ୍ଟନୀ ମଧ୍ୟରେ ରହି ଆଗକୁ ବଢ଼ିବାର ପରିକଳ୍ପନା ନୈତିକ ମୂଲ୍ୟବୋଧକୁ ଜନ୍ମ ଦେଇଥାଏ। ଅନୁଶାସନ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରେ। ତା’ ସୀମା ସରହଦ ଡେଇଁ ବାହାରକୁ ବାହାରିବାର ଧୃଷ୍ଟତା ଅନର୍ଥ ସୃଷ୍ଟି କରେ। ଅଳୀକ କ୍ଷମତା ବା ମୋହମାୟାଠାରୁ ଊର୍ଦ୍ଧ୍ୱରେ ରହି ଅନୁଶାସନ ମଧ୍ୟରେ କାର୍ଯ୍ୟ କରିବାର ପ୍ରତିବଦ୍ଧତା ଏକ ସୁସ୍ଥ ମାନବୀୟ ଚେତନାର ପରିଚାୟକ। ଅନୁଶାସନ ମଧ୍ୟରେ ରହି ଧାଡ଼ି ବାନ୍ଧି ଚାଲିବାର ଯେଉଁ ମହାନ ଶିକ୍ଷା ଆମେ ପିମ୍ପୁଡ଼ିଠାରୁ ପାଉଛୁ, ତାହା ଅନୁକରଣୀୟ।
କୃତଜ୍ଞତା ହିଁ ମାନବୀୟ ଚେତନାର ପରିପ୍ରକାଶ। କୃତଜ୍ଞତା ମଣିଷକୁ ମହାନ କରେ। ତା’ ବ୍ୟକ୍ତିତ୍ୱକୁ ବିକଶିତ କରେ। କୃତଜ୍ଞତା ଭାବ ଟିକକ ପାଇଁ ତ ମଣିଷ ମଣିଷକୁ ଅବେଳରେ ସାହାଯ୍ୟ କରିବାକୁ ଆଗେଇ ଆସେ। କୃତଜ୍ଞତା ଜଣାଇବାକୁ ଯାଇ ମାଙ୍କଡମାନେ ବି ରାମଚନ୍ଦ୍ରଙ୍କ ପାଇଁ ସେଦିନ ସମୁଦ୍ରରେ ବାନ୍ଧି ଦେଇଥିଲେ ସେତୁବନ୍ଧ। କୃତଜ୍ଞତା ଜଣାଇବାକୁ ସେଦିନ ନିଜର କଅଁଳା ବାଛୁରୀକୁ କ୍ଷୀର ପିଆଇ ବାଘ ପାଖକୁ ଫେରି ଆସିଥିଲା ବଉଳା ଗାଈ। କି ମହନୀୟତା ଭାବ ସତରେ ! ହେଲେ କୃତଜ୍ଞତାକୁ ବୁଝୁ ନ ଥିବା ମଣିଷ କୃତଘ୍ନ ପାଲଟିଯାଏ ସମାଜ ଆଖିରେ। ଥରେ କୃତଘ୍ନର ମୋହର ବାଜିଲେ ସମାଜ ତାକୁ ଆଡ ଆଖିରେ ବି ଚାହେଁ ନାହିଁ।
ନୈତିକ ମୂଲ୍ୟବୋଧର ସଂଜ୍ଞା ନିରୂପଣ କରିବାକୁ ଯାଇ ସ୍ବାମୀ ବିବେକାନନ୍ଦ କହିଛନ୍ତି : ‘ନୈତିକ ମୂଲ୍ୟବୋଧ ହେଉଛି ଜୀବନର ଆଲୋକ, ଯାହା ଆମକୁ ଠିକ୍‌ ପଥରେ ଚାଲିବାରେ ସାହାଯ୍ୟ କରେ।’ ସମୁଦ୍ରତଟର ବତିଘର ଦିଗହରା ଜାହାଜ ପାଇଁ ପଥପ୍ରଦର୍ଶନ କରିଥାଏ। ଅବାଟରେ ଯିବାକୁ ରୋକିଥାଏ। ଠିକ୍‌ ସେମିତି ଆମର ନୈତିକ ମୂଲ୍ୟବୋଧ ଆମର ଜୀବନକୁ ଗଠନ କରେ ତଥା ଆମର ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ନୈତିକ ମୂଲ୍ୟବୋଧର ଭାବ ଟିକକ ଶୈଶବରୁ ହିଁ ଆମ ପିଲାଙ୍କ ଭିତରେ ସୃଷ୍ଟି କରିବା ଆବଶ୍ୟକ। ଜଣେ ବଡ଼ ମଣିଷ ନୁହେଁ ବରଂ ଜଣେ ଭଲ ମଣିଷ ହେବାର ମାନସିକତା ଆମ ଭିତରେ ଆଣିପାରିଲେ ନୈତିକ ମୂଲ୍ୟବୋଧର ପରିପ୍ରକାଶ ଘଟିବ।

ସଂଗ୍ରାମ କେଶରୀ ପୃଷ୍ଟି

ମୋ: ୯୪୩୭୫୪୭୧୪୬

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri