ଅର୍ଥ ଥାଇ ହେଉନି ଉନ୍ନୟନ

ଘଟଗାଁ, ୧୭।୭(ଡି.ଏନ୍‌.ଏ.) – ପଞ୍ଚାୟତ ପାଖରେ ମହଜୁଦ୍‌ ଅଛି ବହୁ ଲକ୍ଷ ଟଙ୍କାର ଅନୁଦାନ। ତଥାପି ଅଟକି ରହିଛି ଏକାଧିକ ପ୍ରକଳ୍ପ। ପଞ୍ଚାୟତ ଅଫିସ ଉନ୍ନତୀକରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଥିବାବେଳେ ପୋଖରୀ ପୁନରୁଦ୍ଧାର ଲାଗି ମଞ୍ଜୁର ହୋଇଥିବା ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯିବାକୁ ବସିଲାଣି। ବ୍ଲକ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଉପରଡ଼ିହା ପଞ୍ଚାୟତର ସରପଞ୍ଚ ରିମାଲତା ନାଏକ।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୭୦ ଲକ୍ଷ ଟଙ୍କା ଜମା ରହିଛି। ନବନିର୍ବାଚିତ ସରପଞ୍ଚ ରିମାଲତା ଦାୟିତ୍ୱ ନେବା ପରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏଥିରେ କନିଷ୍ଠ ଯନ୍ତ୍ରୀ ସହଯୋଗ କରୁନାହାନ୍ତି। ପଞ୍ଚାୟତ ଅଫିସ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ଏହାର ପରିସରରେ ସ୍ବଚ୍ଛଭାରତ ମିଶନ ଆନୁକୂଲ୍ୟରେ ଶୌଚାଳୟ ନିର୍ମାଣ କରାଯିବାକୁ ଯୋଜନା କରାଯାଇ ପୁରୁଣା ପରିତ୍ୟକ୍ତ ଘରକୁ ଭାଙ୍ଗିଦିଆଯାଇଛି। ହେଲେ କନିଷ୍ଠ ଯନ୍ତ୍ରୀ ଲେ-ଆଉଟ୍‌ ଦେଉ ନ ଥିବାରୁ କାମ ଆଗକୁ ବଢ଼ିପାରୁନାହିଁ। ଏ ସଂକ୍ରାନ୍ତରେ ସରପଞ୍ଚ ଏକାଧିକ ଥର ବିଡିଓଙ୍କୁ ସାକ୍ଷାତ୍‌ କରି ସହଯୋଗ ଲୋଡ଼ିବା ପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍‌ କରାଯାଇଥିଲା। ଏପରି କି ଗତ ଜୁନ ୨୭ରେ ତାଙ୍କୁ ବିଧିବଦ୍ଧ ଭାବେ ଚିଠି କରି ଅବଗତ କରାଯାଇଛି। ତଥାପି ଯନ୍ତ୍ରୀଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସୁ ନ ଥିବା ସରପଞ୍ଚ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଦୀର୍ଘ ୩୦ବର୍ଷ ଧରି ପରିତ୍ୟକ୍ତ ହୋଇପଡ଼ିଥିବା ବରଗଡ଼ିଆ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ପୂର୍ବତନ ସରପଞ୍ଚ କାମ ଆରମ୍ଭ କରିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ସତ୍ତ୍ୱେ ଏହା ପୂର୍ଣ୍ଣାଙ୍ଗ ହୋଇପାରି ନ ଥିଲା। ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରୁ ଏଥିଲାଗି ପରବର୍ତ୍ତୀ ସମୟରେ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଜୁନ୍‌ ୩୦ ସୁଦ୍ଧା ଟଙ୍କା ଖର୍ଚ୍ଚ କରା ନ ଗଲେ ଫେରିଯିବ ବୋଲି ନିର୍ଦ୍ଦେଶ ରହିଥିଲା। ତେବେ ନିର୍ଦ୍ଧାରିତ ସମୟରେ ଏହି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ଏବେ ସମୟ ଗଡ଼ି ଯାଇଥିବାବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ହସ୍ତକ୍ଷେପ ପରେ ଏହାକୁ ଜୁଲାଇ ୩୦ ଯାଏ ବୃଦ୍ଧି କରାଯାଇଛି। ବର୍ଷାଦିନ ଆରମ୍ଭ ହୋଇସାରିଥିବାରୁ କାମ କିପରି ହେବ ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ଏହି ସମୟ ଭିତରେ କାମ ନ ହେଲେ ଟଙ୍କା ଫେରିଯିବ, ଏଥିଲାଗି କିଏ ଦାୟୀ ରହିବ ବୋଲି ସରପଞ୍ଚ ରିମାଲତା ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ରସେନ ମହାନ୍ତ କୁହନ୍ତି, ପଞ୍ଚାୟତ ଅଫିସଠାରୁ ବରଗଡିଆ ପୋଖରୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଅଟକି ରହିଛି। କନିଷ୍ଠଯନ୍ତ୍ରୀ ଆସି ଦେଖିଲେ ଓ ଲେ-ଆଉଟ୍‌ ଦେଲେ କାମ ଆରମ୍ଭ ହୋଇପାରନ୍ତା। ହେଲେ ସେ ଆସୁ ନ ଥିବାରୁ ସମସ୍ୟା ଉପୁଜିଛି। ଅନ୍ୟପଟେ ଅଭିଯୋଗକୁ କନିଷ୍ଠଯନ୍ତ୍ରୀ ଜୟନ୍ତ କୁମାର ଜେନା ଖଣ୍ଡନ କରିଛନ୍ତି। ଲେବୁଲ ସେକ୍ସନ କରାଗଲା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri