ମଙ୍କିପକ୍ସ: ନ୍ୟୁୟର୍କରେ ଘୋଷଣା ହେଲା ହେଲ୍‌ଥ ଏମରଜେନ୍ସ

ନ୍ୟୁୟର୍କ,୧ ।୮: ସାରା ବିଶ୍ୱରେ ମାଡି ଚାଲିଲାଣି ମଙ୍କିପକ୍ସ । ନ୍ୟୁୟର୍କରେ ଏହ ବେଳେକୁ ବେଳ ଅଧିକ ହେଉଥିବାରୁ ସେଠାରେ ଜନସ୍ୱାସ୍ଥ୍ୟ ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛି । ୟୁରୋପ ସହ ଆମେରିକାରେ ବେଳକୁ ବେଳ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନ୍ୟୁୟର୍କ ଏହି ସଂକ୍ରମଣ ସବୁଠାରୁ ଅଧିକ ଦେଖାଦେଇଛି ।
ନ୍ୟୁୟର୍କର ମେୟର ଏରିକ ଏଡମ୍ସ ଓ ସ୍ୱାସ୍ଥ୍ୟ ସଚିବ ଅଶ୍ୱିନ ୱାସନ କହିଛନ୍ତି, ଏଠାରେ ୧,୫୦ଲକ୍ଷ ନାଗରିକ ସଂକ୍ରମିତଙ୍କ ମଧ୍ୟରେ ଆସିପାରନ୍ତି । ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରର ତଥ୍ୟ ଅନୁସାରେ ନ୍ୟୁୟର୍କରେ ଶୁକ୍ରବାର ସୁଦ୍ଧା ୧,୩୪୫ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୭୯୯ ଜଣ ସହ କାଲିଫର୍ନିଆ ଦ୍ୱିତୀୟ ସ୍ଥାନରେ ରହିଛି । ଜୁଲାଇ ୨୩ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ପରିସ୍ଥିତି ଘୋଷଣା କରିଥିଲା । ଏହି ରୋଗ କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକାରେ କିଛି ଦଶନ୍ଧି ଧରି ରହି ଆସିଛି, ହେଲେ ଏହା ବାହାରେ ବିସ୍ତାରଲାଭ କରି ନ ଥିଲା । ଏପର୍ଯ୍ୟନ୍ତ ଭାରତରେ ୪ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।
ଡବ୍ଲୁଏଚଓର ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ’ ମାସ ପରେ ୮୦ ଦେଶରେ ୨୨ହଜାରରୁ ଅଧିକ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଲାଣି । ଏହା ମଧ୍ୟରୁ ୭୫ ପ୍ରତିଶତ ଆଫ୍ରିକା ନାଇଜେରିଆର କଙ୍ଗୋରେ ୭୫ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରାଜିଲ ଓ ସ୍ପେନରେ ବି ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

Share