ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ପସନ୍ଦ କରୁ ନ ଥିଲେ। ହୁଏତ ଆପଣମାନେ କହିପାରନ୍ତି କି ବେଶି ପାଠ ପଢ଼ାପଢ଼ି କରି ନ ଥିଲେ ସେଥିପାଇଁ। ବାସ୍ତବରେ ବହୁ ଉଚ୍ଚଶିକ୍ଷିତ ବଡ଼ ପାଠୁଆ ମଧ୍ୟ ପୈତୃକ ଜମିଜମା ଦାୟିତ୍ୱ ନେଇ ସ୍ବାବଲମ୍ବୀ ଜୀବନ ବିତାଇବାକୁ ପସନ୍ଦ କରୁଥିଲେ। ଫଳତଃ ପରିବାର, କୁଟୁମ୍ବ ଓ ସମାଜ ସହ ଅନ୍ତରଙ୍ଗ ସମ୍ବନ୍ଧ ରହୁଥିଲା। ବୃଦ୍ଧ କାଳରେ ମା’ବାପାଙ୍କ ସେବା ଶୁଶ୍ରୂଷା କରିପାରୁଥିଲେ। ନାତିନାତୁଣୀରେ ଘର ପୂରିଉଠୁଥିଲା। ଓଷାବ୍ରତରେ ଗାଁ ଉତ୍ସବମୁଖର ହେଉଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିଛି। ଗାଁ ଆଜି ସହରାଭିମୁଖୀ। ବିଲପଦର ପଡ଼ିଆ। ଚାଷ କରିବାକୁ କେହି ରାଜି ନୁହନ୍ତି। ମୂଲିଆ ମିଳିବା କଷ୍ଟ। କାରଣ ସମସ୍ତଙ୍କ ଇଚ୍ଛା ନଳିପେଣ୍ଟପିନ୍ଧା ବାବୁ ହେବା ପାଇଁ। ତେଣେ ଦାଦନ ଖଟିବାକୁ ଯାଇ ବାସନ ମାଜୁଥାଉ କି ମାଲିକର ବଗିଚା କାମ କରୁ ବା ଘୁଷୁରି ଜଗୁ ମାତ୍ର ଗାଁରେ ରହି ସ୍ବାଭିମାନୀ ଓ ସ୍ବାବଲମ୍ବୀ ହେବାକୁ କାହାର ଇଚ୍ଛା ନାହିଁ।
ସହର କଥା ନ କହିଲେ ଭଲ। ଘରେ କେବଳ ବୁଢ଼ାବୁଢ଼ୀଙ୍କ ଉପସ୍ଥିତି। ପିଲାମାନେ ରୋଜଗାର ପାଇଁ ବିଦେଶରେ। ମା’ବାପାମାନେ ଏଥିପାଇଁ ଦିନରାତି ଏକ କରିଦେଇଥିଲେ। ପିଲାମାନେ ବଡ଼ ବଡ଼ ଅନୁଷ୍ଠାନରେ ପଢ଼ିବେ ଆଉ ପୁଳାପୁଳା ଟଙ୍କା ପଠେଇଲେ ମା’ବାପା ଟଙ୍କାର ପାହାଡ଼ ଉପରେ ବସିବେ। ତାହା ହିଁ ହେଇଛି। ମାସ ପୂରିଲା ବେଳକୁ ପୁଅ ବୋହୂ, ଝିଅ ଜ୍ବାଇଁଙ୍କ ପାଖରୁ ଟଙ୍କା ବ୍ୟାଙ୍କରେ ଜମା ହେବାରେ ଲାଗିଛି। ହେଲେ ବୁଢ଼ାବୁଢ଼ୀ ପରିଣତ ବୟସରେ ଆଉ ଗଣିପାରୁ ନାହାନ୍ତି। ପେଟକୁ ଆହାର ମୁଠାଏ ପାଇଁ ଡହଳ ବିକଳ। ଚାକରାଣୀ ଦୟାକଲେ ଖାଇବାକୁ ମିଳିବ । ତେଣେ ପୁଅ ଲଣ୍ଡନକୁ ବୋହୂ ଆମେରିକାରେ। ନାତିନାତୁଣୀଟିଏ ଦେଖିବାକୁ ବୁଢ଼ୀମାଉସୀ ଭାରି ଉଦ୍‌ବେଗ । ହେଲେ ଟଙ୍କା ରୋଜଗାରରୁ ବିରତି ମିଳିଲେ ତ! ଇଏ ହେଉଛି ଆଜିର ପାରିବାରିକ ଓ ସାମାଜିକ ଜୀବନ। ଏଠାରେ ଗୋଟିଏ ବାସ୍ତବ ସତ୍ୟ ଉପସ୍ଥାପନ କରୁଛି।
ଏକ ସାମାଜିକ କାମରେ ଆମେ କେତେଜଣ ଘର ଘର ସମ୍ପର୍କ କରୁଥିଲୁ। ଉଦ୍ଦେଶ୍ୟ ଆଜିର ସାମାଜିକ ପରିସ୍ଥିତି ଓ ପାରିବାରିକ ଜୀବନ ସମ୍ବନ୍ଧରେ ଜାଣିବା। ଦେଶ ବିଦେଶକୁ ଯାଇ ଝିଅପୁଅମାନେ ବଡ଼ ଚାକିରି କରୁଥିବା ମା’ବାପାମାନେ କିଭଳି ସୁଖ ସ୍ବଚ୍ଛନ୍ଦରେ ଅଛନ୍ତି ତାହା ପରଖିବା ଆମର ଇଚ୍ଛା ଥିଲା। ମଜାଦାର କଥା ହେଉଛି ସବୁଠାରୁ ବେକାରିଆ, ଅଳସୁଆ, ଅକାଳ କୁଷ୍ମାଣ୍ଡ ଭଳି ଅପଶବ୍ଦ ଶୁଣିଥିବା ପିତୃମାତୃ ବୋଲକରା ବନ୍ଧୁ ଜଣେ ଆମ ସାଥିରେ ଥାଆନ୍ତି। ଭଲ ପାଠ ପଢି ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେହି ମେଧାବୀ ଛାତ୍ର ଜଣକ ନିକଟସ୍ଥ କଲେଜର ଅଧ୍ୟାପକ ଏବଂ ପିତୃ ଚାଷଜମିର ଜଣେ ଚାଷୀ। କେବଳ ମା’ବାପାଙ୍କ ସେବା ଶୁଶ୍ରୂଷା ପାଇଁ ଘର ଛାଡ଼ି ଗଲେନାହିଁ। ସେ ଯାହାହେଉ ଆଜି ଅନେକଙ୍କ ଆଶାବାଡି ବିଶେଷକରି ଅସହାୟ ବୃଦ୍ଧାବୃଦ୍ଧମାନଙ୍କର। ଆମେ ଯାହା ଦେଖିଲୁ ଅଧିକାଂଶ ଘରେ ରୋଗଣା, ଅସହାୟ, ଅବହେଳିତ ବୃଦ୍ଧାବୃଦ୍ଧ। ସେମାନଙ୍କ ଦୁରାବସ୍ଥା ଦେଖି ଆମେ ମର୍ମାହତ ହେଲୁ। ଟଙ୍କାର ପାହାଡ଼ ଉପରେ ବସିଥିବା ଲୋକମାନେ କିନ୍ତୁ ଖାଇବା ପାଇଁ କିଛି ନାହିଁ। ଘରେ କାମ କରୁଥିବା ମହିଳାଟିର ଦୟା, ଅନୁକମ୍ପାରେ ଯାହା ରୋଷେଇ ହେଉଛି ତାହା ଖାଇବାକୁ ପଡୁଛି। ଯେଉଁ ଦିନ ସେ ଆସିପାରୁନି ପ୍ରାୟତଃ ଭୋକରେ ରହିବାକୁ ପଡ଼େ କିମ୍ବା ଶୁଖିଲା ଖାଦ୍ୟରେ ଚଳିଯାଏ। ମାନେ ଟଙ୍କାର ପ୍ରକୃତ ମୂଲ୍ୟ କେତେ ନଗଣ୍ୟ ସେମାନଙ୍କ ବିକଳ ଅବସ୍ଥା ଦେଖିଲେ ଉପଲବ୍ଧି କରିହେବ। ହେଲେ ବନ୍ଧୁଙ୍କୁ ଦେଖି ଅନେକ ମା’ବାପା କାନ୍ଦିପକାଇଲେ। ଆମେ ଭାବୁଥିଲୁ ତୁ ଘରେ ରହି ଭୁଲ୍‌ କରିଛୁ। କିନ୍ତୁ ସତ୍ୟ ହେଉଛି ତୋ ମା’ବାପା ପୁଣ୍ୟ କରିଥିଲେ ସେଥିପାଇଁ ପୁଅ ବୋହୂର ସେବା ଓ ନାତିନାତୁଣୀଙ୍କ ଆଦର ଯତ୍ନ ପାଉଛନ୍ତି। ଆଉ ଆମ୍ଭେମାନେ ପାପୀ, ସେଥିପାଇଁ ବୁଢ଼ା ଶାଗୁଣା ଭଳି ପାପର ପ୍ରାୟଶ୍ଚିତ୍ତ କରୁଛି। କୋଟି କୋଟି ଟଙ୍କା ରୋଜଗାରର ନିଶା ଆମକୁ ଅନ୍ଧ କରିଥିଲା। ସେଥିପାଇଁ ପିଲାଙ୍କୁ ଦେଶବିଦେଶରେ ବଡ଼ ବଡ଼ ଚାକିରି ପାଇଁ ପ୍ରୋତ୍ସାହିତ କରିଥିଲୁ। ସେମାନଙ୍କ ଶୈଶବ ଓ ବାଲ୍ୟଜୀବନକୁ କେବଳ ପାଠ ଘୋଷାରେ ଲଗେଇ ଦେଇଛୁ। ଅଧିକ ରୋଜଗାର ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ୱିତା ପାଇଁ ଉସୁକେଇବା ଛଡ଼ା ମୂଲ୍ୟବୋଧ, ଜୀବନାଦର୍ଶ ବା ଭଲ ମଣିଷ ହେବା ପାଇଁ ଦିନେ ମଧ୍ୟ ଚେଷ୍ଟା କରିନୁ। ତେଣୁ ଆମେ ଏଇ ପରିଣତ ବୟସରେ ନିଃସଙ୍ଗ ଜୀବନ ବିତାଉଛୁ। କେବଳ ସେତିକି ନୁହେଁ ପିଲାମାନେ ମଧ୍ୟ ଟଙ୍କା ପାଇଁ ପାଗଳ। ଜୀବନ ବୋଲି କିଛି ନାହିଁ। ଉଭୟେ ମାସେ ଦୁଇ ମାସରେ ଥରୁଟିଏ ମଧ୍ୟ ଭେଟଘାଟ ନାହିଁ। କି ଜୀବନ! ଅର୍ଥାତ୍‌ ଟଙ୍କା ଅଛି କିନ୍ତୁ ପେଟପୂରୁନି।
ସବୁକଥା ଶୁଣିବା ଓ ନିଜ ଆଖିରେ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ପ୍ରକଟ କଲୁ। ଟଙ୍କାଖିଆ ମଣିଷ ଆଜି ଟଙ୍କା ପାଇଁ ସବୁକିଛି ଭୁଲିଯାଉଛି। ନୀତି, ନୈତିକତା, ଆଦର୍ଶ, ସମ୍ପର୍କ ତଥା ପରିବାର ଓ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ମଧ୍ୟ ଭୁଲିଯାଉଛି। ଏ ଭଳି ପରିସ୍ଥିତି ଧୀରେ ଧୀରେ ଉତ୍କଟ ରୂପ ନେଉଛି। ତେଣୁ ମା’ବାପାମାନେ ନିଜ ପିଲାମାନଙ୍କୁ ଟଙ୍କା ଖଣି ନ କରି ନିଜର କର୍ତ୍ତବ୍ୟ, ଦାୟିତ୍ୱ ସହ ପରିବାର, ସମାଜ ତଥା ଦେଶ ପ୍ରତି ଥିବା ନାଗରିକବୋଧ ସମ୍ବନ୍ଧରେ ଅବଗତ କରାଇବା ସମୟର ଆହ୍ବାନ। ହଁ ଏକଥା ମନେରଖିବା ଉଚିତ ଟଙ୍କା ମଣିଷର ଆବଶ୍ୟକତା ପୂରଣ ପାଇଁ ଦରକାର କିନ୍ତୁ ଲୋଭ ସମ୍ବରଣ ପାଇଁ ନୁହେଁ। ଟଙ୍କା ଭଲ ପଲଙ୍କ ଓ ଗଦି ଦେଇପାରିବ କିନ୍ତୁ ନିଦ ନୁହେଁ। ଟଙ୍କା ସେବିକା ନିଯୁକ୍ତି ଦେଇପାରେ କିନ୍ତୁ ପୁଅଝିଅ ଭଳି ସେବା ଦେଇପାରିବ ନାହିଁ। ଟଙ୍କା ଦେଇ ଲୋକ କିଣି ହେବ ହେଲେ ପାଖରେ ଥିବା ପରିବାର ସଦସ୍ୟ ଭଳି ଧୈର୍ଯ୍ୟ, ସାହସ, ସହଯୋଗ ଓ ଭଲ ପାଇବା ଦେଇପାରିବେ ନାହିଁ। ତେଣୁ ଟଙ୍କାଖିଆ ମଣିଷ ବେଳ ଥାଉଁ ସାବଧାନ ହେବା ଦରକାର।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri