Categories: ବାଣିଜ୍ୟ

ଭାରତ ଲାଗି ଆଉଟ୍‌ଲୁକ୍‌ ଦୃଢ଼ କଲା ମୁଡିସ୍‌

ନୂଆଦିଲ୍ଲୀ,୬।୧୦: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ଭାରତ ବଜାର ଲାଗି ଆଉଟ୍‌ଲୁକ୍‌ ରେଟିଂକୁ ପୂର୍ବାପେକ୍ଷା ଦୃଢ଼ କରିଛି। ଏହା ପୂର୍ବରୁ ଭାରତର ରେଟିଂକୁ ନେଗେଟିଭ୍‌ ରଖିଥିଲା। ମାତ୍ର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ‘ଷ୍ଟେବଲ’ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ଏବଂ ଫାଇନାନ୍ସ ସିଷ୍ଟମ ଉପରେ ବିପଦ ହ୍ରାସ ହେଉଥିବାରୁ ମୁଡିସ୍‌ ରେଟିଂରେ ଏଭଳି ପରିବର୍ତ୍ତନ କରିଛି। ଏହା ଭାରତର ସଭରେନ୍‌ ରେଟିଂକୁ ପୂର୍ବଭଳି ବିଏଏ୩ ରଖିଛି। ସାଧାରଣତଃ ଏହା ସର୍ବନିମ୍ନ ନିବେଶ ଗ୍ରେଡ୍‌। ଖରାପ ସ୍ତର ଠାରୁ ଏହା ସାମାନ୍ୟ ଉପରେ ରହିଛି। ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଗତ ବର୍ଷ ଭାରତର ସଭରେନ୍‌ ରେଟିଂକୁ ବିଏଏ୨ରୁ ବିଏଏ୩କୁ ଖସାଇଥିଲା। ଲଗାତର ଅଭିବୃଦ୍ଧି ହ୍ରାସ ଏବଂ ବିତ୍ତୀୟ ସ୍ଥିତି ଖରାପ ହେବାରୁ ଏହା ରେଟିଂକୁ ମଧ୍ୟ ନେଗେଟିଭ୍‌ କରିଥିଲା।

Share