ଚନ୍ଦ୍ର ମୁହାଁ ଆର୍ଟେମିସ-୧…

ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ ମିଶନ ଆରମ୍ଭ କରିଛି। ଏହାର ତୃତୀୟ ପ୍ରୟାସରେ ନାସା ଆର୍ଟେମିସ-୧ ମିଶନରେ ରକେଟ ଉତ୍‌କ୍ଷେପଣ କରିଛି।

ଏହାପୂର୍ବରୁ, ୫୦ ବର୍ଷ ପୂର୍ବେ ନାସା ଆପୋଲୋ ମିଶନକୁ ଚନ୍ଦ୍ରକୁ ପଠାଇଥିଲା। ସୂଚନା ଅନୁଯାୟୀ, ଫ୍ଲୋରିଡାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ୩୨ ମହଲା ଉଚ୍ଚତା ବିଶିଷ୍ଟ ସ୍ପେସ ଲଞ୍ଚ ସିଷ୍ଟମ (ଏସଏଲଏସ) ରକେଟ ବୁଧବାର ମଧ୍ୟାହ୍ନ ୧୨ଟା ୧୭ରେ ଉତକ୍ଷେପଣ କରାଯାଇଛି।

ସ୍ପେସ ରକେଟ ଆର୍ଟେମିସ-୧ ଏବଂ ଓରିଅନ ମହାକାଶଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ। ୩୨୨ ଫୁଟ (୯୮ମିଟର) ଉଚ୍ଚତା ବିଶିଷ୍ଟ ଏହି ରକେଟ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ। ଏହା କ୍ରୁ ବିନା ଓରିଅନ ମହାକାଶଯାନ ଚନ୍ଦ୍ରକୁ ଛଡ଼ା ଯାଇଛଇ। ଓରିଅନ ଚନ୍ଦ୍ରରେ ପ୍ରାୟ ୪୨ ଦିନ ପରୀକ୍ଷା କରିବ।

ସ୍ପେସ ରକେଟ ଆର୍ଟେମିସ-୧ ଏବଂ ଓରିଅନ ମହାକାଶଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ। ୩୨୨ ଫୁଟ (୯୮ମିଟର) ଉଚ୍ଚତା ବିଶିଷ୍ଟ ଏହି ରକେଟ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ। ଏହା କ୍ରୁ ବିନା ଓରିଅନ ମହାକାଶଯାନ ଚନ୍ଦ୍ରକୁ ଛଡ଼ା ଯାଇଛଇ। ଓରିଅନ ଚନ୍ଦ୍ରରେ ପ୍ରାୟ ୪୨ ଦିନ ପରୀକ୍ଷା କରିବ।

ନାସା ଏହାର ତୃତୀୟ ମିଶନ ପାଇଁ ୨୦୨୫ ମସିହାରେ ଚନ୍ଦ୍ରରେ ମହାକାଶଚାରୀମାନଙ୍କୁ ଅବତରଣ କରିବାର ଯୋଜନା ଉପରେ କାର୍ଯ୍ୟ କରୁଛି। ନାସା ଚନ୍ଦ୍ର ପୃଷ୍ଠରୁ ୬୦ ମାଇଲ ଦୂରରେ ଓରିଅନ ଉପଗ୍ରହ ପରୀକ୍ଷା କରିବାକୁ ଯୋଜନା କରିଛି।

ଯଦି ଆର୍ଟେମିସ -୧ ସଫଳତାର ସହ ପୃଥିବୀର କକ୍ଷପଥରେ ପହଞ୍ଚେ, ତେବେ ଏହି ପ୍ରକଳ୍ପ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ମିଶନ ସମୟରେ, ଓରିଅନ ୧୦ ଟି ଛୋଟ ଉପଗ୍ରହ ମଧ୍ୟ ମହକାଶରେ ସ୍ଥାପିତ କରିବ। ଯାହାକୁ କ୍ୟୁବ ସ୍ୟାଟ କୁହାଯାଇଥାଏ। ଏଥିମଧ୍ୟରୁ ଗୋଟିଏରେ ଚନ୍ଦ୍ରରେ ଥିବା ମାଇକ୍ରୋଗ୍ରାଭିଟି ଏବଂ ବିକିରଣ ପରିବେଶ କିପରି ଅଣୁଜୀବର ବୃଦ୍ଧି ଉପରେ ପ୍ରଭାବ ପକାଇଛି ତାହା ଅନୁଧ୍ୟାନ କରିବ। ଏହି ସମୟରେ, ଆଇସକ୍ୟୁବ ଚନ୍ଦ୍ରକୁ ପରିକ୍ରମା କରିବ ଏବଂ ଚନ୍ଦ୍ରରେ ବରଫ ସଂରକ୍ଷଣ ଖୋଜିବ। ଚନ୍ଦ୍ରକୁ ଯାଉଥିବା ଭବିଷ୍ୟତର ଯାତ୍ରୀମାନେ ଏହାକୁ ବ୍ୟବହାର କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri