ପ୍ରାକୃତିକ କୃଷି ପଦ୍ଧତିରେ ମୁଗ ଚାଷ, ୧୦୦ ବିହନ ବନ୍ଧୁଙ୍କୁ…

କର୍ଲାମୁଣ୍ଡା,୪ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କନଶିଲ, ଧାଁରାଖମନ ଓ ପରମାନନ୍ଦପୁର ଗ୍ରାମର ଚାଷୀମାନେ ଦେଶୀ ଝାଇଁ ମୁଗକୁ ପୁଣିଥରେ ପୁନରୁଜ୍ଜୀବିତ କରିବା ପାଇଁ ପ୍ରାକୃତିକ କୃଷି ପ୍ରକ୍ରିୟାରେ ଚାଷକାମ ଆରମ୍ଭ କରିଛନ୍ତି। ଏହି ଅବସରରେ ବିକଳ୍ପଜୀବିକା ଫାଉଣ୍ଡେଶନ ତରଫରୁ ଏହି ତିନୋଟି ଗାଁରେ କାର୍ଯ୍ୟକାରୀ ହେଉଥିବା ଜୀବନଧାରା ପ୍ରକଳ୍ପରେ ଚାଷୀମାନେ ନିଜ ନିଜ ଗାଁର ବିହନ ଓ ଫସଲ ବିବିଧତା ଆକଳନ କରିଥିଲେ। ଏଥିରେ ଅନୁଷ୍ଠାନ ପକ୍ଷରୁ ଦେଶୀ ବିହନ ବିବିଧତାଗୁଡ଼ିକର ସୁରକ୍ଷା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଜଣ ବିହନବନ୍ଧୁଙ୍କୁ ଝାଇଁ ମୁଗ ଯୋଗେଇ ଦେଇଥିଲେ। ଏହି ବିହନ ବନ୍ଧୁମାନେ ମୁଗ ଅମଳ ପରେ ଆଉ ଦୁଇ ଜଣ ବିହନବନ୍ଧୁଙ୍କୁ ବିହନ ପ୍ରଦାନ କରିବାକୁ ପ୍ରତିଜ୍ଞା ନେଇଥିଲେ। ବିହନ ବୁଣିବା ପୂର୍ବରୁ ସଂସ୍ଥାର କର୍ମୀମାନେ ପ୍ରାକୃତିକ ପଦ୍ଧତିରେ ବିହନ ବିଶୋଧନ ପ୍ରକ୍ରିୟା ଚାଷୀମାନଙ୍କୁ ଶିଖାଇଥିଲେ। ବିଶେଷକରି ଡାଲି ଜାତୀୟ ଫସଲ ମାଟିରେ ପ୍ରାକୃତିକ ପଦ୍ଧତିରେ ଜବକ୍ଷାରଜାନ ବିବନ୍ଧନ ସୃଷ୍ଟିକରି ମାଟିର ସ୍ବାସ୍ଥ୍ୟକୁ ସମୃଦ୍ଧ କରିବାରେ ସହଯୋଗ କରେ। କଳାହାଣ୍ଡି ଝାଇଁମୁଗ ମରୁଡ଼ି ସାହାଣୀ, ରୋଗପୋକ ସାହାଣୀ, ବାସ୍ନାଯୁକ୍ତ ଓ ସ୍ବାଦିଷ୍ଟ ହେବା ଯୋଗୁ ଏହାର ବଜାର ଚାହିଦା ରହିଛି। ତେଣୁ ଚାଷୀମାନେ ଆର୍ଥିକ ଦିଗରୁ ଲାଭବାନ ହୋଇପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ ଅମର କୁମାର ଗୌଡ଼ ମତ ପ୍ରକାଶ କରିଛନ୍ତି। ଏହି ବିହନ ବଣ୍ଟନ ଓ ବିଶୋଧନ ପ୍ରକ୍ରିୟାରେ ଅନିରୁଦ୍ଧ ପୁଟେଲ, ପୂର୍ଣ୍ଣଚନ୍ଦ୍ର ମାଝୀ, ଅମ୍ବରିଶ ମିଶ୍ର, ବିଶ୍ୱମ୍ବର ଭୋଇ ଓ ରୁଦ୍ରମଣି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri