ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୮ା୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇତିମଧ୍ୟରେ ଓଡ଼ିଶା ଛୁଇଁଛି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ସୂଚନାରୁ ପ୍ରକାଶ। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ମୌସୁମୀ ଶୀଘ୍ର ଆସିବା ପଛରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଆର୍ଦ୍ରତା ବୃଦ୍ଧି ଏବଂ ସମୁଦ୍ର ତାପମାତ୍ରା ବୃଦ୍ଧି ମୁଖ୍ୟ କାରଣ। ଏଥର ଏଲ୍ ନିନୋ ନଥିବାରୁ, ଅଧିକ ବର୍ଷା ଆଶା କରାଯାଉଛି।

ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିଥାଏ। ମୌସୁମୀ ଜୁନ୍‌ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିଛି।  କେରଳରେ ମୌସୁମୀ ଏତେ ଶୀଘ୍ର ପ୍ରବେଶ କରିବା ୧୬ ବର୍ଷ ମଧ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଶେଷଥର ପାଇଁ ୨୦୦୯ ଓ ୨୦୦୧ରେ କେରଳକୁ ଏତେ ଶୀଘ୍ର ଛୁଇଁଥିଲା ମୌସୁମୀ ବାୟୁ ।

ପାଣିପାଗ ବିଭାଗ କହିଛି ଯେ, ସାଧାରଣତଃ ମୌସୁମୀ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ। ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିଛି। ମେ’ ୨୭ରେ ମୌସୁମୀ କେରଳ ଛୁଇଁଥିବାବେଳେ ଏଥର ବର୍ଷା ସ୍ବାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ। ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତର-ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର-ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ପାଣିପାଗ ବିଭାଗ ସ୍ବାଭାବିକ ବର୍ଷା ହେବ ବୋଲି ଆକଳନ କରୁଥିଲେ ମଧ୍ୟ ଗତ କିଛି ବର୍ଷ ହେବ ମୌସୁମୀଜନିତ ବର୍ଷା ରାଜ୍ୟରୁ କମି କମି ଗଲାଣି। ତେବେ ଚଳିତ ବର୍ଷ ମୌସୁମୀର କୃପା ଦୃଷ୍ଟି ରହୁଛି କି ନାହିଁ ତାହା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri