ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର ସାହି ସୁମନ ମହାକୁଳ ସକାଳୁ ଘର ଛାତ ଉପରକୁ ଯାଇଥିବା ସମୟରେ ୧୦/୧୨ମାଙ୍କଡ଼ଙ୍କ ଏକ ଦଳ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ l ଫଳରେ ସୁମନ ଘର ଛାତ ଉପରୁ ତଳକୁ ଖସି ପଡିବାରୁ ମୁଣ୍ଡ ଓ ଅଣ୍ଟାରେ ଗଭୀର ଆଘାତ ଯୋଗୁ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ସାହି ପଡିଶାଙ୍କ ସହାୟତାରେ ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ପ୍ରଥମେ ଅର୍ବାନ ପିଏଚସିକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଅଧିକ ଚିକିତ୍ସା ପାଇଁ ସେଠାରୁ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସୁମନ ଏବେ ମଧ୍ୟ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ତେବେ ସକାଳୁ ଅର୍ବାନ ପିଏଚସିରେ ଗୁରୁତର ସୁମନଙ୍କୁ ଭର୍ତ୍ତି ବେଳେ ଆମ୍ବୁଲାନ୍ସ, ଷ୍ଟ୍ରେଚର ଭଳି ଜରୁରୀକାଳୀନ ସହାୟତା ନ ମିଳିବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା l ସୂଚନା ପାଇ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ମନୋରଞ୍ଜନ ସାମଲ ସେଠାକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୂଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।


