ପକ୍ଷାଘାତ ପରେ ମୋନାଲିସାଙ୍କୁ ତଡ଼ିଦେଲେ ସ୍ବାମୀ

ଛତ୍ରପୁର,୩ ।୧(ଡି.ଏନ.ଏ.): ଅସହାୟ ମୋନାଲିସା ଏବେ ଏକାକୀ। ପକ୍ଷଘାତ ରୋଗ ପରେ ସ୍ବାମୀ ତାଙ୍କୁ ତଡିଦେଲେ। ଏପରିକି ୨ବର୍ଷ ବୟସର ଝିଅକୁ ମଧ୍ୟ ମା’ ପାଖରୁ ଦୂରେଇ ରଖିଛନ୍ତି। ଏହି ବିପଦ ସମୟରେ ସ୍ବାମୀ ପଚାରୁ ନ ଥିବାରୁ ମୋନାଲିସା ନ୍ୟାୟ ଅପେକ୍ଷାରେ ଅଛନ୍ତି । ଏ ନେଇ ସୋମବାର ଗଞ୍ଜାମ ଜିଲାପାଳ ଅଭିଯୋଗ ଶୁଣାଣିରେ କିପରି ମୋନାଲିସାଙ୍କୁ ନ୍ୟାୟ ମିଳିବ ଏବଂ ଦିଗପହଣ୍ଡି ଥାନାରେ ଦିଆଯାଇଥିବା ଅଭିଯୋଗ ରିଓପନ ହେବା ନେଇ ଅଭିଯୋଗ ଶୁଣାଣିରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଛତ୍ରପୁର ବଡଷ୍ଟେଶନ ରୋଡରେ ରହୁଥିବା ତାରାକାନ୍ତ ରଥଙ୍କ ଝିଅ ମୋନାଲିସା ଓ ସ୍ତ୍ରୀ ଦୁହେଁ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ଅନୁପସ୍ଥିତିରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.ର୍କିତ୍ତୀ ଭାସନଙ୍କୁ ଭେଟି ଘଟଣା ସମ୍ପର୍କରେ କହିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ହିନ୍ଦୁ ବୈଦିକ ରିତିନୀତିରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତାରାକାନ୍ତ ରଥଙ୍କ ଏକମାତ୍ର ଝିଅ ମୋନାଲିସା ସହ ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରିର ରମାବଲ୍ଲଭ ବକ୍ସିଙ୍କ ପୁଅ ଶକ୍ତି ଶଙ୍କର ବକ୍ସି ସହ ୨୦୧୩ ଜାନୁୟାରୀ ୨୩ ତାରିଖରେ ବିବାହ ହୋଇଥିଲା। ସ୍ବାମୀ ଓ ସ୍ତ୍ରୀ ଉଭୟ ଦୁଇ ଜଣ ଉଚ୍ଚଶିକ୍ଷିତ ଥିବାରୁ ଚେନ୍ନାଇରେ କାମ କରୁଥିଲେ। ସବୁ ଠିକ ଚାଲିଥିଲା। କୈାଣସି କାରଣବଶତଃ ଦୁଇଥର ଗର୍ଭନଷ୍ଟ ହୋଇଯାଇଥିଲା। ପରେ ସେମାନେ ବାଙ୍ଗାଲୋର ଗଲାପରେ ସେଠାରେ ରହିବା ସମୟରେ ଗର୍ଭବତୀ ହୋଇଥିଲେ ମୋନାଲିସା। କିନ୍ତୁ ଡାକ୍ତର ତାଙ୍କୁ ବେଡରେଷ୍ଟ କରିବା ପାଇଁ କହିଥିଲେ। ସେହି ସମୟରେ ଶାଶୁଘର ଲୋକ ମୋନାଲିସାଙ୍କୁ ନିର୍ଯାାତନ ଦେବା ଆରମ୍ଭ କରିଦେଇଥିଲେ । ପରେ ୨୦୨୦ ଜୁଲାଇ ୨୪ରେ ଝିଅ ଜନ୍ମ ହେଲା । କିନ୍ତୁ ତାଙ୍କ ମୋବାଇଲ ନେଇଯାଇଥିବାରୁ ବାପା ମା’ଙ୍କ ସହ ମୋନାଲିସାଙ୍କର ଯୋଗାଯୋଗ ହୋଇପାରୁ ନ ଥିଲା । ପରେ ଏହି ସବୁ ବିଷୟ ମୋନାଲିସା ଲୁଚି ଛପି ସମସ୍ତ ବିଷୟରେ ଫୋନ ଦ୍ୱାରା ବାପା ଓ ମା’ଙ୍କୁ ଜଣାଇଥିଲେ। ପରେ ସେମାନେ ବାଙ୍ଗାଲୋର ଆସିଥିଲେ । ଏହାପରେ ମୋନାଲିସା ପକ୍ଷଘାତର ଶିକାର ହୋଇଥିଲେ । ବାଧ୍ୟ ହୋଇ ବାପା ଓ ମା’ ମୋନାଲିସାଙ୍କୁ ଛତ୍ରପୁର ଆଣିଥିଲେ । କିନ୍ତୁ ମୋନାଲିସାଙ୍କ କୁନି ଝିଅକୁ ସେମାନେ ଛାଡିନଥିଲେ । ପରେ ସମସ୍ତ ଘଟଣାକୁ ନେଇ ଦିଗପହଣ୍ଡି ଥାନା ରେ ଏକ ଏତଲା ଦେଇଥିଲେ ବି ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ମୋନାଲିସାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ପକ୍ଷଘାତ ଦୁଃଖ ସମୟରେ ସ୍ବାମୀ ବାଙ୍ଗାଲୋର ଥାଇ ମଧ୍ୟ କୋର୍ଟ ମାଧ୍ୟମରେ ଛାଡପତ୍ର ନୋଟିସ ଦେଇଥିବା କହିଥିଲେ । କିନ୍ତୁ ମୋନାଲିସା ଛାଡପତ୍ର ଦେବାକୁ ନାରାଜ। ଝିଅ ଓ ସ୍ବାମୀଙ୍କ ପାଖରେ ରହିବାକୁ ଇଚ୍ଛା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri