ଭୋଟକାରେ ଥମୁନି ମାଙ୍କଡ଼ ଆତଙ୍କ

ରସୁଲପୁର,୨୩ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଥମିବାରେ ନାଁ ଧରୁନାହିଁ। ଦୁଇ ସପ୍ତାହ ହେଲା ମାଙ୍କଡ଼ ଆକ୍ରମଣରେ ଏଠାରେ ୮ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ଏହାଜାଣି ବନବିଭାଗ କାମୁଡ଼ା ମାଙ୍କଡ଼ଙ୍କୁ ଧରିବା ପାଇଁ ପଞ୍ଚାୟତର ଭୋଟକା, ସାନରମ୍ପେଇ ଆଦି ଗ୍ରାମରେ ପଇଁତରା ମାରିଥିଲା। ହେଲେ ସେମାନେ ମାଙ୍କଡ଼କୁ କାବୁ କରିବା ପାଇଁ ୩ଦିନ ଜଗି ରହିବା ପରେ ଗାଁ ଛାଡ଼ି ଚାଲି ଯାଇଛନ୍ତି। କାମୁଡ଼ା ମାଙ୍କଡକୁ ଚିହ୍ନଟ କରିବାରେ ବନବିଭାଗ ଓ ମାଙ୍କଡ଼ ଧରାଳି ବିଫଳ ହୋଇଛନ୍ତି। ଏବେ ମାଙ୍କଡ଼ ଗୋଡ଼ାଇବା ଦାୟିତ୍ୱ ଗାଁ ଯୁବକଙ୍କ କାନ୍ଧରେ। ଦିନତମାମ ଯୁବକମାନେ ଠେଙ୍ଗାବାଡି ଧରି ମାଙ୍କଡ଼ ପଲକୁ ଘଉଡ଼ାଉ ଥିବା ଦେଖାଯାଇଛି। ମାଙ୍କଡ଼ ପଲଙ୍କୁ ଗାଁରୁ ଅନ୍ୟତ୍ର ତଡି ଦେବାକୁ ପ୍ରୟାସ କରାଯାଉଛି। ହେଲେ ବିଭାଗ ପକ୍ଷରୁ ମାଙ୍କଡ଼ ଧରିବା ପ୍ରୟାସ ଲୋକ ଦେଖାଣିଆ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି।
ପଞ୍ଚାୟତରେ ନାନା ସମୟରେ ମାଙ୍କଡ଼ କାମୁଡ଼ାରେ ଲୋକେ ଆହତ ହେଉଥିବା ଜାଣି ସ୍ଥାନୀୟ ସ୍ମୃତିରେଖା ରାଉତଙ୍କ ପକ୍ଷରୁ ଯାଜପୁର ଜିଲାପାଳ ଓ କଟକ ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ବନ ବିଭାଗ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ପକ୍ଷରୁ ଏକ ୩ଜଣିଆ ଦଳ ସ୍ଥିତି ଅନୁଧ୍ୟାନ କରିବାକୁ ଭୋଟକା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ବନ ବିଭାଗ ପକ୍ଷରୁ ୧୭ ତାରିଖରେ ମହମ୍ମଦ ଜାକିର ହୁସେନଙ୍କ ନେତୃତ୍ୱରେ ଆସିଥିବା ଦଳ ମାଙ୍କଡ଼ ଧରିବାରେ ବିଫଳ ହେବାରୁ ମାଙ୍କଡ଼ ଧରାଳି ଦଳର ସହାୟତା ନିଆଯାଇଥିଲା। ଏହିଦଳ ଦୁଇଦିନ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଙ୍କଡ଼ ପଲଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ। ହେଲେ କାମୁଡ଼ା ମାଙ୍କଡ଼ଙ୍କୁ ଠାବ କରିପାରି ନ ଥିଲେ। ଫାସ ବସାଇ ଗୋଟିଏ ମାଙ୍କଡ଼ ଧରିଥିଲେ। ଫାସକୁ ଦେଖି ମାଙ୍କଡ଼ ପଲ ଗଛ ଡାଳରୁ ତଳକୁ ଓହ୍ଲାଇ ନ ଥିଲେ। ସୋମବାର ମାଙ୍କଡ଼ ଧରାଳି ଦଳ ଚାଲିଯିବା ପରେ ମାଙ୍କଡ଼ ପଲର ଉପଦ୍ରବ ବଢି ଯାଇଛି। ପାଗଳ ମାଙ୍କଡ଼କୁ ଲୋକେ ଚିହ୍ନଟ କରିଛନ୍ତି। ଉକ୍ତ ମାଙ୍କଡ଼ଟି ଲୋକଙ୍କୁ ନିଛାଟିଆ ସ୍ଥାନରେ ଆକ୍ରମଣ କରୁଛି। ଏହାଜାଣି ଯୁବକମାନେ ପାଗଳ ମାଙ୍କଡ଼କୁ ଗୋଡ଼ାଇ ଅନ୍ୟତ୍ର ଛାଡ଼ିଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ମାଙ୍କଡ଼ କାମୁଡ଼ାରେ ଆହତ ଲୋକଙ୍କ ପରିବାରକୁ ଆର୍ଥତ୍କ ସହାୟତା ପ୍ରଦାନ ପାଇଁ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଦାବି ହେଉଛି। ଆହତକ ସଂଖ୍ୟା ବଢ଼ିବା ଓ ଆତଙ୍କରେ ରୋକ ଲଗାଇବା ପାଇଁ ବିଭାଗ ପକ୍ଷରୁ କାମୁଡ଼ା ମାଙ୍କଡ଼କୁ ଚିହ୍ନଟ କରାଯାଇ କାବୁ କରାଯାଇ ପାରିଲେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳି ପାରିବ ବୋଲି ସରପଞ୍ଚ ରାଉତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri