ଭୋଟକାରେ ଥମୁନି ମାଙ୍କଡ଼ ଆତଙ୍କ

ରସୁଲପୁର,୨୩ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଥମିବାରେ ନାଁ ଧରୁନାହିଁ। ଦୁଇ ସପ୍ତାହ ହେଲା ମାଙ୍କଡ଼ ଆକ୍ରମଣରେ ଏଠାରେ ୮ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ଏହାଜାଣି ବନବିଭାଗ କାମୁଡ଼ା ମାଙ୍କଡ଼ଙ୍କୁ ଧରିବା ପାଇଁ ପଞ୍ଚାୟତର ଭୋଟକା, ସାନରମ୍ପେଇ ଆଦି ଗ୍ରାମରେ ପଇଁତରା ମାରିଥିଲା। ହେଲେ ସେମାନେ ମାଙ୍କଡ଼କୁ କାବୁ କରିବା ପାଇଁ ୩ଦିନ ଜଗି ରହିବା ପରେ ଗାଁ ଛାଡ଼ି ଚାଲି ଯାଇଛନ୍ତି। କାମୁଡ଼ା ମାଙ୍କଡକୁ ଚିହ୍ନଟ କରିବାରେ ବନବିଭାଗ ଓ ମାଙ୍କଡ଼ ଧରାଳି ବିଫଳ ହୋଇଛନ୍ତି। ଏବେ ମାଙ୍କଡ଼ ଗୋଡ଼ାଇବା ଦାୟିତ୍ୱ ଗାଁ ଯୁବକଙ୍କ କାନ୍ଧରେ। ଦିନତମାମ ଯୁବକମାନେ ଠେଙ୍ଗାବାଡି ଧରି ମାଙ୍କଡ଼ ପଲକୁ ଘଉଡ଼ାଉ ଥିବା ଦେଖାଯାଇଛି। ମାଙ୍କଡ଼ ପଲଙ୍କୁ ଗାଁରୁ ଅନ୍ୟତ୍ର ତଡି ଦେବାକୁ ପ୍ରୟାସ କରାଯାଉଛି। ହେଲେ ବିଭାଗ ପକ୍ଷରୁ ମାଙ୍କଡ଼ ଧରିବା ପ୍ରୟାସ ଲୋକ ଦେଖାଣିଆ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି।
ପଞ୍ଚାୟତରେ ନାନା ସମୟରେ ମାଙ୍କଡ଼ କାମୁଡ଼ାରେ ଲୋକେ ଆହତ ହେଉଥିବା ଜାଣି ସ୍ଥାନୀୟ ସ୍ମୃତିରେଖା ରାଉତଙ୍କ ପକ୍ଷରୁ ଯାଜପୁର ଜିଲାପାଳ ଓ କଟକ ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ବନ ବିଭାଗ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ପକ୍ଷରୁ ଏକ ୩ଜଣିଆ ଦଳ ସ୍ଥିତି ଅନୁଧ୍ୟାନ କରିବାକୁ ଭୋଟକା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ବନ ବିଭାଗ ପକ୍ଷରୁ ୧୭ ତାରିଖରେ ମହମ୍ମଦ ଜାକିର ହୁସେନଙ୍କ ନେତୃତ୍ୱରେ ଆସିଥିବା ଦଳ ମାଙ୍କଡ଼ ଧରିବାରେ ବିଫଳ ହେବାରୁ ମାଙ୍କଡ଼ ଧରାଳି ଦଳର ସହାୟତା ନିଆଯାଇଥିଲା। ଏହିଦଳ ଦୁଇଦିନ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଙ୍କଡ଼ ପଲଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ। ହେଲେ କାମୁଡ଼ା ମାଙ୍କଡ଼ଙ୍କୁ ଠାବ କରିପାରି ନ ଥିଲେ। ଫାସ ବସାଇ ଗୋଟିଏ ମାଙ୍କଡ଼ ଧରିଥିଲେ। ଫାସକୁ ଦେଖି ମାଙ୍କଡ଼ ପଲ ଗଛ ଡାଳରୁ ତଳକୁ ଓହ୍ଲାଇ ନ ଥିଲେ। ସୋମବାର ମାଙ୍କଡ଼ ଧରାଳି ଦଳ ଚାଲିଯିବା ପରେ ମାଙ୍କଡ଼ ପଲର ଉପଦ୍ରବ ବଢି ଯାଇଛି। ପାଗଳ ମାଙ୍କଡ଼କୁ ଲୋକେ ଚିହ୍ନଟ କରିଛନ୍ତି। ଉକ୍ତ ମାଙ୍କଡ଼ଟି ଲୋକଙ୍କୁ ନିଛାଟିଆ ସ୍ଥାନରେ ଆକ୍ରମଣ କରୁଛି। ଏହାଜାଣି ଯୁବକମାନେ ପାଗଳ ମାଙ୍କଡ଼କୁ ଗୋଡ଼ାଇ ଅନ୍ୟତ୍ର ଛାଡ଼ିଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ମାଙ୍କଡ଼ କାମୁଡ଼ାରେ ଆହତ ଲୋକଙ୍କ ପରିବାରକୁ ଆର୍ଥତ୍କ ସହାୟତା ପ୍ରଦାନ ପାଇଁ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଦାବି ହେଉଛି। ଆହତକ ସଂଖ୍ୟା ବଢ଼ିବା ଓ ଆତଙ୍କରେ ରୋକ ଲଗାଇବା ପାଇଁ ବିଭାଗ ପକ୍ଷରୁ କାମୁଡ଼ା ମାଙ୍କଡ଼କୁ ଚିହ୍ନଟ କରାଯାଇ କାବୁ କରାଯାଇ ପାରିଲେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳି ପାରିବ ବୋଲି ସରପଞ୍ଚ ରାଉତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri