ପ୍ରବଳ ଗ୍ରୀଷ୍ମରେ ମୁଗ ଚାଷ ପ୍ରଭାବିତ ଆଶଙ୍କା

ଧର୍ମଶାଳା,୨୧ା୪(ବଟକୃଷ୍ଣ ପରିଡ଼ା):ଚଳିତଥର ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୁଗ ଚାଷ ଭଲ ହୋଇଛି। ମାତ୍ର ସପ୍ତାହେ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଫୁଲଫଳ ଧରିଥିବା ମୁଗଚାଷ କ୍ଷତିଗ୍ରସ୍ତ ହେବା ନେଇ ଚାଷୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଧର୍ମଶାଳା ବ୍ଲକ ଅଧୀନ ଚହଟା, ଚୋରମୁହଁା, ଭବାନୀପୁର, ବଡ଼କାଏମା, ପାଟପୁର, ମିର୍ଜାପୁର, କ୍ଷେତ୍ରପାଳ, ଜାରକା, ଥାନୁଆଳ, ମଧୁସୁଦନପୁର, ମହିଶରା, ସମ୍ପାରୁ, ଅଣ୍ଟିଆ ଓ ତରଞ୍ଜିଆ ଆଦି ପଞ୍ଚାୟତର ୧୫୦୦ ହେକ୍ଟର ଜମିରେ ମୁଗଚାଷ ପାଇଁ ସରକାରୀ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଧର୍ମଶାଳା କୃଷି ବିଭାଗ ପକ୍ଷରୁ ୨୫୭୩ ଚାଷୀଙ୍କୁ ୨୯୦ କୁଇଣ୍ଟାଲ ମୁଗ ବିହନ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚମାନଙ୍କ ସୁପାରିସ କ୍ରମେ ଦିଆଯାଇଥିଲା। ଚାଷୀମାନଙ୍କୁ ଜୈବ ଓ ଅଣୁସାର ପ୍ରଦାନ କରାଯିବା ସହ ସାର ପ୍ରୟୋଗ ଉପରେ ସଚେତନ କରାଯାଇଥିଲା ବୋଲି ବ୍ଲକ କୃୃଷିଅଧିକାରୀ ତୁସାରକାନ୍ତ ସେଠୀ ସୂଚନା ଦେଇଛନ୍ତି।

ମୁଗ ବିହନ ନେଇଥିବା ପ୍ରମୁଖ ଚାଷୀ ବସନ୍ତ ପରିଡ଼ା, ନିରଞ୍ଜନ ପାଢ଼ୀ, ବୃନ୍ଦାବନ ପରିଡ଼ା, ବିଶ୍ୱନାଥ ମହାପାତ୍ର, ନିରଞ୍ଜନ ନାୟକ, ରମେଶ ପ୍ରଧାନ, ସୁବାସ ନାୟକ, ଜତିନ୍ଦ୍ର ଦେଉରୀ, ସୁବ୍ରତ ମହାପାତ୍ର, ଦେବାଶିଷ ପରିଡା, ଦୀପ୍ତିରଞ୍ଜନ ଜେନା, ଅଭିମନ୍ୟୁ ପ୍ରଧାନ ଓ ନିତ୍ୟାନନ୍ଦ ବେହେରା ପ୍ରମୁଖ ଚାଷୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେଉଁ ଚାଷୀ ସରକାରୀ ବିହନ ନେଇ ଆଗୁଆ ଚାଷ କରିଥିଲେ ସେମାନେ ଲାଭବାନ ହେବେ। ମାତ୍ର ଯେଉଁ ଚାଷୀ ବିଳମ୍ବରେ ଚାଷ କରିଛନ୍ତି ସେମାନେ ଗ୍ରୀଷ୍ମ ପ୍ରବାହରେ କ୍ଷତିଗ୍ରସ୍ତ ହେବେ। କାରଣ ଏବେ ଗଛରେ ଫୁଲ ଓ ଫଳ ଧରିଥିବାବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ତାହା ସୁଖି ଯାଉଛି। ଏନେଇ ଚାଷୀମାନେ ବ୍ଲକ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେଉଁ ଚାଷୀମାନେ ବିଳମ୍ବରେ ଚାଷ କରିଛନ୍ତି ଗ୍ରୀଷ୍ମ ପ୍ରବାହ ଯୋଗୁ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଗ୍ରାମସେବକମାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ତଦନ୍ତ କରି ନିର୍ଦ୍ଦେଶ ଦେବାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri