ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡି ଖରିଫରେ ଅମଳ ଧାନ ବିକ୍ରି କରିପାରି ନାହାନ୍ତି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଗ୍ରାମଗୁଡ଼ିକର ଅନେକ ଚାଷୀ ଏଭଳି ସମସ୍ୟାରେ ପଡିଛନ୍ତି। ସେମାନଙ୍କର ପ୍ରାୟ ୨୫ହଜାର ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି, ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳିନାହିଁ। ଫଳରେ ଚାଷୀମାନେ ମାର୍ଚ୍ଚ ମାସ ୯ତାରିଖରୁ ଧାନ ଗଦା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନରାତି ଧାରଣାରେ ବସିଛନ୍ତି। ତଥାପି ସେମାନଙ୍କ ସମସ୍ୟା ସମାଧାନ ହୋଇପାରିନାହିଁ। ଅନ୍ୟପଟେ ଧାରଣାରତ ଚାଷୀଙ୍କ ଦୁଃଖ ବଢି ଚାଲିଛି। ଝଡ଼ବର୍ଷା, କରାମାଡ, ଖରା ସତ୍ତ୍ବେ ନିଜର ହକ୍‌ ଦାବିରେ ସେମାନେ ଧାରଣା ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ସେମାନେ ଘର ଘର ବୁଲି ଡାଲି, ଚାଉଳ, ପରିବା ସଂଗ୍ରହ କରୁଛନ୍ତି ଏବଂ ଧାରଣାସ୍ଥଳରେ ରୋଷେଇ କରୁଛନ୍ତି। ଏଭଳି ଭାବେ ଧାରଣାକୁ ମାସେ ବିତିଯାଇଥିଲେ ସୁଦ୍ଧା ସରକାରୀ କଳ ସେଥିପ୍ରତି ନିର୍ବିକାର ରହିବା ବିଡମ୍ବନାର ବିଷୟ ହୋଇପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri