ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନାର ଘୋଷଣା କରାଯାଇଥିଲା। ଏପରି କି ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ହେଲେ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଥିବା ଟଙ୍କା ଆସି ନ ପାରିବାରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଅପରପକ୍ଷରେ ରାଜ୍ୟ ସରକାର ଏହି ଘୋଷଣା ପରେ ଦୀଘାଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ୪୫.୫ କି.ମି. ଉପକୂଳ ରାସ୍ତା ନିର୍ମାଣ ଓ ସୁବର୍ଣ୍ଣରେଖା ପୋଲ ନିର୍ମାଣ ପାଇଁ ୨୧୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ। ଏନେଇ ପୂର୍ତ୍ତ ବିଭାଗ ବ୍ୟୟ ଅଟକଳ କରି କି.ମି. ପିଛା ୧.୫ କୋଟି ହିସାବରେ ମୋଟ୍‌ ୪୫.୫ କି.ମି. ରାସ୍ତା ନିର୍ମାଣ ବାବଦରେ ୬୮କୋଟି ୨୫ଲକ୍ଷ, ୬ଟି ପୋଲ ନିର୍ମାଣ ପାଇଁ ୧୨କୋଟି ୮୦ଲକ୍ଷ, ସୁବର୍ଣ୍ଣରେଖା ନଦୀ ଉପରେ ପୋଲ ନିର୍ମାଣ ପାଇଁ ୧୨୦ କୋଟି ଓ ୩୦ଟି ବକ୍ସ କଲଭର୍ଟ ପାଇଁ ୧୫କୋଟି ୨୫ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିଥିଲା। ସେହିଭଳି ହଳଦୀପଦାଠାରେ ୬୦ ନମ୍ବର ଜାତୀୟ ରାଜପଥକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ହଳଦୀପଦାରୁ ପଞ୍ଚୁପଡ଼ା ଯାଏ ରାସ୍ତା ଓ ପଞ୍ଚୁପଡ଼ା ନଦୀ ଉପରେ ଆଉ ଏକ ପୋଲ ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇ ସମ୍ପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ସରକାର ନିକଟକୁ ପଠାଯାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ବାଲେଶ୍ୱରକୁ ପ୍ରାୟ ୧୭କି.ମି. ଦୂରତା କମିଯିବ। ତା’ଛଡ଼ା ଦୀଘା, ତାଳସାରୀ, ଉଦୟପୁର, ଡଗରା, ବଳରାମଗଡ଼ି ତଥା ଚାନ୍ଦିପୁର ସାମୁଦ୍ରିକ ବେଳାଭୂମିକୁ ଏହି ରାସ୍ତା ସିଧାସଳଖ ସଂଯୋଗ କରୁଥିବାରୁ ବେଳାଭୂମି ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ମଧ୍ୟ ହୋଇପାରିବ। ଏଥିସହିତ ବାଲେଶ୍ୱର ସଦର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ବନ୍ୟା ପ୍ରଭାବିତ ତଥା ଦୁର୍ଗମ ଅଞ୍ଚଳକୁ ଯାତାୟାତ ସୁବିଧା ସହିତ ବାଲେଶ୍ୱର ଏମ୍‌ସ ସାଟେଲାଇଟ୍‌ ହସ୍‌ପିଟାଲ, ଫକୀରମୋହନ ମେଡିିକାଲ କଲେଜ, ଚାନ୍ଦିପୁର ସାମରିକ କେନ୍ଦ୍ର ଆଦିକୁ ଏହି ରାସ୍ତା ସହାୟକ ହୋଇପାରିବ ବୋଲି କୁହାଯାଇଥିଲା। ସେପଟେ କେନ୍ଦ୍ର ସରକାର ମଧ୍ୟ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରକଳ୍ପ ବାବଦ ଅର୍ଥ ମଞ୍ଜୁର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର କୋଷ୍ଟାଲ ହାଇୱେ ହେବାର ୮ବର୍ଷ ପରେ ବି ଏହି ପ୍ରକଳ୍ପ ଘୋଷଣାରେ ସୀମିତ ରହିଛି। ବର୍ତ୍ତମାନ ନା ହାଇୱେ ନିର୍ମାଣ ହେଉଛି ନା ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାସ୍ତା ନିର୍ମାଣ ହେଉଛି। କେବଳ ଭୋଟ ସାଉଁଟିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏନେଇ ଏନ୍‌ଏଚ୍‌ ପ୍ରୋଜେକ୍ଟ ଡାଇରେକ୍ଟର ଜୟପ୍ରକାଶ ବର୍ମା କହନ୍ତି, କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ସମସ୍ତ ତଥ୍ୟ ସହିତ ଆବଶ୍ୟକ ଥିବା ଜମି ଅଧିଗ୍ରହଣ ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ସମ୍ଭାବ୍ୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ଅର୍ଥ ମଞ୍ଜୁର ହେବା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri