କାମ ନ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ

କୋରେଇ,୧୭ା୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ୍‌ ଅଧୀନ ବିଭିନ୍ନ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ବଢ଼ିବାରେ ଲାଗିଛି। କେଉଁଠି ମେଶିନରେ କାମ ହେଉଛି ତ ଆଉ କେଉଁଠି କେବଳ ଫଳକ ଲଗାଇ ଆବଣ୍ଟିତ ଅର୍ଥରାଶି ହରିଲୁଟ୍‌ ହେଉଛି। ବ୍ଲକ୍‌ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ ଓ ଠିକାଦାର ମିଳିତ ଭାବେ ଏହି ଦୁର୍ନୀତି କରି ଚାଲିଛନ୍ତି। ଠିକାଦାରମାନେ ବ୍ଲକ କାର୍ଯ୍ୟାଳୟରେ ୧୦ବର୍ଷ ହେବ ଦାୟିତ୍ୱରେ ଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସହାୟକ, କେତେଜଣ ଅସାଧୁ କନିଷ୍ଠ ଯନ୍ତ୍ରୀ(ଜେଇ), ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଏବଂ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ (ଭିଏଲଡବ୍ଲ୍ୟୁ)ଙ୍କୁ ହାତ କରି ଏପରି ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି।
ଏଠାରେ ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଖେଳପଡ଼ିଆ ଉନ୍ନତିକରଣ କାମକୁ ଉଦାହରଣ ଭାବେ ନିଆଯାଇଛି। ଏହି ଖେଳପଡିଆ ଉନ୍ନତି ନିମନ୍ତେ ଏମ୍‌ଜିଏନ୍‌ଆର୍‌ ଇଜିଏସ୍‌ ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଯାହାର କୋର୍ଡ ନଂ.୨୪୨୦୦୦୮୦୧୦/ଏଲଡ଼ି/ ୧୦୭୩୪୬୮୪ ରହିଥିବା ବେଳେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ସମ୍ପର୍କରେ ଫଳକରେ କୌଣସି ସୂଚନା ଦିଆଯାଇନାହିଁ। ବିଡମ୍ବନାର ବିଷୟ ଠିକାଦାର ପଡ଼ିଆର ଅଗ୍ରଗତି ନିମନ୍ତେ କୌଣସି ପଦକ୍ଷେପ ନେଇ ନାହାନ୍ତି। କେବଳ ଗୋଟିଏ ସୂଚନା ଫଳକ ଲଗାଇ କନିଷ୍ଠ ଯନ୍ତ୍ରୀଙ୍କ ସହଯୋଗରେ ଆବଣ୍ଟିତ ଅର୍ଥରାଶି ହରିଲୁଟ୍‌ କରିବାକୁ ମସୁଧା କରିଛନ୍ତି। ଏହି କ୍ରମରେ ୬ଟି ଜାଲ୍‌ ମଷ୍ଟରରୋଲ୍‌ ପ୍ରସ୍ତୁତ କରି ରାମକୃଷ୍ଣପୁର ଗ୍ରାମର ଅଶ୍ୱିନୀ କୁମାର ଜେନା, ଗୀତାଞ୍ଜଳି ଜେନା, ମନୋରମା ଜେନା, ଲକ୍ଷ୍ମୀଧର ସ୍ବାଇଁ, ଭଗବତୀ ସ୍ବାଇଁ, ପଦ୍ମିନୀ ଓଝା, ମନୋରମା ମହାରଣା, ରମାକାନ୍ତ ଘଡ଼େଇଙ୍କ ନାମରେ ୪୮ଦିନର କାର୍ଯ୍ୟଦିବସ ଦର୍ଶାଇ ମୋଟ୍‌ ୧୫୯୮୪ ଟଙ୍କାର ବିଲ୍‌ କରାଯାଇଛି। କାମ ଚାଲୁଥିବା ଦର୍ଶାଇ ଅନ୍ୟ ବିଲ୍‌ ମଧ୍ୟ କରାଯାଉଛି। ଏହି କାମର ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି। ଗୋଟିଏ ସୂଚନା ଫଳକକୁ ଛାଡିଦେଲେ ଏହି ଖେଳ ପଡ଼ିଆରେ କୌଣସି ଉନ୍ନତି ହୋଇ ନ ଥିବା ଜଣାପଡିଛି। କନିଷ୍ଠ ଯନ୍ତ୍ରୀ କେଉଁ ଆଧାରରେ ବିଲ୍‌ ପ୍ରଦାନ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ଅଗୋଚରରେ କେତେଜଣ ଦୁର୍ନୀତିଖୋର ଅଫିସର ଏପରି କରି ମୋଟା ଅଙ୍କର ମୁନାଫା ନେଉଥିବା ଚର୍ଚ୍ଚା ହେଉଛି। ସେହିପରି ଗୌରପୁର ପଞ୍ଚାୟତରେ ମଧ୍ୟ ଠିକାଦାର ଓ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଫଳକ ଲଗାଇ ଏକାଧିକ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ଅର୍ଥ ହରିଲୁଟ୍‌ ହୋଇଛି।ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ହେମଲତା ପ୍ରଧାନଙ୍କ ମତାମତ ନେବାକୁ ତାଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri