ଟଙ୍କା ଖର୍ଚ୍ଚ ହେଉଛି,ସୁଧୁରୁନି

ଯାଜପୁର,୧୩।୯(ହର୍ଷବର୍ଦ୍ଧନ ବେହେରା):ଟଙ୍କା ଆସିବ, ଖର୍ଚ୍ଚ ହେବ, ରାସ୍ତାଘାଟକୁ ନେଇ ବ୍ୟାସନଗର ସହରର ସମସ୍ୟା ଯେମିତିକୁ ସେମିତି ରହିବ। ଗତ କିଛିବର୍ଷ ହେଲା ବିଭିନ୍ନ ଅନୁଦାନରେ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ଏଭଳି ଚାଲିଛି । ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଏବଂ ଦାୟିତ୍ୱ ଖସାଇବା ଆଦି କାରଣ ଯୋଗୁ ଅନେକ କୋଟି ଟଙ୍କା ବିନିଯୋଗ ସତ୍ତ୍ବେ ପ୍ରମୁଖ ରାସ୍ତାଗୁଡିକର ପ୍ରଶସ୍ତିକରଣ ଓ ନବୀକରଣର କାମ ଫଳବତୀ ହେଉନାହିଁ। ଏହାବାଦ୍‌ ପୌର ପରିଷଦର ସମ୍ପୃକ୍ତ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ପ୍ରକଳ୍ପ ପାଇଁ ମଞ୍ଜୁର ଅର୍ଥରୁ ପ୍ରାୟ ୩୦% ପିସି ଆକାରରେ ନେଉଥିବାରୁ କାର୍ଯ୍ୟ ଅତି ନିମ୍ନମାନର ହୋଇ ଦୀର୍ଘସ୍ଥାୟୀ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବ୍ୟାସନଗର ସହରର ସମସ୍ତ ରାସ୍ତାକୁ ଫେବର ପକାଇ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬ କୋଟି ଟଙ୍କା ମହଜୁଦ ଥିଲା ବୋଲି ଜଣାପଡିଛି। ଏହିକ୍ରମରେ ସମୁଦାୟ ୩୩ କୋଟି ଟଙ୍କା କେମିତି ଖର୍ଚ୍ଚ ହେବ ସେଥିପାଇଁ ପୌର ପରିଷଦ ପକ୍ଷରୁ କସରତ ଚାଲିଥିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ଏହି ସହର ପରିଚିତ। ଏଠାରେ ବେସରକାରୀ ଭାବେ ଏବେ ଲୋକ ସଂଖ୍ୟା ପ୍ରାୟ ଦେଢ ଲକ୍ଷ ଟିପିଲାଣି। ଦେଶ ଓ ଦେଶ ବାହାରୁ ଏଠାକୁ ବିଭିନ୍ନ କାର୍ଯ୍ୟରେ ଲୋକେ ଆସିଥାନ୍ତି। କିନ୍ତୁ ସହରର ଏଭଳି ବିପର୍ଯ୍ୟସ୍ତ ରାସ୍ତା ଦେଖି ସେମାନଙ୍କ ମଧ୍ୟରେ ଏକ ନକରାତ୍ମକ ଭାବନା ସୃଷ୍ଟି ହେଉଥିବା ସୂଚନା ମିଳିଥାଏ। ବ୍ୟାସନଗର ସହରର ୯ନଂ. ୱାର୍ଡ଼ ଦୁର୍ଗା କଲୋନୀସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ଓ ଚୋରଦା ବିଦ୍ୟୁତ୍‌ ଗ୍ରୀଡ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନ ଦେଖିଲା ଲୋକେ କେବେ ବିଶ୍ୱାସ କରି ପାରିବେ ନାହିଁ। ବ୍ୟାସନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଚୋରଦା ଧବଳଗିରି ମୁଖ୍ୟ ରାସ୍ତାରୁ କାଳୀ ମେଳଣ ପଡିଆକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାରେ ବଡ଼ ବଡ଼ ଗାତ ମାନ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି। ଯାହାଫଳରେ ରାସ୍ତାଟି ସାଧାରଣ ଯାତାୟତ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡିଛି। ଉକ୍ତ ରାସ୍ତା ଉପରେ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମଞ୍ଚ, ସତ୍ୟସାଇ ସଂଘ, ନିକଟ ବାସିନ୍ଦା ବିଶେଷ କରି ବିଦ୍ୟୁତ କାର୍ଯ୍ୟାଳୟକୁ ବିଦ୍ୟୁତ ଦେୟ ଓ ଅନ୍ୟାନ୍ୟ କାର୍ଯ୍ୟ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ସେମାନେ ରାସ୍ତା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲରେ ପଡି ଆହତ ହେବା ସହ ଛାତ୍ରୀଛାତ୍ରମାନେ ପାଣି କାଦୁଅରେ ପଶି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା ବାରମ୍ବାର ଏ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଓ ସ୍ଥାନୀୟ କାଉନସିଲରଙ୍କୁ ଜଣାଉଥିଲେ ସୁଦ୍ଧା କିଛି ସୁଫଳ ମିଳି ପାରୁନାହିଁ। ଏହାବାଦ୍‌ ୧୦ ନଂ. ୱାର୍ଡ କହ୍ନେଇପୁର ହେନା ଆପାର୍ଟମେଣ୍ଟ ରାସ୍ତା ଓ ଆଦିବାସୀ ସାହି, ୮ ନଂ. ୱାର୍ଡର ନୀଳାଚଳ କଲୋନୀ ଓ ଘନଶ୍ୟାମ ପଣ୍ଡାଙ୍କ ଘରଠାରୁ ବି.ଏନ. ମହାନ୍ତି ପର୍ଯ୍ୟନ୍ତ ରାସ୍ତା ବି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହିସବୁ ରାସ୍ତାର ମରାମତି ଓ ପ୍ରଶସ୍ତିକରଣ କାର୍ଯ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯିବ ବୋଲି ଅନୁଷ୍ଠିତ ବୈଠକରେ ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ପରବର୍ତ୍ତି ସମୟରେ ପ୍ରତିଶ୍ରୁତି ସବୁ ଉଭେଇ ଯାଉଥିବା ସହରବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ରାସ୍ତାରୁ ଜବରଦଖଲ ହଟାଯିବାକୁ ପୂର୍ବରୁ ବହୁବାର ନିଷ୍ପତ୍ତି ହୋଇଥିଲା । ଜବରଦଖଲ ଉଚ୍ଛେଦରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ସହାୟତା ପାଇଁ ଭେଣ୍ଡିଂ ଜୋନ ଓ ପାର୍କିଂ ଜୋନ ସକାଶେ ସ୍ଥାନ ନିର୍ଦ୍ଧାରଣ କରିବେ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ଏହା ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଥିଲା। କିନ୍ତୁ ଏହି ନିଷ୍ପତ୍ତିର ବହୁ ସମୟ ଅତିକ୍ରାନ୍ତ ହେବାକୁ ଯାଉଥିବାବେଳେ ନିରାଶ ହେବାକୁ ପଡୁଛି। ଏ ସଂକ୍ରାନ୍ତରେ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସହରର ରାସ୍ତାଘାଟର ମରାମତି ଓ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହାସହ ଗୁଣମାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri