Posted inଜାତୀୟ

ସରିବାକୁ ଯାଉଛି ମୌସୁମୀ ଅଧିବେଶନ, ଅନାସ୍ଥା ପ୍ରସ୍ତାବ ଉପରେ ହେବ ତ ଚର୍ଚ୍ଚା…

ନୂଆଦିଲ୍ଲୀ,୫।୮: ସରିବାକୁ ଯାଉଛି ମୌସୁମୀ ଅଧିବେଶନ। ଏବେ ସମସ୍ତଙ୍କ ନଜର ଅନ୍ତିମ ସପ୍ତାହରେ ବାକିଥିବା ୫ଟି କାର୍ଯ୍ୟଦିବସ। ଆରମ୍ଭରୁ ସଂସଦରେ ମଣିପୁର ହିଂସାକୁ ନେଇ ହଙ୍ଗାମା ଓ ହଟ୍ଟଗୋଳ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ନାହିଁ। ଇଣ୍ଡିଆ ମେଣ୍ଟର ବିରୋଧ ସତ୍ତ୍ୱେ ଗୃହ ଅଚଳ ହେଉଛି ସତ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଆଗଭର ହେଉ ନାହାନ୍ତି।

ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ପ୍ରଥମରୁ ମଣିପୁର ପ୍ରସଙ୍ଗ ନେଇ ଉଭୟ ଗୃହ ଅଚଳ ହୋଇପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ଦିନର ମଣିପୁର ହିଂସାକୁ ନେଇ ପାଟି ଖୋଲୁ ନ ଥିବାବେଳେ ସୁପ୍ରିମକୋର୍ଟ ପ୍ରହାରରେ ୩୪ସେକେଣ୍ଡ ପାଇଁ ମୁହଁ ଖୋଲିଥିଲେ। ସେବେଠାରୁ ଆଜିଯାଏଁ ଅର୍ଥାତ୍‌ ଅଧିବେଶନ ଶେଷ ହେବାକୁ ବସିଲାଣି ତଥାପି ମୋଦି ସଂସଦ ଆସୁ ନାହାନ୍ତି କି ହିଂସା ବିରୋଧରେ ପଦୁଟିଏ ମଧ୍ୟ କହି ନାହାନ୍ତି। ବିରୋଧିଙ୍କ ବାରମ୍ବାର ବିରୋଧ ପ୍ରଦର୍ଶନ ପରେ ସରକାର ମଣିପୁର ପ୍ରସଙ୍ଗ ନେଇ ରାଜି ହୋଇଥିଲେ। ମାତ୍ର କେବଳ ୧୮୦ମିନିଟ୍‌ ସରକାରଙ୍କ ପକ୍ଷରୁ ଆଲୋଚନା ହେବା ନେଇ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଥିଲେ। ଯାହାକୁ ନେଇ ବିରୋଧୀ କକ୍ଷ ବାରମ୍ବାର କକ୍ଷ ତ୍ୟାଗ କରିବା ସହ କଳା ପୋଷାକ ପିନ୍ଧି ବିରୋଧ କରିଥିଲେ। ଏସବୁ ପରେ ବି ସରକାର ପ୍ରସଙ୍ଗରେ ଆଲୋଚନା କରିବା ନେଇ ଆଡେଇ ଦେଇଥିଲେ। ଏହାପରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଗୃହରେ ପାରିତ କରାଯାଇଥିଲା। ଗୃହରେ ପାରିତ ହେବା ପରେ ଗୃହ ଅଧ୍ୟକ୍ଷ ଏହାକୁ ଅନୁମୋଦନ କରିଥିଲେ। ଏବଂ ତାରିଖ ଧାର୍ଯ୍ୟ ହେଲେ ଆଲୋଚନ ହେବ ବୋଲି ଘୋଷଣା କରିଥିଲେ। ତେବେ ଏଗ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୮ତାରିଖରେ ଆଲୋଚନ ହେବ। ତେବେ ସରକାର ଆଲୋଚନା ବେଳେ ଉପସ୍ଥିତ ରହିବେ କି ନାହିଁ ଆଉ ଯଦି ରହିଲେ ହିଂସା ଉପରେ ନିଜର କଣ ମତ ରଖିବେ ସେ ନେଇ ସମସ୍ତଙ୍କ ନଜର ରହିଛି।

ସେହିପରି ଦିଲ୍ଲୀ ସେବା ବିଲ ବହୁ ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହୋଇ ସାରିଛି। ଏବେ ରାଜ୍ୟସଭାରେ ପାରିତ ହେବା ବାକି ଅଛି। ତେବେ ରାଜ୍ୟସଭାରେ ପାରିତ ହେବା ନେଇ ସରକାରଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଜ ରହିବ। ଏଥିସହ ଡାଟା ସଂରକ୍ଷଣ ବିଧେୟକ ସହ ୧୨ରୁ ଅଧିକ ବିଧେୟକ ପାରିତ କରିବା ପାଇଁ ସରକାରଙ୍କ ପାଖରେ ମାତ୍ର ପାଞ୍ଚଟି କାର୍ଯ୍ୟଦିବସ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri