କାମ ନ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ

କୋରେଇ,୧୭ା୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ୍‌ ଅଧୀନ ବିଭିନ୍ନ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ବଢ଼ିବାରେ ଲାଗିଛି। କେଉଁଠି ମେଶିନରେ କାମ ହେଉଛି ତ ଆଉ କେଉଁଠି କେବଳ ଫଳକ ଲଗାଇ ଆବଣ୍ଟିତ ଅର୍ଥରାଶି ହରିଲୁଟ୍‌ ହେଉଛି। ବ୍ଲକ୍‌ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ ଓ ଠିକାଦାର ମିଳିତ ଭାବେ ଏହି ଦୁର୍ନୀତି କରି ଚାଲିଛନ୍ତି। ଠିକାଦାରମାନେ ବ୍ଲକ କାର୍ଯ୍ୟାଳୟରେ ୧୦ବର୍ଷ ହେବ ଦାୟିତ୍ୱରେ ଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସହାୟକ, କେତେଜଣ ଅସାଧୁ କନିଷ୍ଠ ଯନ୍ତ୍ରୀ(ଜେଇ), ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଏବଂ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ (ଭିଏଲଡବ୍ଲ୍ୟୁ)ଙ୍କୁ ହାତ କରି ଏପରି ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି।
ଏଠାରେ ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଖେଳପଡ଼ିଆ ଉନ୍ନତିକରଣ କାମକୁ ଉଦାହରଣ ଭାବେ ନିଆଯାଇଛି। ଏହି ଖେଳପଡିଆ ଉନ୍ନତି ନିମନ୍ତେ ଏମ୍‌ଜିଏନ୍‌ଆର୍‌ ଇଜିଏସ୍‌ ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଯାହାର କୋର୍ଡ ନଂ.୨୪୨୦୦୦୮୦୧୦/ଏଲଡ଼ି/ ୧୦୭୩୪୬୮୪ ରହିଥିବା ବେଳେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ସମ୍ପର୍କରେ ଫଳକରେ କୌଣସି ସୂଚନା ଦିଆଯାଇନାହିଁ। ବିଡମ୍ବନାର ବିଷୟ ଠିକାଦାର ପଡ଼ିଆର ଅଗ୍ରଗତି ନିମନ୍ତେ କୌଣସି ପଦକ୍ଷେପ ନେଇ ନାହାନ୍ତି। କେବଳ ଗୋଟିଏ ସୂଚନା ଫଳକ ଲଗାଇ କନିଷ୍ଠ ଯନ୍ତ୍ରୀଙ୍କ ସହଯୋଗରେ ଆବଣ୍ଟିତ ଅର୍ଥରାଶି ହରିଲୁଟ୍‌ କରିବାକୁ ମସୁଧା କରିଛନ୍ତି। ଏହି କ୍ରମରେ ୬ଟି ଜାଲ୍‌ ମଷ୍ଟରରୋଲ୍‌ ପ୍ରସ୍ତୁତ କରି ରାମକୃଷ୍ଣପୁର ଗ୍ରାମର ଅଶ୍ୱିନୀ କୁମାର ଜେନା, ଗୀତାଞ୍ଜଳି ଜେନା, ମନୋରମା ଜେନା, ଲକ୍ଷ୍ମୀଧର ସ୍ବାଇଁ, ଭଗବତୀ ସ୍ବାଇଁ, ପଦ୍ମିନୀ ଓଝା, ମନୋରମା ମହାରଣା, ରମାକାନ୍ତ ଘଡ଼େଇଙ୍କ ନାମରେ ୪୮ଦିନର କାର୍ଯ୍ୟଦିବସ ଦର୍ଶାଇ ମୋଟ୍‌ ୧୫୯୮୪ ଟଙ୍କାର ବିଲ୍‌ କରାଯାଇଛି। କାମ ଚାଲୁଥିବା ଦର୍ଶାଇ ଅନ୍ୟ ବିଲ୍‌ ମଧ୍ୟ କରାଯାଉଛି। ଏହି କାମର ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି। ଗୋଟିଏ ସୂଚନା ଫଳକକୁ ଛାଡିଦେଲେ ଏହି ଖେଳ ପଡ଼ିଆରେ କୌଣସି ଉନ୍ନତି ହୋଇ ନ ଥିବା ଜଣାପଡିଛି। କନିଷ୍ଠ ଯନ୍ତ୍ରୀ କେଉଁ ଆଧାରରେ ବିଲ୍‌ ପ୍ରଦାନ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ଅଗୋଚରରେ କେତେଜଣ ଦୁର୍ନୀତିଖୋର ଅଫିସର ଏପରି କରି ମୋଟା ଅଙ୍କର ମୁନାଫା ନେଉଥିବା ଚର୍ଚ୍ଚା ହେଉଛି। ସେହିପରି ଗୌରପୁର ପଞ୍ଚାୟତରେ ମଧ୍ୟ ଠିକାଦାର ଓ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଫଳକ ଲଗାଇ ଏକାଧିକ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ଅର୍ଥ ହରିଲୁଟ୍‌ ହୋଇଛି।ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ହେମଲତା ପ୍ରଧାନଙ୍କ ମତାମତ ନେବାକୁ ତାଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri