୩୯ଟି ଦେଶରେ ୧୬୦୦ମଙ୍କିପକ୍ସ ମାମଲା: ଘୋଷଣା କରାଯାଇପାରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଜରୁରୀ ବୈଠକ ଡକାଇଲା ‘ହୁ’

ଜେନେଭା,୧୫।୬: କରୋନା ପରେ ଏବେ ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ସାରା ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଓ ବିସ୍ତାରକୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏବେ ଚିନ୍ତା ପ୍ରକଟ କରିଛି। ମଙ୍କିପକ୍ସ ବିଶ୍ୱବ୍ୟାପି ବିସ୍ତାର ଅସ୍ବାଭାବିକ ଏବଂ ଚିନ୍ତାଜନକ ବୋଲି ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସ୍‌ସ ମଙ୍ଗଳବାର କହିଛନ୍ତି। ଆସନ୍ତା ସପ୍ତାହରେ ଗେବ୍ରେଏସ୍‌ସ ଏକ ଜରୁରୀକାଳୀନ କମିଟି ବୈଠକ ଡକାଇଛନ୍ତି। ଏହି ବୈଠକରେ ମଙ୍କିପକ୍ସର ପ୍ରକୋପ ଅନ୍ତର୍ଜାତୀୟ ଚିନ୍ତାଧାରାର ଜନସ୍ବାସ୍ଥ୍ୟ ଜରୁରୀ କି ନୁହେଁ ତାହା ଆକଳନ କରାଯିବ। ଗେବ୍ରେଏସ୍‌ସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୯ଟି ଦେଶରୁ ୧୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୧,୫୦୦ ସନ୍ଦିଗ୍ଧଙ୍କ ବିଷୟରେ ‘ହୁ’କୁ ରିପୋର୍ଟ ଦିଆଯାଇଛି। ଅନ୍ୟପଟେ ୩୯ଟି ଦେଶ ମଧ୍ୟରୁ ୭ଟି ଦେଶ ଅଛି ଯେଉଁଠାରେ ବର୍ଷ ବର୍ଷ ଧରି ମଙ୍କିପକ୍ସର ମାମଲା ରିପୋର୍ଟ କରାଯାଉଥିବା ବେଳେ ଏବେ ୩୨ଟି ନୂତନ ପ୍ରଭାବିତ ଦେଶ ରହିଛି। ଚଳିତ ବର୍ଷ ପ୍ରଭାବିତ ଦେଶମାନଙ୍କରେ ୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନୂତନ ପ୍ରଭାବିତ ଦେଶମାନଙ୍କରେ କୌଣସି ମୃତ୍ୟୁ ଖବର ଆସିନାହିଁ ବୋଲି ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri