ଟଙ୍କା, ଅଳଙ୍କାର ଲୁଟ୍‌ ମାମଲା: ବନ୍ଧା ହେଲେ ଗ୍ୟାଙ୍ଗର ୩ ଅଭିଯୁକ୍ତ

ସୋରଡା,୧୬।୬(ଲମ୍ବୋଦର ପାଣିଗ୍ରାହୀ): ଟଙ୍କା, ଅଳଙ୍କାର ଲୁଟ୍‌ ମାମଲାରେ ଗଞ୍ଜାମ ଜିଲା ସୋରଡା ପୋଲିସକୁ ଏକ ସଫଳତା ମିଳିଛି। ଲୁଟ୍‌ ଘଟଣାରେ ସମ୍ପୃକ୍ତ ସରାବାଡି ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ସୁଧାଂଶୁ କୁମାର ଗଉଡ, ଉମା ଗଉଡ, ସନାତନ ଗଉଡ। ସମସ୍ତଙ୍କ ବୟସ ୨୫ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ କହିଛି। ସୁଧାଂଶୁ ଗ୍ରାମରେ ରହୁ ଥିବା ବେଳେ ଉମା ଓ ସନାତନ କେରଳ ଏବଂ ସୁରାଟରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।

କିଛି ମାସ ହେବ ସେମାନେ ଚୋରି କରି ଅର୍ଥ ଉପାର୍ଜନ କରିବାକୁ ଇଚ୍ଛା କରିଥିଲେ। ୪ରୁ ୫ ମାସ ହେଲା ସେମାନେ ବ୍ରହ୍ମପୁରରେ ଏକ ଘରଭଡା ନେଇ ରହୁଥିଲେ। ଏପରି କି ସେମାନେ ଏକ କାର କିଣିଥିଲେ। ଉକ୍ତ କାରରେ ଯିବା ଆସିବା କରି ଲୁଟ୍‌ପାଟ କରୁଥିଲେ। ୨୦୨୩ ଏପ୍ରିଲ ୧୪ତାରିଖରେ ଦାରିଙ୍ଗବାଡି ଘାଟି ରାସ୍ତାରେ ଦାରିଙ୍ଗବାଡିର ବିକ୍ରମ କିଶୋର ପଟ୍ଟନାୟକ ଓ ସାଗର ପ୍ରିୟା ପଟ୍ଟନାୟକ ବାଇକ୍‌ରେ ସୋରଡା ଆସୁଥିବା ବେଳେ ତାଙ୍କୁ ଅଟକାଇ ସମ୍ପୃକ୍ତ ୩ଜଣ ଯୁବକ ବନ୍ଧୁକ ଦେଖାଇ ସୁନା ଚେନ, ମୋବାଇଲ ଫୋନ ଲଟିନେଇଥିଲେ। ଏନେଇ ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ନମ୍ବର (୨୧୧/୨୩) ରୁଜୁ କରିଥିଲା।

ସେହିପରି ସୋରଡା ଭଞ୍ଜନଗର ରାସ୍ତା ବିଭୁତିଆ ନିକଟରେ ଜୁନ ୨୪ତାରିଖରେ କୁଳାଙ୍ଗି ଅଞ୍ଚଳର ଭଞ୍ଜ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅଟକାଇ ବନ୍ଧୁକ ଦେଖାଇ ସୁନା ଚେନ ଲୁଟି ନେଇଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୨୩୫/୨୩) ରୁଜୁ ହୋଇଥିଲା। ଏପରି କି ଜୁନ ୧୧ତାରିଖରେ ୩ଜଣ ବାଇକ୍‌ରେ ଆସି ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ବ୍ୟାଗ କିଣିବା ବାହାନାରେ ବନ୍ଧୁକ ଦେଖାଇ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ। ଦୀନବନ୍ଧୁଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୨୬୫/୨୦୨୩) ରୁଜୁ କରି ତନାଘନା ଆରମ୍ଭ କରିଥିଲା।

ଅଭିଯୋଗ ମୁତାବକ, ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ୩ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଗୁରୁବାର ଅପରାହ୍ନରେ ଥାନା ପରିସରରେ ଆସ୍କା ଏସ୍‌ଡିପିଓ ଉମା ଶଙ୍କର ସିଂ, ଆଇଆଇସି ରମେଶ କୁମାର ପ୍ରଧାନ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ।

ଚୋରି ଗ୍ୟାଙ୍ଗର ୩ ଯୁବକଙ୍କୁ ଗିରଫ କରାଯିବ ସହ ତାଙ୍କଠାରୁ ଏକ ନମ୍ବର ବିହୀନ କାର, ବାଇକ୍‌ ଏବଂ ୨ଟି ଖେଳଣା ବନ୍ଧୁକ, ଛୁରୀ, ୪ଟି ମୋବାଇଲ ଫୋନ,୨ଟି ନମ୍ବର ପ୍ଳେଟ ସହ ନଗଦ ୬୨ ହଜାର ଟଙ୍କା ଜବତ କରାଯାଇଥିବା ଏସ୍‌ଡିପିଓ ସିଂ କହିଛନ୍ତି। ଏପରିକି ତଦନ୍ତ ବେଳେ ବିଭିନ୍ନ ଉପାୟରେ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ୧୬୦୦୦୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୨୭୦୦୦ ଟଙ୍କା ଅଭିଯୁକ୍ତମାନେ ନିଜ ବ୍ୟାଙ୍କ ଖାତାରେ ଜମା କରିଛନ୍ତି । ୪ ଦିନର ତଲାସି ଅଭିଯାନ ପରେ ସୋରଡା ପୋଲିସ ୩ଟି ଡକାୟତ ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଧରିବା ଓ ସେମାନଙ୍କଠାରୁ ସମସ୍ତ ଚୋରି ଜିନିଷ ଟଙ୍କା ଟଙ୍କା ଜବତ କରିଛି। ଦାରିଙ୍ଗବାଡି ଘାଟି ଘଟଣାରେ ଡକାୟତ ହୋଇଥିବା ସୁନା ଚେନକୁ ଏକ ବ୍ୟାଙ୍କରେ ବନ୍ଧା ପକାଇଦେଇଥିବା ଜଣାପଡିଛି। ତାକୁ ମଧ୍ୟ ଅଣାଯାଇ ସମ୍ପୃକ୍ତ ଲୋକଙ୍କୁ ଦିଆହେବ ବୋଲି ଏସ୍‌ଡିପିଓ କହିଛନ୍ତି। ଅନ୍ୟପକ୍ଷେ ଲୁଟ ହୋଇଥିବା ଜିନିଷ ପାଇ ଦୀନବନ୍ଧୁ ଆନନ୍ଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri