Posted inଜାତୀୟ

ବିପର୍ଯ୍ୟୟ ଆଣିଲା ମୌସୁମୀ ବର୍ଷା

ମୁମ୍ବାଇ/ଅହମ୍ମଦାବାଦ ୧୪ା୭: ଦେଶର ବିଭିନ୍ନ ସ୍ଥାନର ମୌସୁମୀଜନିତ ବର୍ଷା ଜଳପ୍ରଳୟ ସୃଷ୍ଟି କରିଛି। ଏକାଧିକ ରାଜ୍ୟରେ ବନ୍ୟା ଯୋଗୁ ଶତାଧିକ ଜୀବନ ହାନି ହେବା ସହ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଗତ ୧୦ ଦିନରେ ମହାରାଷ୍ଟ୍ରରେ ବହୁଳ ମାତ୍ରାରେ ବର୍ଷା ନାହିଁ ନ ଥିବା ସ୍ଥିତି ଉପୁଯାଇଛି। ଏପର୍ଯ୍ୟନ୍ତ ବର୍ଷା ବିପତ୍ାତରେ ଏହି ରାଜ୍ୟରେ ୮୪ ଲୋକଙ୍କ ଜୀବନ ଯାଇଥିବାବେଳେ ୬୬ ଜଣ ଆହତ ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ମୁମ୍ବାଇ, ଠାଣେ, କୋଙ୍କଣ ଅଞ୍ଚଳ ଏବଂ ଗଡଚିରୋଲି ଜିଲାରେ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯିବା ସହ ସେଠାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। କେବଳ ଗଡଚିରୋଲିରେ ୨୪୯ ଗ୍ରାମ ବନ୍ୟା ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି।
ମଧ୍ୟ ଲୋକେ ଭୀଷଣ ବର୍ଷାଜନିତ ବିପର୍ଯ୍ୟୟର ସାମ୍‌ନା କରୁଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୬ ଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧିପାଇଛି। ୨୭,୮୯୬ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮,୨୨୫ ଜଣ ଆଶ୍ରୟସ୍ଥଳୀରେ ରହିଛନ୍ତି। ଦକ୍ଷିଣ ଗୁଜରାଟର କୁଚ୍‌ ଏବଂ ରାଜକୋଟରେ ମୂଷଳ ଧାରାରେ ବର୍ଷା ହୋଇଛି। ବଲସାସ୍‌, ନଭସାରୀ, ସୁରଟ, ତପି, ଡଙ୍ଗ, ନର୍ମଦା, ଛୋଟା ଉଦୟପୁର ଜିଲା ସମେତ କୁଚ, ରାଜକୋଟ, ଜାମନଗର, ଦେବଭୂମି ଦ୍ୱାରକା, ମୋରବି ଅଞ୍ଚଳରେ ଆଇଏମ୍‌ଡି ପକ୍ଷରୁ ରେଡ୍‌ ଆଲର୍ଟ ଜାରି ହୋଇଛି। କର୍ନାଟକରେ ବର୍ଷାବିତ୍ପାତ ଅଦ୍ୟାବଧି ୩୨ ଜଣଙ୍କ ଜୀବନ ନେଲାଣି। ୫ ଜଣ ନିଖୋଜ ଥିବାବେଳେ ୩୪ ଆହତ ହୋଇଛନ୍ତି। ପ୍ରଭାବିତଙ୍କ ପୁନଃ ଥଇଥାନ ନିମନ୍ତେ ରାଜ୍ୟ ସରକାର ତତ୍କାଳ ୫ଶହ କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିସହ ଦିଲ୍ଲୀ, ତେଲଙ୍ଗାନାରେ ମଧ୍ୟ ମୌସୁମୀ ବର୍ଷା ଲାଗିରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri