ଖାଦ୍ୟ ଅଭାବରୁ ରାଜରାସ୍ତାରେ ମାଙ୍କଡ଼

କେନ୍ଦୁଝର,୨୭।୨(ସ୍ବ.ପ୍ର.): ଏକଦା କେନ୍ଦୁଝର ଜିଲା ବଣପାହାଡ଼ ଘେରରେ ପରିପୂର୍ଣ୍ଣ ଥିଲା। କିଛି ବର୍ଷ ହେଲା ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବା ଫଳରେ ଜଙ୍ଗଲ ମଧ୍ୟରେ ରହୁଥିବା ମାଙ୍କଡ଼ଙ୍କ ମଧ୍ୟରେ ଖାଦ୍ୟାଭାବ ଦେଖାଦେଇଛି। ଫଳରେ ମାଙ୍କଡ଼ମାନେ ଏବେ ରାଜରାସ୍ତାରେ ବୁଲୁଛନ୍ତି। ରାସ୍ତାରେ ଯାଉଥିବା ବାଟୋଇମାନେ ଯାହା ଦେଉଛନ୍ତି ତାହା ଖାଇ ଜୀବନ ବଞ୍ଚାଉଛନ୍ତି।

ସାଧାରଣତଃ ମାଙ୍କଡ଼ମାନେ ଜଙ୍ଗଲରୁ ବିଭିନ୍ନ ଫଳ, କୋଳି ଆଦି ଖାଦ୍ୟ ଖାଇଥାନ୍ତି। ଏବେ ଜଙ୍ଗଲ ନଷ୍ଟ ଯୋଗୁ ଫଳମୂଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ହାତୀଙ୍କ ଭଳି ମାଙ୍କଡ଼ମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି।

କେନ୍ଦୁଝରରୁ ଏନ୍‌ଏଚ୍‌ ୪୯ରେ ଗଲେ ସାନଘାଗରା, ତଣ୍ଡିଯୋଡ଼ା, କାଞ୍ଜିପାଣି ଘାଟିରେ ମାଳମାଳ ମାଙ୍କଡ଼ ରାସ୍ତାରେ ଦେଖିବାକୁ ମିଳୁଛି। ସେହିପରି କାଞ୍ଜିପାଣିଠାରୁ ତେଲକୋଇ ରାସ୍ତାରେ ମଧ୍ୟ ମାଙ୍କଡ଼ମାନେ ଖାଦ୍ୟ ପାଇଁ ରାସ୍ତାରେ ବାଟୋଇଙ୍କ ଅପେକ୍ଷା କରି ଜଗିବସିଥାନ୍ତି। ବନ ବିଭାଗ ପକ୍ଷରୁ ଫଳମୂଳ ଭଳି ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରିବା ଏବଂ ଉକ୍ତ ଅଞ୍ଚଳରେ ପ୍ରଚୁର ପରିମାଣରେ ଫଳମୂଳ, କୋଳି ଆଦି ବନୀକରଣ କରାଗଲେ ମାଙ୍କଡ଼ମାନେ ଖାଦ୍ୟାଭାବର ସମ୍ମୁଖୀନ ହେବେ ନାହିଁ ଏବଂ ଜଙ୍ଗଲରୁ ଜନବସତିକୁ ଆସିବେ ନାହିଁ। ଏହିପରି ସେମାନଙ୍କ ସୁରକ୍ଷା କରାଯାଇପାରିବ ବୋଲି ଗବେଷକ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। ଏପରିକି ସଚେତନତା ଫଳକ ନ ଥିବାରୁ କ୍ଷୀପ୍ର ଗତିରେ ଯାଉଥିବା ଗାଡ଼ିର ଶିକାର ହେଉଛନ୍ତି ନିରୀହ ମାଙ୍କଡ଼ମାନେ। ଏଣୁ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେବା ଉଚିତ ବାଲି ସ୍ଥାନୀୟ ସାମାଜିକ କର୍ମୀ ତଥା ପଶୁପକ୍ଷୀ ପ୍ରେମୀ ଅଞ୍ଜନ ବେଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri