ଖାଦ୍ୟ ଅଭାବରୁ ରାଜରାସ୍ତାରେ ମାଙ୍କଡ଼

କେନ୍ଦୁଝର,୨୭।୨(ସ୍ବ.ପ୍ର.): ଏକଦା କେନ୍ଦୁଝର ଜିଲା ବଣପାହାଡ଼ ଘେରରେ ପରିପୂର୍ଣ୍ଣ ଥିଲା। କିଛି ବର୍ଷ ହେଲା ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବା ଫଳରେ ଜଙ୍ଗଲ ମଧ୍ୟରେ ରହୁଥିବା ମାଙ୍କଡ଼ଙ୍କ ମଧ୍ୟରେ ଖାଦ୍ୟାଭାବ ଦେଖାଦେଇଛି। ଫଳରେ ମାଙ୍କଡ଼ମାନେ ଏବେ ରାଜରାସ୍ତାରେ ବୁଲୁଛନ୍ତି। ରାସ୍ତାରେ ଯାଉଥିବା ବାଟୋଇମାନେ ଯାହା ଦେଉଛନ୍ତି ତାହା ଖାଇ ଜୀବନ ବଞ୍ଚାଉଛନ୍ତି।

ସାଧାରଣତଃ ମାଙ୍କଡ଼ମାନେ ଜଙ୍ଗଲରୁ ବିଭିନ୍ନ ଫଳ, କୋଳି ଆଦି ଖାଦ୍ୟ ଖାଇଥାନ୍ତି। ଏବେ ଜଙ୍ଗଲ ନଷ୍ଟ ଯୋଗୁ ଫଳମୂଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ହାତୀଙ୍କ ଭଳି ମାଙ୍କଡ଼ମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି।

କେନ୍ଦୁଝରରୁ ଏନ୍‌ଏଚ୍‌ ୪୯ରେ ଗଲେ ସାନଘାଗରା, ତଣ୍ଡିଯୋଡ଼ା, କାଞ୍ଜିପାଣି ଘାଟିରେ ମାଳମାଳ ମାଙ୍କଡ଼ ରାସ୍ତାରେ ଦେଖିବାକୁ ମିଳୁଛି। ସେହିପରି କାଞ୍ଜିପାଣିଠାରୁ ତେଲକୋଇ ରାସ୍ତାରେ ମଧ୍ୟ ମାଙ୍କଡ଼ମାନେ ଖାଦ୍ୟ ପାଇଁ ରାସ୍ତାରେ ବାଟୋଇଙ୍କ ଅପେକ୍ଷା କରି ଜଗିବସିଥାନ୍ତି। ବନ ବିଭାଗ ପକ୍ଷରୁ ଫଳମୂଳ ଭଳି ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରିବା ଏବଂ ଉକ୍ତ ଅଞ୍ଚଳରେ ପ୍ରଚୁର ପରିମାଣରେ ଫଳମୂଳ, କୋଳି ଆଦି ବନୀକରଣ କରାଗଲେ ମାଙ୍କଡ଼ମାନେ ଖାଦ୍ୟାଭାବର ସମ୍ମୁଖୀନ ହେବେ ନାହିଁ ଏବଂ ଜଙ୍ଗଲରୁ ଜନବସତିକୁ ଆସିବେ ନାହିଁ। ଏହିପରି ସେମାନଙ୍କ ସୁରକ୍ଷା କରାଯାଇପାରିବ ବୋଲି ଗବେଷକ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। ଏପରିକି ସଚେତନତା ଫଳକ ନ ଥିବାରୁ କ୍ଷୀପ୍ର ଗତିରେ ଯାଉଥିବା ଗାଡ଼ିର ଶିକାର ହେଉଛନ୍ତି ନିରୀହ ମାଙ୍କଡ଼ମାନେ। ଏଣୁ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେବା ଉଚିତ ବାଲି ସ୍ଥାନୀୟ ସାମାଜିକ କର୍ମୀ ତଥା ପଶୁପକ୍ଷୀ ପ୍ରେମୀ ଅଞ୍ଜନ ବେଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri