ବିନା କାମରେ ଟଙ୍କା ଉଠୁଛି

ସମ୍ବଲପୁର,୨୪ା୩(ବ୍ୟୁରୋ): ରୋଜଗାର ସୃଷ୍ଟି କରି ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିମ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହି ଯୋଜନାରେ ଶ୍ରମିକ, ଗରିବ ଶ୍ରେଣୀର ଲୋକମାନେ ଲାଭ ପାଉନାହାନ୍ତି। ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମିଳିତ ଭାବେ ଏହାର ଫାଇଦା ନେଉଛନ୍ତି। ଯୁଯୁମୁରା ବ୍ଲକର କେତେକ ପଞ୍ଚାୟତରେ ବିନା କାମରେ ବିଲ୍‌ କରି ଟଙ୍କା ହଡ଼ପ କରାଯାଇଛି। ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଉ ନାହିଁ। ଫଳରେ ଗ୍ରାମବାସୀ ପ୍ରକଳ୍ପ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଟଙ୍କା ଉଠାଇନେବା ପରେ ଜଣାପଡୁଛି ବୋଲି ଗୁରୁବାର ଯୁଯୁମୁରା ବ୍ଲକ ସଭାଗୃହରେ ଆୟୋଜିତ ଜନଶୁଣାଣି ଶିବିରରେ କେତେଜଣ ଜନପ୍ରତିନିଧି ଓ ସାଧାରଣ ଲୋକ ଏଭଳି ଅଭିଯୋଗ ଆଣିଥିଲେ।
ଏଡିଏମ୍‌ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିଲା। ସମସ୍ତ ଲାଇନ ବିଭାଗ ସହିତ ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରତି ପଞ୍ଚାୟତରେ ପ୍ରସ୍ତାବିତ ପ୍ରକଳ୍ପ ଓ ଚାଲିଥିବା ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ପ୍ରାୟ ସମସ୍ତ ପଞ୍ଚାୟତରେ ଏଭଳି କାମ ହେଉଥିବା ବେଳେ ବିଶେଷ କରି କେଶାପାଲି, ଗଡଲୁଇସିଂ, ଲିପିଣ୍ଡା, ଯୁଯୁମୁରା ପଞ୍ଚାୟତରେ ଏଭଳି ଅନେକ ପ୍ରକଳ୍ପ ଥିବା ନେଇ ଅଭିଯୋଗ ଉଠିଥିଲା। ସୂଚନା ଫଳକ ହାତୀ ଭାଙ୍ଗିଦେଉଥିବା ନେଇ ଜିଆର୍‌ଏସ୍‌ ମାନେ ସଫେଇ ଦେଇଥିଲେ। ହେଲେ ବୋର୍ଡ ତିଆରି ନ କରି ହାତୀର ଦୋଷ ଦେଉଛ ବୋଲି ଅଧିକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ସରକାରଙ୍କ ନିୟମ ଅନୁସାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ କରିବା ସହ ପ୍ରକଳ୍ପଗୁଡିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଅଧିକ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକ ନିୟୋଜିତ କରିବାକୁ କହିଥିଲେ। ଜନ ପ୍ରତିନିଧି କ୍ଷୋଭ ପ୍ରକାଶ କରି କହିଥିଲେ, କୌଣସି ପ୍ରକଳ୍ପ ହେବା ପୂର୍ବରୁ ଅତି କମ୍‌ରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଯାଉ। ସେମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରି ଅଧିକ ଶ୍ରମିକ ନିୟୋଜିତ କରିବାରେ ସହଯୋଗ କରିବେ। କାମ ତଦାରଖ କରାଯିବା ଫଳରେ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ହୋଇପାରିବ। କାମ କରିବା ପରେ ଶ୍ରମିକ ଓ ସାମଗ୍ରୀ ବାବଦକୁ ବଷର୍ର୍ ବର୍ଷ ଧରି ବିଲ୍‌ ଟଙ୍କା ଦିଆଯାଉ ନାହିଁ। ଫଳରେ କାମ ଆଗେଇପାରୁ ନାହିିଁ। ଯଦି ଏଭଳି ଚାଲେ ତା’ହେଲେ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ପୁରା ଠପ୍‌ ହୋଇଯିବ। ଜିଲାରେ ବ୍ଲକ ପଛରେ ପଡିଯିବ ବୋଲି ମତପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ୨୦୧୭ରୁ କେତେ ଘର ଆସିଛି, ଟଙ୍କା ନେଇଥିଲେ ମଧ୍ୟ କେତେ ଘର ଅସମ୍ପୂର୍ଣ୍ଣ ରହିଛି ସେ ନେଇ ଅଧିକାରୀମାନେ ପ୍ରଶ୍ନ କରିଥିଲେ। ଏହାସହ ଚଳିତବର୍ଷ ମିଳିଥିବା ଘର ଠିକ୍‌ ସମୟରେ ସାରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ନାଏକ, ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ୱାଳ, ଜିଲା ପରିଷଦ ସଭ୍ୟା କବିତା ସାହୁ, ଜିଲା ସାମାଜିକ ସମୀକ୍ଷକ ଆର୍ତ୍ତତ୍ରାଣ ଶତପଥି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଲୋକପାଳ ବ୍ରଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଜିପିଇଓ ଲାଲା ମୋହନ ବୁଡେକ ଶିବିର ପରିଚାଳନା କରିଥିବା ବେଳେ ଏପିଓ ବିଶ୍ୱରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri