ସ୍ଥାନାନ୍ତର ପାଇଁ ମାସେ ସମୟ

ବଇଣ୍ଡା,୭ା୭(ପରିକ୍ଷିତ ସାହୁ): ଦେଶୀ ମଦ ଭାଟି ନିକଟରେ ଜମି ରହୁଛି ଆବର୍ଜନା ପାଣି। ଅନ୍ୟତ୍ର ଫିଙ୍ଗାଯାଉ ନାହିଁ ନିଷ୍କାସିତ ହେଉଥିବା ପୋଚ। ବର୍ଷ ବର୍ଷ ଧରି ଏହା ଗଚ୍ଛିତ ହୋଇ ରହୁଥିବାରୁ ଦୁର୍ଗନ୍ଧରେ ଫାଟି ଯାଉଛି ନାକ। ପ୍ରଦୂଷିତ ହେଉଛି ଭାଟି ନିକଟସ୍ଥ ପାନୀୟ ଜଳ ଉତ୍ସ। ଫଳରେ ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଗ୍ରାମବାସୀ। ଏ ନେଇ ଦୀର୍ଘବର୍ଷ ହେଲା ସେମାନେ ପ୍ରତିବାଦ କରି ଆସୁଛନ୍ତି। ପ୍ରଶାସନ, ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ଜନବସତି ଠାରୁ ଏହି ଭାଟିକୁ ଦୂରେଇ ଦେବାକୁ ଦାବି କରୁଛନ୍ତି। ହେଲେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବଇଣ୍ଡା ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୁରୁବାର ଅନୁଗୋଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସେମାନେ ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ମାସେ ମଧ୍ୟରେ ଭାଟି ସ୍ଥାନାନ୍ତର ନ ହେଲେ ଜୋର୍‌ଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗରେ ବଇଣ୍ଡା ଗ୍ରାମବାସୀ ଦର୍ଶାଇଛନ୍ତି, କିଶୋରନଗର ବ୍ଲକ ବଇଣ୍ଡା ବୈଷ୍ଟବସାହିଠାରେ ଏକ ଦେଶୀ ମଦ ଭାଟି ରହିଛି। ୨୦୦୩ ମସିହାରେ ଅନୁଗୋଳର ଜଣେ ମଦ ବ୍ୟବସାୟୀ ଏଠାରେ ଭାଟି ଆରମ୍ଭ କରିଥିଲେ। ପ୍ରଥମେ ଏଠାରେ ମହୁଲି ମଦ ପ୍ରସ୍ତୁତ ହେଉଥିଲା। ଏବେ ମହୁଲି ସହ ଦେଶୀ ମଦ ରନ୍ଧାଯାଇ ବାହାରକୁ ଚାଲାଣ କରାଯାଉଛି। ହେଲେ ଭାଟିର ଅପରିଷ୍କାର ପାଣି, ପୋଚ ଆଦିର ଠିକ୍‌ ପରିଚାଳନା କରାଯାଉ ନ ଥିବାରୁ ଏହା ବର୍ଷ ବର୍ଷ ଧରି ଭାଟି ନିକଟରେ ଜମା ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଗଁାର ଖୋଲାକୂଅ, ନଳକୂଅ ଜଳକୁ ଦୂଷିତ କରୁଛି। ନଳକୂଅରୁ ନାଲିରଙ୍ଗର ପାଣି ବାହାରୁଥିବା ଯୋଗୁ ଏହାକୁ ବ୍ୟବହାର କରାଯାଇପାରୁ ନାହିଁ। ଏହି ଭାଟି ଯୋଗୁ ନିକଟରେ ଥିବା ୨ଟି ବିଦ୍ୟାଳୟର ପରିବେଶ ଅସ୍ବାସ୍ଥ୍ୟକର ଓ ଅସୁରକ୍ଷିତ ହୋଇପଡ଼ୁଛି। ଭାଟି ନିକଟ ମୁଖ୍ୟ ରାସ୍ତାରେ ଯାତାୟାତ ପାଇଁ ଛାତ୍ରୀଛାତ୍ର ଓ ଗ୍ରାମର ଯୁବତୀ, ମହିଳାମାନେ ଭୟ କରୁଛନ୍ତି। ଅନେକ ସମୟରେ ମଦ୍ୟପ ବ୍ୟକ୍ତିମାନେ ଏଠାରେ ଆଡ୍ଡା ଜମାଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହ ଏହି ଭାଟିରୁ ବିଭିନ୍ନ ପଞ୍ଚାୟତକୁ ମଦ ଚୋରା ଚାଲାଣ କରାଯାଉଛି। ତେଣୁ ଏଠାରେ ଥିବା ଦେଶୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବଇଣ୍ଡା ଗ୍ରାମବାସୀ ୩୦ ଏପ୍ରିଲ ୨୦୧୭, ୧୨ ଜୁଲାଇ ୨୦୨୦, ୩ ଅଗଷ୍ଟ ୨୦୨୨ରେ ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ, ଜିଲାପାଳ, ଅବକାରୀ ମନ୍ତ୍ରୀ, ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ଗତ ମଙ୍ଗଳବାର ଭାଟି ମ୍ୟାନେଜରଙ୍କୁ ଘେରାଉ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେଣୁ ଗୁରୁବାର ବଇଣ୍ଡା ଗ୍ରାମବାସୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନୁନୁକାପଶି ସରପଞ୍ଚଙ୍କୁ ପ୍ରଦାନ କରିବା ସହ ମାସେ ମଧ୍ୟରେ ଭାଟି ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ଏ ନେଇ ବଇଣ୍ଡା ଅବକାରୀ ସବ୍‌ଇନ୍ସପେକ୍ଟର ରଞ୍ଜିତା ହରିଚନ୍ଦନ କହିଛନ୍ତି, ଗ୍ରାମବାସୀଙ୍କ ଦାବି ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ।

କୌଣସି ପଦକ୍ଷେପ ନିଆଯାଉ ନାହିଁ
ଦେଶୀ ମଦ ଭାଟି ଯୋଗୁ ବଇଣ୍ଡା ବୈଷ୍ଟବସାହିବାସୀ ବହୁ ହୀନସ୍ତା ହେଉଛନ୍ତି। ତେଣୁ ଭାଟି ସ୍ଥାନାନ୍ତର ପାଇଁ ଦୀର୍ଘବର୍ଷ ହେଲା ଦାବି କରାଯାଇ ଆସୁଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।
-ପ୍ରମୋଦ କୁମାର ପ୍ରଧାନ, ବୈଷ୍ଟବସାହିବାସୀ
ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି
ଜନବସତି ନିକଟରେ ଦେଶୀ ମଦ ଭାଟି ଥିବା ଯୋଗୁ ମଦ୍ୟପଙ୍କ ସଂଖ୍ୟା ବଢ଼ୁଛି। ଫଳରେ ଅନେକ ସମୟରେ ଗଁାରେ ଅଯଥାରେ ଗଣ୍ଡଗୋଳ ସୃଷ୍ଟି ହେଉଛି। ସl ହେଲେ ଭାଟି ରାସ୍ତା ଦେଇ ଯିବାକୁ ଲୋକେ ନିରାପଦ ମନେ କରୁନାହାନ୍ତି l
-ମାନସ ରଞ୍ଜନ ସାହୁ, ବଇଣ୍ଡା
ସାହିବାସୀ ଅନେକ ସମସ୍ୟାରେ ଅଛନ୍ତି
ପୋଚ ଏତେ ଦୁର୍ଗନ୍ଧ ହେଉଛି ଯେ ଘରେ ରହି ହେଉନାହିଁ। ଦୀର୍ଘବର୍ଷ ହେଲା ସାହିବାସୀ ଏଥିଯୋଗୁ ଅନେକ ସମସ୍ୟାରେ ଅଛନ୍ତି। ତୁରନ୍ତ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଓ ଏହି ଭାଟିକୁ ଗଁା ନିକଟରୁ ଅନ୍ୟତ୍ର ଉଠାଇ ନେଉ।
-ସଂଘମିତ୍ରା ମିଶ୍ର, ବଇଣ୍ଡା
ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି
ଏହି ଦେଶୀ ଭାଟିରେ ଦିନରାତି ମଦ ରନ୍ଧାଯାଉଛି। କିନ୍ତୁ ଆବର୍ଜନାର ଠିକ୍‌ ପରିଚାଳନା ନେଇ କୌଣସି ବ୍ୟବସ୍ଥା ନାହିଁ। ଫଳରେ ବର୍ଷ ବର୍ଷ ଧରି ଏହା ଭାଟି ନିକଟରେ ଗଚ୍ଛିତ ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି।
-ରମାକାନ୍ତ ବେହେରା, ବଇଣ୍ଡା
ପ୍ରଶାସନକୁ ଅବଗତ କରାଯିବ
ବଇଣ୍ଡା ବୈଷ୍ଟବସାହି ନିକଟରେ ଥିବା ଦେଶୀ ମଦ ଭାଟି ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏହି ଭାଟି ଯୋଗୁ ଲୋକେ ହୀନସ୍ତା ହେଉଥିବା ଦର୍ଶାଇଛନ୍ତି। ତୁରନ୍ତ ଉକ୍ତ ଅଭିଯୋଗପତ୍ର ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯିବ।
-ଦୀପ୍ତିମୟୀ ସାହୁ. ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri