Categories: ଖେଳ

ସମାଲୋଚିତ ହେବା ପରେ ନେତୃତ୍ୱ ଛାଡ଼ିଲେ

ଢାକା,୩୧।୫: ବାଂଲାଦେଶ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ମଙ୍ଗଳବାର ନିଜ ପଦରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ନିଜର ଖରାପ ପ୍ରଦର୍ଶନ କାରଣରୁ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟଙ୍କ ସହ ବୋର୍ଡ ସଭାପତି ନାଜମୁଲ ହାସନଙ୍କ ଘରେ ବୈଠକ ପରେ ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ମାସରେ ଶ୍ରୀଲଙ୍କାଠାରୁ ୧-୦ରେ ଟେଷ୍ଟ ସିରିଜ୍‌ ହାରିବା ପରେ ମୋମିନୁଲଙ୍କୁ ଖରାପ ବ୍ୟାଟିଂ ପାଇଁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଥିଲା।

Share