Posted inଜାତୀୟ

ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା, ହେଲାଣି ୨୬.୯୨୫ କୋଟି କ୍ଷତି…

ନୂଆଦିଲ୍ଲୀ,୩୧।୭: ସଂସଦର ମୌସୁମୀ ଅଧିବେଶନ ଅଚଳ ହୋଇପଡ଼ିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନରେ ୧୯ଟି ସାଧାରଣ କାର୍ଯ୍ୟ ଦିବସକୁ ସାମିଲ୍‌ କରାଯାଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଅଧା କାର୍ଯ୍ୟ ଦିବସ ବିତିସାରିଛି। ଏପର୍ଯ୍ୟନ୍ତ କେବଳ ତିନୋଟି ବିଲ ପାରିତ ହୋଇଛି। ମୌସୁମୀ ଅଧିବେଶନରେ ଇତିମଧ୍ୟରେ ରାଜ୍ୟସଭା କେବଳ ୮.୨ ଘଣ୍ଟା କାର୍ଯ୍ୟ ହୋଇଛି। ଫଳରେ ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି।

ସରକାରଙ୍କର ୨୬.୯୨୫ କୋଟି କ୍ଷତି

ପେଗାସସ ଗୁପ୍ତଚରୀ ମାମଲା ଉପରେ ଆଲୋଚନା ପାଇଁ ଦାବି କରୁଥିବା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏପର୍ଯ୍ୟନ୍ତ ରାଜ୍ୟ ସଭାର ମୋଟ ୩୩.୮ ଘଣ୍ଟା ନଷ୍ଟ ହୋଇ ସାରିଛି। ସଂସଦକୁ ବର୍ତ୍ତମାନ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦ ଅଚଳ ହୋଇପଡ଼ିଥିବାରୁ ସରକାରଙ୍କର ଏପର୍ଯ୍ୟନ୍ତ ୨୬.୯୨୫ କୋଟି ଟଙ୍କାର କ୍ଷତି ହୋଇଛି। କେନ୍ଦ୍ର ସରକାରଙ୍କ ପନକ୍ଷରୁ ଅଭିଯୋଗ ହୋଇଛି ଯେ, ସରକାର ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ବିରୋଧୀ ଏହା ଚାହୁଁ ନାହାଁନ୍ତି। ଏହାୋଯାଗୁ ସମୟର ସମ୍ପୂର୍ଣ୍ଣ ଅପଚୟ ହେଉଛି।

ସରକାର ଆଉ ଥରେ ଚେଷ୍ଟା କରିବେ

ତେବେ କାର୍ଯ୍ୟସୂଚୀ ପୂର୍ବରୁ ମୌସୁମୀ ଅଧିବେଶନକୁ ଶେଷ କରିବା ପୂର୍ବରୁ ସରକାର ଉଭୟ ଗୃହରେ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ପାଇଁ ସହମତି ନିମନ୍ତେ ବିରୋଧୀ ଦଳର ନେତାମାନଙ୍କୁ ବୁଝାଶୁଝା ଲାଗି ପ୍ରୟାସ କରିବାର ସମ୍ଭାବନା ରହିଛି। ଅଧିବେଶନ ଆରମ୍ଭ ହେବା ଦିନଠାରୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଶିରୋମଣି ଅକାଲୀ ଦଳ, ବହୁଜନ ସମାଜ ବାଦୀ ପାର୍ଟି, ଡିଏମ୍‌କେ, ବାମପନ୍ଥୀ ଦଳ, ପକ୍ଷରୁ ସଂସଦର ଉଭୟ ଗୃହରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସାକ୍ଷାତ ପର ଠାରୁ ବିରୋଧୀଙ୍କ ମଧ୍ୟରେ ସମନ୍ବୟ ଦେଖାଯାଉଛି।

କେବଳ ତିନୋଟି ବିଲ ପାସ ହୋଇଛି

ମୌସୁମୀ ଅଧିବେଶନରେ ଇତିମଧ୍ୟରେ ରାଜ୍ୟ ସଭାରେ ସିପିଂ ସାମୁଦ୍ରିକ ସହାୟତା ବିଲ ୨୦୨୧, ଜୁଭେନାଇଲ ଜଷ୍ଟିସ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ସଂଶୋଧନ ବିଲ ୨୦୨୧ ଏବଂ ଫ୍ୟାକ୍ଟରିଂ ରେଗୁଲେସନ ସଂଶୋଧନ ବିଲ ୨୦୨୧ ଆଦି ୩ଟି ବିଲ୍‌ ପାରିତ ହୋଇଛି। ସୋମବାର, ସଂସଦରେ ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବ। କେନ୍ଦ୍ର ସରକାର ଏନେଇ ଏକ ନୂତନ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ଏହା ଫଳପ୍ରଦ ହେଉ ନ ହେଲେ ସରକାର ଅଧିବେଶନ ଶେଷ କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

ପୁଣି ଏକ କଳଙ୍କିତ ଅଧ୍ୟାୟ: ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ବଣାଇଁ,୧୧ା୨(ପ୍ରଦୀପ ତ୍ରିପାଠୀ): ପୁଣି ଜଣେ ରସିକିଆ ଶିକ୍ଷକଙ୍କ କଳାକାରନାମା ଆଜି ଜଣାପଡ଼ିବା ପରେ ସମଗ୍ର ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଯାଇଛି। ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri