ମୌସୁମୀ ବର୍ଷା ଆଣିଲା ଚାଷୀଙ୍କ ଖୁସି

କେନ୍ଦ୍ରାପଡ଼ା,୧୬।୭(ଜଗନ୍ନାଥ ଧଳ)ଗତ ଦୁଇଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ମୌସୁମୀଜନିତ ବର୍ଷା ଜାରି ରହିଛି ା ଏହି ଦୁଇଦିନ ମଧ୍ୟରେ ଜିଲାରେ ସକାଳ ୮ଟା ସୁଦ୍ଧା ମୋଟ ୪୨୧ ମିଲିମିଟର ବର୍ଷା ହୋଇଛି ା କ୍ଷେତରେ ଜଳସେଚନ ପାଇଁ ଅପେକ୍ଷା କରିଥିବା ଖରିଫ ଚାଷୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ା ଅପରପକ୍ଷେ କେନାଲରେ ଅଦ୍ୟାବଧି ପାଣି ଛଡା ଯାଇନାହିଁ ା କେତେକ କେନାଲର ଜଳପଥକୁ ସଫା ପାଇଁ ଘାସ ମରା ଔଷଧ ପ୍ରୟୋଗ କରାଯାଇଛି ା ଏହି ପଥ ଦେଇ ପାଣି ଆସିଲେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି ା ସେହିପରି ବର୍ଷାଋତୁ ଆସିଥିବାରୁ ଆଗକୁ ବନ୍ୟା ସମ୍ଭାବନା ଅଛି ା ଦୁର୍ବଳ ନଦୀବନ୍ଧ ମରାମତି ସରି ନ ଥିବାରୁ ନଦୀକୂଳବାସୀ ବନ୍ୟାଜନିତ କ୍ଷତି ଆଶଙ୍କା କରିଛନ୍ତି ା
କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କୁହନ୍ତି, ଚଳିତ ବର୍ଷ ବିଳମ୍ବିତ ଯୋଗୁ ଖରିଫ ଚାଷ ବହୁତ ପଛରେ ପଡିଛି ା କେନାଲ ମରାମତି ସରି ନ ଥିବାରୁ ଅଦ୍ୟାବଧି ପାଣି ଆସିନାହିଁ। ଗତ ଦୁଇଦିନର ବର୍ଷା ପରେ ଚାଷୀ ଏବେ କ୍ଷେତମୁହଁା ହୋଇଛନ୍ତି ା ଉପଯୁକ୍ତ ପରିମାଣରେ ପାଣି ନ ମିଳିଲେ ଚାଷରେ କ୍ଷତି ହେବା ସମ୍ଭାବନା ଅଧିକ ା ଏହି ବ୍ଲକର ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ଉପକୂଳବର୍ତ୍ତୀ ଜିଲାରେ ସାଧାରଣତଃ ଜୁନ୍‌ ପ୍ରଥମ ସପ୍ତାହରୁ ବର୍ଷା ଆରମ୍ଭ ହୋଇଥାଏ ା ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି ା ରଜ ପରେ ବୁଣାବୁଣି ସମୟ ହୋଇଥିବାରୁ ଚାଷୀଙ୍କୁ ବେହୁଡା ପାଇଁ ଆବଶ୍ୟକ ଜଳ ମିଳି ନ ଥିଲା ା ଏହି ଲଗାଣ ବର୍ଷା ପରେ ଚାଷୀ ଧାନ ତଳି ପକାଇବା ପାଇଁ ତପତ୍ର ହୋଇଛନ୍ତି। ଏହାବ୍ୟତୀତ ଏବେଠାରୁ ନିୟମିତ ବର୍ଷା ହେଲେ ବିଭିନ୍ନ ପନିପରିବା ସହ ଖରିଫ ଧାନ ଓ ନଳିତା ଚାଷ ପାଇଁ ସୁଯୋଗ ମିଳିବ ା କୃଷକନେତା ଗୟାଧର ଧଳ କହିଛନ୍ତି, ଜିଲାରେ ୧ଲକ୍ଷ ୨୫ ହଜାର ହେକ୍ଟର ଜମିରେ ଧାନ ଓ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହୋଇଥାଏ ା ଜୁଲାଇ ମାସରେ ଏଠାରେ ହାରାହାରି ୩୭୧ ମି.ମି. ବର୍ଷା ହୋଇଥାଏ। ତେବେ ଏହି ମାସର ଅଧା ଦିନ ବିତିଥିଲେ ମଧ୍ୟ ହାରାହାରି ମାତ୍ର ୧୧୩ ମି.ମି. ବର୍ଷା ହୋଇଛି ା କେନାଲର ମରାମତି ସରିନାହିଁ। କେତେକ ଶାଖା କେନାଲ ଏବେବି ସଫା ହୋଇନାହିଁ ା ଜଳସମ୍ପଦ ବିଭାଗ, କାଡା ଓ ମୃତ୍ତିକା ସଂରକ୍ଷଣ ବିଭାଗକୁ ଆସୁଥିବା ଅର୍ଥ ହଡପ ହେଉଛି ା କେନାଲ ଶଯ୍ୟା ନବୀକରଣ ବଦଳରେ ଘାସମରା ଔଷଧ ସିଞ୍ଚନ ହୋଇଛି ା ଏହି ଔଷଧ କେନାଲ ପାଣିରେ ମିଶି ଫସଲ ନଷ୍ଟ କରିବ ା ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ ା ମାର୍ଶାଘାଇ ବ୍ଲକ ଆୟତପୁର ଗ୍ରାମର ପିନାକୀ ସାମନ୍ତରାୟ କହିଛନ୍ତି, ଜିଲାରେ ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇଛି ା ଏହାସହିତ ଲଘୁଚାପଜନିତ ସାମୁଦ୍ରିକ ଝଡବର୍ଷା ସମ୍ଭାବନା ଅଛି ା ବର୍ଷା ଅଧିକ ହେଲେ ଜିଲାର ୭ ନଦୀ ଓ ୨୭ ଶାଖାନଦୀରେ ବନ୍ୟା ଆସିବା ସ୍ବାଭାବିକ କଥା ା ଅଦ୍ୟାବଧି ଦୁର୍ବଳ ନଦୀବନ୍ଧର ମରାମତି ହୋଇନାହିଁ ା ଅପରପକ୍ଷେ ଏଯାବତ ବିଭିନ୍ନ ନଦୀରୁ ବାଲି ସଂଗ୍ରହ ଚାଲିଛି ା ଟ୍ରକ ଓ ଟ୍ରାକ୍ଟର ଚାଲିବା ଦ୍ୱାରା ବନ୍ଧ ଅଧିକ ଦୁର୍ବଳ ହେଉଛି ା ବନ୍ୟା ହେଲେ ଗ୍ରାମରେ ପାଣି ପଶିବା ଆଶଙ୍କା ବଢ଼ୁଛି ା ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ହିମାଂଶୁମୋହନ ମିଶ୍ର କହିଛନ୍ତି, ବର୍ଷା ଯୋଗୁ ଖରିଫ ଚାଷୀ ବେଉଷଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି ା ଜିଲାକୁ ଆଶାନୁରୂପକ ବିହନ ଆସିଥିବାରୁ ଚଳିତ ବର୍ଷ ଫସଲ ଅଧିକ ହେବ ବୋଲି ସେ ମତ ରଖିଛନ୍ତି ା ସେହିପରି ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଉମେଶ କୁମାର ସେଠୀ କହିଛନ୍ତି, ଦୁର୍ବଳ ନଦୀବନ୍ଦ ମରାମତି କାର୍ଯ୍ୟ ଏହି ସପ୍ତାହକ ମଧ୍ୟରେ ସରିଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri