Posted inଫୁରସତ

ମୋନାକୋ: ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ

ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ ହେଉଛି ମୋନାକୋ। ଏହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗଁାଠାରୁ ବି କମ୍‌। ଜାଣନ୍ତୁ ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…

-ସବୁଠୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ୍‌ ସିଟି। ଏହାପରେ ଦ୍ୱିତୀୟରେ ରହିଛି ମୋନାକୋ, ଯାହାର କ୍ଷେତ୍ରଫଳ ମାତ୍ର ୨.୦୨ ବର୍ଗ କିଲୋମିଟର।
-ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୩୮,୪୯୯। ସାନ୍ଧ୍ରତା ବା ସ୍ଥାନ ପ୍ରତି ଜନସଂଖ୍ୟା ଅନୁସାରେ ଏହା ପୃଥିବୀର ଜନଗହଳ ଦେଶ। ତେବେ ପ୍ରତିଦିନ ଏଠାକୁ ଇଟାଲୀ ଏବଂ ଫ୍ରାନ୍ସରୁ ୫୦,୦୦୦ କର୍ମୀ ଆସୁଥିବାରୁ ଏହାର ଜନସଂଖ୍ୟା ଦୁଇଗୁଣ ହୋଇଯାଏ।
-ଧନିକ ଶ୍ରେଣୀୟ ବ୍ୟକ୍ତିମାନଙ୍କ ଲାଗି ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ବିଶେଷକରି ଏଠାରେ ଥିବା କ୍ୟାସିନୋ ଡେ ମଣ୍ଟେକାର୍ଲୋରେ ବସି ଜୁଆ ଏବଂ ଅନ୍ୟାନ୍ୟ ଖେଳର ମଜା ନେବା ଏବଂ ଓସେନୋଗ୍ରାଫିକ ମ୍ୟୁଜିଅମ୍‌ରେ ଗଭୀର ସମୁଦ୍ରର ବିଭିନ୍ନ ଦୃଶ୍ୟକୁ ଉପଭୋଗ ଲାଗି ପର୍ଯ୍ୟଟକ ବେଶି ଆକୃଷ୍ଟ ହୋଇଥା’ନ୍ତି। ଏଠାରେ ଏହି ଜୁଆଖେଳ ଟେବୁଲ୍‌ଗୁଡ଼ିକ ୧୮୫୬ ମସିହାରୁ ରହିଥିବା କୁହାଯାଏ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଠାକାର ବାସିନ୍ଦାଙ୍କୁ କ୍ୟାସିନୋ ମଧ୍ୟରେ ଜୁଆ ଖେଳିବାର ଅନୁମତି ନାହିଁ।
-ଦେଶର ସମସ୍ତ ରାଜକୋଷ ଏହାର ପର୍ଯ୍ୟଟନ ଏବଂ କ୍ୟାସିନୋରୁ ଆସିଥାଏ।
-ଆୟୋଜିତ ଗ୍ରାଣ୍ଡ ପ୍ରିକ୍ସ କାର୍‌ ରେସ୍‌ ବିଶ୍ୱ ପ୍ରସିଦ୍ଧ।
-ସ୍ଥାୟୀ ବାସିନ୍ଦାଙ୍କୁ ମୋନେଗାସ୍କ୍‌ କୁହାଯାଉଥିବା ବେଳେ ବାହାର ଦେଶରେ ଜନ୍ମିତ, କିନ୍ତୁ ଏଠାରେ ଘର କରି ରହୁଥିବା ବାସିନ୍ଦାଙ୍କୁ ମୋନାକୋଇଆନ୍‌ ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri