ମାଙ୍କଡ ଡେଇଁଛି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ହେଉଛି। ଯେଉଁଥିପାଇଁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଏହିଭଳି ପରିସ୍ଥିତିରେ ଗୁରୁବାର ସକାଳ ୬ ଟାରେ ବିଦ୍ୟୁତ ଚାଲି ଯାଇଥିଲା। ଲୋକେ ସକାଳୁ ଉଠିଲେ ପାଣି ପମ୍ପ ଲଗାଇଥାନ୍ତେ। କରେଣ୍ଟ ନଥିବା ଯୋଗୁଁ ପମ୍ପ ଲାଗି ପାରୁନାହିଁ। ସକାଳୁଆ ଅଫିସ ଯୋଗୁଁ ଲୋକେ କାର୍ଯ୍ୟାଳୟକୁ ଯିବାର ଥିଲା। କିନ୍ତୁ ଗାଧୋଇନପାରି ଅନେକ କର୍ମଚାରୀ କାର୍ଯ୍ୟାଳୟକୁ ଆଜି ନିର୍ଦ୍ଧାରିତ ସମୟରେ ଯାଇ ପାରିନାହାଁନ୍ତି। ଏଥିସହ ସଧାରଣ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ପଚାରିଲେ କେତେବେଳେ କହୁଛନ୍ତି ସାମାନ୍ୟ ଖରାପ୍ ହୋଇଛି ଖୁବ୍ ଶୀଘ୍ର ଆସିଯିବ। ଆଉ କେତେବେଳେ କହୁଛନ୍ତି କଣ୍ଟେଇପଲ୍ଲୀ ଗ୍ରିଡ୍ ରେ ସମସ୍ୟା ହୋଇଛି। ମାଙ୍କଡ ଡେଇଁ ପଡିବା ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। କେତେବେଳେ ବିଦ୍ୟୁତ୍ ଆସିବ ତାହର ଉତ୍ତର ଟାଟା ପାୱାର କର୍ମଚାରୀ ଏବଂ ଯନ୍ତ୍ରୀ ମାନେ ଉତ୍ତର ଦେଇ ପାରୁନାହାଁନ୍ତି। ଫଳରେ ଲୋକେ ବିଦ୍ୟୁତ୍ କାଟ ପାଇଁ ଗୋଟିଏ ପଟେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଗାଧୋଇବା ମଧ୍ୟ ସମସ୍ୟା ଦେଖାଦେଇଛି। ଏହିଭଳି ମାସର ଅନେକ ଦିନରେ ମରାମତି ନାମରେ ମଧ୍ୟ ବିଦ୍ୟୁତ କାଟ କରାଯାଉଛି । ଯେତିକି ସମୟ କାଟିବା ପାଇଁ ଘୋଷଣା କରିଥାଉଛନ୍ତି ତାଠାରୁ ଅଧିକ ସମୟ ପାୱାର କାଟ ହେଉଛି। ଏହିଭଳି ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବାପରେ ରାଜ୍ୟରେ ବିଦ୍ୟୁତ୍ ସେବା ରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଭଳି କିଛି ଉନ୍ନତୀ ଦେଖାଯାଉନାହିଁ। ବିଦ୍ୟୁତ୍ ସେବାର ଉନ୍ନତୀ ବାହାନାରେ ଉପଭୋକ୍ତାଙ୍କ ଉପରେ ବର୍ଦ୍ଧିତ ବିଦ୍ୟୁତ ଦର ଲଦି ଦିଆଯାଉଛି। ପ୍ରି ପେଡ ମିଟର ଲଗାଯାଉଛି । ପୁର୍ବ ଭଳି ଆଉ ବକେୟା ବିଲ୍ ରହୁନାହିଁ। ଚୋରୀ ମଧ୍ୟ ପ୍ରାୟ କମିଯାଇଛି। ତଥାପି ସେବାରେ ଯେତିକି ଉନ୍ନତୀ ଆସିବା କଥା ଆସିପାରୁନାହି ବୋଲି ଅଭିଯୋଗ ହେଉଛି। ପାୱାର କାଟ ପାଇଁ ଅନେକ ପରିବାର ଆଜି ରୋଷେଇ ମଧ୍ୟ ଘରେ କରି ପାରିନଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri