କ୍ଷଣିକ ବିଦ୍ରୋହ, ଦୀର୍ଘ ପରିଣାମ

ମସ୍କୋ,୨୬ା୬: ରୁଷିଆର ଘରୋଇ ସେନା ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ କରିଥିବା ବିଦ୍ରୋହର ଅବଧି ସ୍ବଳ୍ପ ହୋଇପାରେ। କିନ୍ତୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପାଇଁ ଏହାର ପରିଣାମ ଦୀର୍ଘସ୍ଥାୟୀ ହେବ। ବିଶ୍ୱର ଅନ୍ୟ ଭୂଖଣ୍ଡଗୁଡ଼ିକରେ ମଧ୍ୟ ଏକଚ୍ଛତ୍ରବାଦୀ ଶାସକମାନଙ୍କ ଉଦ୍ଦେଶ୍ୟରେ ଏହା ଏକ ସୁଦୂରପ୍ରସାରୀ ଶିକ୍ଷଣୀୟ ସନ୍ଦେଶ ବୋଲି ସାମରିକ ବିଶେଷଜ୍ଞମାନେ ରବିବାର ମତ ବ୍ୟକ୍ତ କରିଛନ୍ତି। ସପ୍ତାହାନ୍ତର ଏହି ଦ୍ରୁତ ପରିବର୍ତ୍ତନଶୀଳ ଘଟଣାକ୍ରମକୁ ଆମେରିକା ‘ଅତ୍ୟନ୍ତ ଅସ୍ବାଭାବିକ’ ବୋଲି ଅଭିହିତ କରିଛି। ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ମତରେ ୧୬ ମାସ ତଳେ ୟୁକ୍ରେନ୍‌କୁ କବ୍‌ଜା କରିବାକୁ ବାହାରିଥିବା ରୁଷିଆ ମୁହଁରେ ଏହା ଏକ ‘ଫାଟ’।
ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋଙ୍କ ସହ ଆଲୋଚନା ପରେ ଶନିବାର ବିଳମ୍ବିତ ରାତିରେ ୟେଭ୍‌ଗେନି ନିଜ ଅନୁଗାମୀମାନଙ୍କୁ ଯୁଦ୍ଧ ଶିବିରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ତରବରିଆ ରାଜିନାମା ଅନୁସାରେ ୟେଭ୍‌ଗେନି ବେଲାରୁଷରେ ନିର୍ବାସନ ଜୀବନ ବିତାଇବେ। କିନ୍ତୁ ତାଙ୍କ କିମ୍ବା ଓ୍ବାଗ୍‌ନର ସୈନ୍ୟଙ୍କ ବିରୋଧରେ ମସ୍କୋ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଲୁକାଶେଙ୍କୋଙ୍କ ମଧ୍ୟସ୍ଥତାରେ ଏହି ଡିଲ୍‌ ହେବା ପରଠୁ ପୁଟିନ୍‌ କିମ୍ବା ୟେଭ୍‌ଗେନିଙ୍କ ମଧ୍ୟରୁ ଅଦ୍ୟାବଧି କାହା ମୁହଁରୁ ପଦୁଟିଏ ଶୁଣିବାକୁ ମିଳିନାହିଁ।
ଓ୍ବାଗ୍‌ନର ସେନାର ସାମୟିକ ସଶସ୍ତ୍ର ବିଦ୍ରୋହ ୟୁକ୍ରେନ୍‌ ବିରୋଧରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ଯୁଦ୍ଧ କ୍ଷମତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। କେବଳ ଏତିକି ନୁହେଁ, ରୁଷିଆର ସରକାରୀ ସୈନ୍ୟଙ୍କ ମନୋବଳକୁ ମଧ୍ୟ ଦୁର୍ବଳ କରିଦେଇଛି। ମସ୍କୋମୁହଁ। ଓ୍ବାଗ୍‌ନର ପଛଘୁଞ୍ଚା ଦେବା ପରେ ପୁଟିନ୍‌ଙ୍କ ସୈନ୍ୟ ଆଶ୍ୱସ୍ତ ହୋଇ ରାଜଧାନୀ ରାଜରାସ୍ତାରୁ ଓହରିଯାଇଛନ୍ତି। ଲୋକେ ପାର୍କ ଓ କାଫେରେ ଅବସର ବିନୋଦନ ପାଇଁ ରୁଣ୍ଡ ହୋଇଛନ୍ତି। ଇତିମଧ୍ୟରେ ନିଜ କର୍ତ୍ତୃତ୍ୱକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ ଅତି ନିର୍ଦ୍ଦୟ ଭାବେ ଶାସ୍ତି ଦେବା ପାଇଁ ଆଗଭର ହେଉଥିବା ରୁଷିଆ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଯାଇଛି। ଏହି ଘଟଣାକ୍ରମ ପରେ ପୁଟିନ୍‌ଙ୍କ ଦୀର୍ଘ ଦୁଇ ଦଶନ୍ଧିର ଶାସନକୁ ନେଇ ବିଶେଷକରି ୟୁକ୍ରେନ୍‌ ଯୁଦ୍ଧର ଦୁଷ୍ପରିଣାମ ଯୋଗୁ ଅସନ୍ତୁଷ୍ଟ ଥିବା ଅନ୍ୟମାନଙ୍କ ପାଇଁ ୟେଭ୍‌ଗେନି ବାଟ ଫିଟାଇଦେଇଛନ୍ତି। ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ର ବରିଷ୍ଠ ଯୁଦ୍ଧ ଗବେଷକ ବେନ୍‌ ବାରି କହିଛନ୍ତି, ଯାହାସବୁ ଘଟିଗଲା ତାକୁ ନେଇ ୟୁକ୍ରେନୀୟ ସରକାର ଓ ସାମରିକ ବଳକୁ ନିଶ୍ଚିତ ଭାବେ ଆଶ୍ୱସ୍ତି ମିଳିଥିବ। ଆଉ ଗୋଟିଏ ପ୍ରଶ୍ନ ହେଉଛି, ରୁଷିଆର ସ୍ବାର୍ଥ ପାଇଁ ଅନ୍ୟ ଦେଶଗୁଡ଼ିକ ବିରୋଧରେ ଯୁଦ୍ଧ ଲଢ଼ୁଥିବା ୟେଭ୍‌ଗେନିଙ୍କ ନେତୃତ୍ୱାଧୀନ ଓ୍ବାଗ୍‌ନର ଏବେ କ’ଣ କରିବ? ୟେଭ୍‌ଗେନିଙ୍କୁ ବାଦ୍‌ ଦେଇ ରୁଷୀୟ ଜେନେରାଲମାନେ ପ୍ରତ୍ୟକ୍ଷ ଭାବେ ଠିକା ସୈନ୍ୟଙ୍କୁ ଭଡ଼ାରେ ଆଣିବେ କି?


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri