ବିନା କାମରେ ଟଙ୍କା ଉଠୁଛି

ସମ୍ବଲପୁର,୨୪ା୩(ବ୍ୟୁରୋ): ରୋଜଗାର ସୃଷ୍ଟି କରି ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିମ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହି ଯୋଜନାରେ ଶ୍ରମିକ, ଗରିବ ଶ୍ରେଣୀର ଲୋକମାନେ ଲାଭ ପାଉନାହାନ୍ତି। ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମିଳିତ ଭାବେ ଏହାର ଫାଇଦା ନେଉଛନ୍ତି। ଯୁଯୁମୁରା ବ୍ଲକର କେତେକ ପଞ୍ଚାୟତରେ ବିନା କାମରେ ବିଲ୍‌ କରି ଟଙ୍କା ହଡ଼ପ କରାଯାଇଛି। ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଉ ନାହିଁ। ଫଳରେ ଗ୍ରାମବାସୀ ପ୍ରକଳ୍ପ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଟଙ୍କା ଉଠାଇନେବା ପରେ ଜଣାପଡୁଛି ବୋଲି ଗୁରୁବାର ଯୁଯୁମୁରା ବ୍ଲକ ସଭାଗୃହରେ ଆୟୋଜିତ ଜନଶୁଣାଣି ଶିବିରରେ କେତେଜଣ ଜନପ୍ରତିନିଧି ଓ ସାଧାରଣ ଲୋକ ଏଭଳି ଅଭିଯୋଗ ଆଣିଥିଲେ।
ଏଡିଏମ୍‌ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିଲା। ସମସ୍ତ ଲାଇନ ବିଭାଗ ସହିତ ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରତି ପଞ୍ଚାୟତରେ ପ୍ରସ୍ତାବିତ ପ୍ରକଳ୍ପ ଓ ଚାଲିଥିବା ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ପ୍ରାୟ ସମସ୍ତ ପଞ୍ଚାୟତରେ ଏଭଳି କାମ ହେଉଥିବା ବେଳେ ବିଶେଷ କରି କେଶାପାଲି, ଗଡଲୁଇସିଂ, ଲିପିଣ୍ଡା, ଯୁଯୁମୁରା ପଞ୍ଚାୟତରେ ଏଭଳି ଅନେକ ପ୍ରକଳ୍ପ ଥିବା ନେଇ ଅଭିଯୋଗ ଉଠିଥିଲା। ସୂଚନା ଫଳକ ହାତୀ ଭାଙ୍ଗିଦେଉଥିବା ନେଇ ଜିଆର୍‌ଏସ୍‌ ମାନେ ସଫେଇ ଦେଇଥିଲେ। ହେଲେ ବୋର୍ଡ ତିଆରି ନ କରି ହାତୀର ଦୋଷ ଦେଉଛ ବୋଲି ଅଧିକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ସରକାରଙ୍କ ନିୟମ ଅନୁସାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ କରିବା ସହ ପ୍ରକଳ୍ପଗୁଡିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଅଧିକ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକ ନିୟୋଜିତ କରିବାକୁ କହିଥିଲେ। ଜନ ପ୍ରତିନିଧି କ୍ଷୋଭ ପ୍ରକାଶ କରି କହିଥିଲେ, କୌଣସି ପ୍ରକଳ୍ପ ହେବା ପୂର୍ବରୁ ଅତି କମ୍‌ରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଯାଉ। ସେମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରି ଅଧିକ ଶ୍ରମିକ ନିୟୋଜିତ କରିବାରେ ସହଯୋଗ କରିବେ। କାମ ତଦାରଖ କରାଯିବା ଫଳରେ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ହୋଇପାରିବ। କାମ କରିବା ପରେ ଶ୍ରମିକ ଓ ସାମଗ୍ରୀ ବାବଦକୁ ବଷର୍ର୍ ବର୍ଷ ଧରି ବିଲ୍‌ ଟଙ୍କା ଦିଆଯାଉ ନାହିଁ। ଫଳରେ କାମ ଆଗେଇପାରୁ ନାହିିଁ। ଯଦି ଏଭଳି ଚାଲେ ତା’ହେଲେ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ପୁରା ଠପ୍‌ ହୋଇଯିବ। ଜିଲାରେ ବ୍ଲକ ପଛରେ ପଡିଯିବ ବୋଲି ମତପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ୨୦୧୭ରୁ କେତେ ଘର ଆସିଛି, ଟଙ୍କା ନେଇଥିଲେ ମଧ୍ୟ କେତେ ଘର ଅସମ୍ପୂର୍ଣ୍ଣ ରହିଛି ସେ ନେଇ ଅଧିକାରୀମାନେ ପ୍ରଶ୍ନ କରିଥିଲେ। ଏହାସହ ଚଳିତବର୍ଷ ମିଳିଥିବା ଘର ଠିକ୍‌ ସମୟରେ ସାରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ନାଏକ, ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ୱାଳ, ଜିଲା ପରିଷଦ ସଭ୍ୟା କବିତା ସାହୁ, ଜିଲା ସାମାଜିକ ସମୀକ୍ଷକ ଆର୍ତ୍ତତ୍ରାଣ ଶତପଥି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଲୋକପାଳ ବ୍ରଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଜିପିଇଓ ଲାଲା ମୋହନ ବୁଡେକ ଶିବିର ପରିଚାଳନା କରିଥିବା ବେଳେ ଏପିଓ ବିଶ୍ୱରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri