ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ ଦୁଇଥର ବିଲ୍‌କରି ଟଙ୍କା ଆତ୍ମସାତ୍‌ କରାଯାଇଥିବା ଶୀର୍ଷକରେ ଏକ ଖବର ଫେବୃଆରୀ ୨୬ରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇଙ୍କୁ ତଦନ୍ତ ଭାର ଦେଇଥିଲେ। ଏପିଡି ଭୋଇ ବାବୁପାଲି ଗାଁକୁ ଯାଇ ଚହଲା ଖନନ ଉପରେ ତଦନ୍ତ କରିଥିଲେ ା ତଦନ୍ତର ୨ମାସ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ସୂଚନା ଅନୁଯାୟୀ ଠିକପାଲି ପଞ୍ଚାୟତ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୨-୨୩ ଆର୍ଥିକବର୍ଷରେ ୨ ଲକ୍ଷ ୮୭ ହଜାର ବ୍ୟୟ ଅଟକଳରେ ବାବୁପାଲି ଗାଁର ବାଳକୃଷ୍ଣ ମାଝିଙ୍କ ନାମରେ ଏକ ଚହଲା ଖନନ କରାଯାଇଥିଲା। ଏ ବାବଦରେ ୧ ଲକ୍ଷ ୮୨ ହଜାର ୬୮୮ ଟଙ୍କା ଉଠାଣ ହୋଇଛି। ପୁନଶ୍ଚ ସେହି ଚହଲାକୁ ବାଳକୃଷ୍ଣଙ୍କ ମା’ ଗୁନମତୀ ମାଝିଙ୍କ ନାମରେ ୨୦୨୩-୨୪ରେ ଖନନ ହୋଇଛି ବୋଲି ଦେଖାଇ ୧ ଲକ୍ଷ ୯୮ ହଜାର ୫୨୮ ଟଙ୍କା ଉଠାଣ କରି ଆତ୍ମସାତ୍‌ କରାଯାଇଛି। ଗୋଟିଏ ଚହଲାକୁ ଦୁଇଥର ବିଲ୍‌ କରି ଲକ୍ଷାଧିକ ଟଙ୍କା ଆମତ୍ସାତ୍‌ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ଗାଁରେ ଅମୃତ ସୁନାନୀ, ରାକେଶ ମାଝି, ରମ୍ଭା ଶବର, ତାୱାନ୍ତି ନାଏକଙ୍କ ନାମରେ ଚହଲା ଅଳ୍ପ ଖନନ କରାଯାଇ ବିଲ୍‌ କରି ଟଙ୍କା ଉଠାଣ କରାଯାଇଛି। ମାଳତି ସୁନାନୀ, ଗୌରୀ ସୁନାନୀ, କୁଶା ସୁନାନୀ, ରଶ୍ମିତା ଶଗରିଆ, ତାରାବତି ସୁନାନୀ ଓ ଯୁଧିଷ୍ଠିର ମାଝି ନାମରେ ଥିବା ଚହଲା ଆଦୌ ଖନନ କରାଯାଇ ନାହିଁ। ବାବୁପାଲି ଗାଁରେ ଯେତେ ଚହଲା ମଞ୍ଜୁର ହୋଇଛି ସେଥିରୁ ଗୋଟିଏରେ ବି ଲୋକ କାମ କରିନାହାନ୍ତି। ଜେସିବି ଦ୍ୱାରା ଖନନକରି କାମ ଶେଷ ସମୟରେ ୪/୫ ଜଣ ଲୋକଙ୍କ ଫଟୋ ଉଠାଇ ଦେଖାଇ ଦେଉଛନ୍ତି। ଯେଉଁମାନେ ପଞ୍ଚାୟତରେ ଭତ୍ତା ପାଉଛନ୍ତି ସେମାନଙ୍କ ଆକାଉଣ୍ଟ ନମ୍ବର, ଆଧାର କାର୍ଡ ତାଙ୍କ ପାଖରେ ରହିଛି। ସେମାନଙ୍କ ନାମରେ ଟଙ୍କା ଉଠାଣ କରି ଆତ୍ମସାତ୍‌ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗାମୀ ୭ଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଯୁବ କଂଗ୍ରେସ ଜିଲା ସଭାପତି ଅମିତ କୁମାର ଅହିର ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri