Posted inଜାତୀୟ

ମଙ୍କିପକ୍ସ ଆଲର୍ଟ, କଣ୍ଟାକ୍ଟ ଟ୍ରେସିଂ ସହିତ ୨୧ ଦିନିଆ ଆଇସୋଲେଶନ…

ନୂଆଦିଲ୍ଲୀ, ୨୬।୭ : ଦେଶରେ ମଙ୍କିପକ୍ସର ସଂକ୍ରମଣ ଗତି ମନ୍ଥ ରହିଛି। କିନ୍ତୁ ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହାର ସଂକ୍ରମଣ କିପରି ହେବ ଏବଂ ଏହା କରୋନା ପରି ବିସ୍ତାର ହେବ କି ନାହିଁ । ଏପରିସ୍ଥଳେ ଦିଲ୍ଲୀରେ ମଙ୍କିପକ୍ସର ଖବର ସାମ୍ନାକୁ ଆସିବା ପରେ ତଥା ଦେଶରେ ମୋଟ ୪ ଟି ମାମଲାର ରିପୋର୍ଟ ହେବା ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ମଙ୍କିପକ୍ସକୁ ନେଇ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ମଙ୍କିପକ୍ସ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଏ ସମ୍ପର୍କରେ କୁହାଯାଇଛି ଯେ କଣ୍ଟାକ୍ଟ ଟ୍ରେସିଂ ସହିତ ଆକ୍ରାନ୍ତଙ୍କୁ ୨୧ ଦିନିଆ ଆଇସୋଲେଶନ ରହିବାକୁ ପଡ଼ିବ। ମଙ୍କିପକ୍ସର ଚିକିତ୍ସା ପାଇଁ ଲୋକଙ୍କୁ ତାଲିମ ଦେବାର ଆବଶ୍ୟକତା ମଧ୍ୟ ରହିଛି। ଆମେରିକା ଏବଂ ୟୁରୋପରେ ଏହାର ସଂକ୍ରମଣ ନେଇ କିଛି ଟିକା ଏବଂ ଔଷଧର ସୁପାରିଶ ମଧ୍ୟ କରାଯାଇଛି।

ସାଧାରଣତଃ ମଙ୍କିପକ୍ସ ଆକ୍ରାନ୍ତ ୨୧ ଦିନରେ ନିଜେ ଭଲ ହୋଇଯାଇଥାନ୍ତି। ତେବେ ଏହାକୁ ରୋକିବା ପାଇଁ ଆମେରିକାରେ ଏକ ଔଷଧ ସୁପାରିଶ କରାଯାଉଛି। ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଟେକୋଭିରିମାଟ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। କିନ୍ତୁ ଏହି ଔଷଧ ଭାରତରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

ଆମେରିକାରେ, ସ୍ମଲପକ୍ସ ଟିକା ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଦିଆଯାଉଛି। ଏହା ଦ୍ୱାରା ପ୍ରାରମ୍ଭିକ ଲକ୍ଷଣରେ କିଛି ମାତ୍ରାରେ ଆରାମ ମିଳିପାରେ। କିନ୍ତୁ ୭ ଦିନ ବିତିଯିବା ପରେ ଏହା ଅଧିକ ଲାଭଦାୟକ ମନେ ହୁଏ ନାହିଁ। ୟୁରୋପର ମେଡିସିନ ପ୍ରାଧିକରଣ ଏଜେନ୍ସି ଏଏମଏ ପକ୍ଷରୁ ଚିକିତ୍ସାରେ ଇମଭାନେକ୍ସ ବ୍ୟବହୃତ ହେଉଊଛି।

ବିଶ୍ୱ ସୱାସ୍ଥ୍ୟ ସଂଗଠନ ଶନିବାର ମାଙ୍କଡପକ୍ସକୁ ନେଇ ପୃଥିବୀରେ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ସମସ୍ତ ଦେଶକୁ ଏହି ପ୍ରସଙ୍ଗରେ ଗମ୍ଭୀର ହେବାକୁ ପରାମର୍ଶ ପ୍ରଦାନ କରାଯାଇଛି। ପୃଥିବୀର ୭୫ଟି ଦେଶରେ ୧୬ ହଜାରରୁ ଅଧିକ ମଙ୍କିପକ୍ସର ମାମଲା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri